ଭାରତର ସବୁଠାରୁ ଧନୀ ନେଟୱର୍କ, ନେଟୱର୍କ ୧୮କୁ ବିକିବେ ମୁକେଶ ଅମ୍ବାନୀ

0
377

ପ୍ରଖ୍ୟାତ ଉଦ୍ୟୋଗପତି ମୁକେଶ ଅମ୍ବାନୀ ୨୦୧୪ରେ ରିଲାୟନ୍ସ କମ୍ପାନୀ ନେଟ୍‌ଓ୍ଵର୍କ ୧୮କୁ ଅକ୍ତିଆର କରିଥିଲେ; କିନ୍ତୁ ଏବେ ଭାରତର ସବୁଠାରୁ ଧନୀ ମିଡିଆ ନେଟ୍‌ଓ୍ଵର୍କ ଭାବେ ଜଣାଶୁଣା ନେଟ୍‌ଓ୍ଵର୍କ ୧୮କୁ ସେ ବିକ୍ରି କରିବେ; ଟାଇମ୍‌ସ ଗ୍ରୁପ୍‌ କମ୍ପାନୀ ବେନେଟ ଆଣ୍ଡ କୋଲମାନ୍‌କୁ ବିକିବା ଯୋଜନା କରାଯାଉଛି ବୋଲି କୁହାଯାଉଛି

ପୂର୍ବରୁ ମୁକେଶ ଜାପାନ କମ୍ପାନୀ ନେଟ୍‌ଓ୍ଵର୍କ ୧୮ରେ ମୁକେଶଙ୍କର ଥିବା ସେୟାରକୁ ବିକ୍ରି କରିବା ପାଇଁ ସୋନି ସହ କଥାବାର୍ତ୍ତା କରିଥିଲେ ବୋଲି ସୂଚନା ମିଳିଛି; ବିଶେଷ କରି ଏଣ୍ଟରଟେନ୍‌ମେଣ୍ଟ ଡିଭିଜନ୍‌, ମ୍ୟୁଜିକ୍‌ ଓ ମୁଭି ଏବଂ କମେଡ଼ି ଚ୍ୟାନେଲ୍‌କୁ ସେ ବିକ୍ରି କରି ଦେବାକୁ ଚାହୁଁଛନ୍ତି

ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି କମ୍ପାନୀର ୨୫ ମିଲିୟନ୍‌ ଡଲାର ବା ପାଖାପାଖି ୧୮୦ କୋଟି ଟଙ୍କାର କ୍ଷତି ହୋଇଛି ଓ ଏହା ଉପରେ ୨୮ ବିଲିୟନ୍‌ ଡଲାରର ଋଣ ରହିଛି; ସେଥିପାଇଁ ସେ ନେଟୱର୍କ ୧୮ରେ ସେୟାରକୁ ବିକିବାକୁ ଚାଁହୁଚନ୍ତି

LEAVE A REPLY

Please enter your comment!
Please enter your name here