ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରାଯାଇଥିବା ଭିଡିଓରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏକ ନୂଆ ଅନ୍ଦାଜରେ ଅବତାର ନେଇଛନ୍ତି; ସେ ଏବେ ଚାଷବାସ ଦିଗରେ ମନୋନିବେଶ କରିଛନ୍ତି; ୩୮ବର୍ଷ ବୟସ୍କ ଧୋନି ଏବେ ଜୈବିକ ଚାଷ ଆକାରରେ ଖରଭୁଜ ଏବଂ ଅମୃତଭଣ୍ଡା ଲଗାଇବାକୁ ଶିଖୁଛନ୍ତି; ବୋଧହୁଏ ଧୋନି ଏବେ ନିଜ ରିଟାୟାରମେଣ୍ଟ ପ୍ଲାନ ପାଇଁ କାମ କରିବା ଆରମ୍ଭ କରିଦେଇଛନ୍ତି ମହେନ୍ଦ୍ର ସିଂ ଧୋନି ନିଜ ଆକାଉଣ୍ଟରେ ଭିଡିଓ ସେୟାର କରି ଲେଖିଛନ୍ତି ଯେ’ ‘ରାଞ୍ଚିରେ ୨୦ଦିନରେ ଖରଭୁଜ ଏବଂ ଅମୃତଭଣ୍ଡା ଜୈବିକ ଚାଷ ପ୍ରଣାଳୀରେ ଆରମ୍ଭ କରିଛନ୍ତି; ଏହା ପ୍ରଥମ ଥର କରୁଥିବାରୁ ସେ ଅଧିକ ଉତ୍ସୁକ ଅଛନ୍ତି’; ୨ମିନିଟର ଏହି ଭିଡିଓରେ ଧୋନି ଚାଷ କରିବା ପୂର୍ବରୁ ପ୍ରଥମେ ପୂଜା କରି ନଡ଼ିଆ ଭାଙ୍ଗି ଧୂପ ଜଳାଉଥିବା ଦେଖିବାକୁ ମିଳିଛିକ୍ରିକେଟ୍ ରୁ ଅବସର ନେବା ପରେ ଧୋନି ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି; ସେ ମଙ୍ଗଳବାର ରାଞ୍ଚିର ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ ଷ୍ଟାଡିୟମ୍ ରେ ପହଞ୍ଚି ବହୁତ ସମୟ ଧରି ପ୍ରାକଟିସ କରିଥିଲେ

LEAVE A REPLY

Please enter your comment!
Please enter your name here