ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ସହ ହିଁ ମାତା ସୀତାଙ୍କୁ ପୂଜା କରାଯାଇଥାଏ; କିନ୍ତୁ ଦେଶର ମଧ୍ୟପ୍ରଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ରାମଙ୍କ ବିନା ମା’ଙ୍କୁ ପୂଜା କରାଯାଇଥାଏ; ଏହା ମଧ୍ୟପ୍ରଦେଶ ସ୍ଥିତ ଅଶୋକାନଗର ଜିଲ୍ଲାର ସୀତାଧାମରେ ଅବସ୍ଥିତ ପବିତ୍ର ମନ୍ଦିରରେ ମାତା ସୀତା, ଲବ, କୁଶ ଓ ବାଲ୍ମୀକି ଋଷିଙ୍କୁ ଏକାଠି ପୂଜା କରାଯାଇଥାଏ; ପ୍ରତିବର୍ଷ ଚୈତ୍ର ମାସରେ ଏଠାରେ ତିନି ଦିବସୀୟ ‘କରିଲା ମେଳା’ ଅନୁଷ୍ଠିତ ହୋଇଥାଏ; ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦ ଲକ୍ଷ ଲୋକ ଅଂଶଗ୍ରହଣ କରିଛନ୍ତି; ନିଜ ନିଜ ମନୋସ୍କାମନା ପୂରଣ ହେଲେ ଭକ୍ତ ମାନେ ମା’ଙ୍କ ନିକଟକୁ କୃତଜ୍ଞତା ଜଣାଇବାକୁ ଆସିଥାନ୍ତିପୌରାଣିକ ମତ ଅନୁସାରେ ଏହି ପବିତ୍ର ଧାମକୁ ଆସି ମା’ଙ୍କ ନିକଟରେ ଯାଚନା କଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ; ବିଶେଷ ଭାବେ ରାଇ ସମ୍ପ୍ରଦାୟର ନୃତ୍ୟାଙ୍ଗନା ମାନେ ବିଭିନ୍ନ ସାଜସଜ୍ଜାର ସହ ପୂଜାର୍ଚନା କରିଥାନ୍ତି; ଅଶୋକାନଗର ଜିଲ୍ଲାର ମୁଂଗବଳି ଜନପଦ ଗ୍ରାମର ପଂଚାୟତ ଜୈସେଡ ଗ୍ରାମରେ ହିଁ ମା’ କରିଲାଙ୍କ ଏହି ମନ୍ଦିର ଅବସ୍ଥିତ; କିଛି ଲୋକ ଏହାକୁ ବୈଦେହୀ ଧାମ ବୋଲି କହିଥାନ୍ତି; କିନ୍ତୁ ବିଶେଷ କଥା ହେଉଛି ଏଠାରେ ମାତା ସୀତା, ଲବ, କୁଶ ଓ ବାଲ୍ମୀକି ଋଷିଙ୍କୁ ଏକାଠି ପୂଜା କରାଯାଉଥିବା ବେଳେ ପ୍ରଭୁ ରାମଙ୍କ ମୂର୍ତ୍ତି କିନ୍ତୁ ପୂଜା ପାଏ ନାହିଁ
କରିଲା ଟ୍ରଷ୍ଟ ଅଧ୍ୟକ୍ଷ ମହେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ ରାମ ପୁତ୍ର ଲବ କୁଶଙ୍କ ଜନ୍ମ ଏହି ସ୍ଥାନରେ ହିଁ ହୋଇଥିଲା; ଶ୍ରୀରାମଙ୍କ ଦ୍ୱାରା ପରିତ୍ୟାଗ ହେବା ପରେ ମାତା ସୀତା ଏହି ଠାରେ ଥିବା ରୁଷି ବାଲ୍ମୀକିଙ୍କ ଆଶ୍ରମରେ ଅବସ୍ଥାନ କରିଥିଲେ

LEAVE A REPLY

Please enter your comment!
Please enter your name here