ଭାରତୀୟ ରେଳବାଇ ଖୁବଶୀଘ୍ର ଯାତ୍ରୀ ଭଡାରେ ବୃଦ୍ଧି ହେବାକୁ ଯାଉଛି ବୋଲି ରେଳବୋର୍ଡ ଘୋଷଣା କରିଛି; ରେଳବୋର୍ଡ ସବଅର୍ବାନ ଟ୍ରେନରୁ ଆରମ୍ଭ କରି ମେଲ/ ଏକ୍ସପ୍ରେସର ପ୍ରତିଟି ଶ୍ରେଣୀର ଭଡାରେ ବୃଦ୍ଧି କରିବାକୁ ଯାଉଛି; ଏହି ବୃଦ୍ଧି 5 ପଇସା ପ୍ରତି କିମିରୁ ଆରମ୍ଭ କରି 40 ପଇସା କିମି ପ୍ରତି କିମି ପର୍ଯନ୍ତ ବୃଦ୍ଧି ହୋଇପାରେ; ତେଣୁ ପ୍ରତିଟି କ୍ଲାସର ଭଡାରେ 15ରୁ 20 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ
ଡିସେମ୍ୱର ଶେଷରେ ବର୍ଦ୍ଧିତ ଭଡା ଘୋଷଣା ହେବାର ସମ୍ଭାବନା ରହିଛି ଓ ୨୦୨୦ ମସିହା ଫେବ୍ରୁଆରୀ 1 ତାରିଖରୁ ଲାଗୁ ହେବ; ରେଲୱେ ଶେଷ ଥର ପାଇଁ 2014 ମସିହାରେ ଟ୍ରେନ ଭଡାରେ ପ୍ରାୟ 15 ପ୍ରତିଶତ ବୃଦ୍ଧି କରିଥିଲା
ବର୍ତ୍ତମାନ ସମୟରେ ରେଲୱେ ବୋର୍ଡର କହିବା ଅନୁଯାୟୀ ରେଳବାଇ ଖର୍ଚ୍ଚରୁ ହାରାହାରୀ 43 ପ୍ରତିଶତ କମ ଭଡା ଆଦାୟ ହେଉଛି; କିନ୍ତୁ କ୍ଲାସ ପିଛା ରେଲୱେକୁ ସବଅର୍ବାନ ଟ୍ରେନର ଭଡାରେ ପ୍ରାୟ 64 ପ୍ରତିଶତ କ୍ଷତି ସହିବାକୁ ପଡୁଛି; ସେହିପରି ନନ ଅର୍ବାନ ଟ୍ରେନର ଯାତ୍ରାରେ 40 ପ୍ରତିଶତ କ୍ଷତି ହେଉଛି; ସେହିପରି ଏସି 1ରେ 24 ପ୍ରତିଶତ, ଏସି 2ରେ ପ୍ରାୟ 27 ପ୍ରତିଶତ, ସ୍ଲୀପର କ୍ଲାସରେ ପ୍ରାୟ 34 ପ୍ରତିଶତ କ୍ଷତି ଏବଂ ଚେୟାର କ୍ଲାସରେ ପ୍ରାୟ 16 ପ୍ରତିଶତ କ୍ଷତି ହେଉଛି; ତେଣୁ ଏହି ପରିମାଣର କ୍ଷତିକୁ ଭରଣା କରିବା ପାଇଁ ରେଳବାଇ ଭଡାବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛି

LEAVE A REPLY

Please enter your comment!
Please enter your name here