ମାର୍କେଟ ବିଲ୍ଡିଂ ହେଉଛି ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ବ୍ୟବସାୟ ସ୍ଥଳୀ; ସେଠାରେ ଆଜି ପାଖାପାଖି ସନ୍ଧ୍ୟା ୬.୩୦ରେ ଉଠା ଦୋକାନୀମାନଙ୍କୁ ୨୦ରୁ ୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୋଡାଇ ଗୋଡ଼ାଇ ପିଟିଲେ; ସେମାନେ ଦୀର୍ଘ ୧୦-୧୫ ମିନିଟ ଯାଏଁ ଆତଙ୍କରାଜ ଚଳାଇଥିଲେ; ଉଠାଦୋକାନୀଙ୍କ ଜିନିଷ ପତ୍ର ଫିଙ୍ଗାଫୋଫୋଡା କରିବା ସହ ଜିନିଷ ଭଙ୍ଗାରୁଜା କରି ନଷ୍ଟ କରିଥିଲେ; ବିଶେଷ କରି ଚାଟ ଓ ଗୁପଚୁପ ଦୋକାନୀଙ୍କ ଦୋକାନ ଭାଙ୍ଗି ତାଙ୍କ ଖାଦ୍ୟ ସାମଗ୍ରୀ ନଷ୍ଟ କରିଥିବା ଦେଖିବାକୁ ମିଳିଛି; ୧୦୦ରୁ ଉର୍ଦ୍ଧ ଦୋକାନ ସେମାନେ ନଷ୍ଟ କରିଥିବା ସୂଚନା ମିଳୁଛି; ଡରରେ ଦୋକାନୀମାନେ ପ୍ରାଣବଂଚେଇ ଏଣେ ତେଣେ ଦୌଡି ପଳାଇ ଯାଉଥିବା ଦେଖିବାକୁ ମିଳିଛି; ଏ ଘଟଣା ପାଇଁ ମାର୍କେଟ ବିଲ୍ଡିଂରେ ଭୟର ବାତାବରଣ ସୃଷ୍ଟି ହୋଇଛି; ମାର୍କେଟିଙ୍ଗ କରିବାକୁ ଆସିଥିବା ଲୋକମାନେ ଭୟରେ ଭବାନୀ ମଲରେ ପସିଯାଇଥିଲେ; ଦୋକାନୀ ମାନେ ଯେତେ କାକୁତି ମିନତୀ କଲେ ମଧ୍ୟ କିଛି କାହା କଥା ଶୁଣିନଥିଲେ ସେମାନେ; ବରଂ ଯିଏ ଆଗରେ ପଡିଲା ତାକୁ ଗୋଡେଇ ଗୋଡେଇ ପିଟିଥିଲେ; ସେମାନେ ହାତରେ ଖଣ୍ଡା, ଭୁଜାଲି, ଠେଙ୍ଗା ଇତ୍ୟାଦି ମାରଣାସ୍ତ୍ର ଧରିଥିବା ସୂଚନା ମିଳୁଛି; ସେହି ମାରଣାସ୍ତ୍ରରେ ସେମାନେ ଦୋକାନୀଙ୍କୁ ଆକ୍ରମଣ କରିଛନ୍ତି

କିଏ ଓ କାହିଁକି ଏମିତି ଆକ୍ରମଣ କରିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ; ଉଠାଦୋକାନୀଙ୍କ କହିବା ଅନୁଯାୟୀ ଗତକାଲି ଏକ ଉଠା ଘଣ୍ଟା ଦୋକାନୀଙ୍କ ସହ କିଛି ବ୍ୟକ୍ତିଙ୍କ ହୋଇଥିବା ଝଗଡ଼ା ହୋଇଥିଲା; କିନ୍ତୁ କାଲି ପୁଲିସ ଥାନାରେ ମାମଲାଟି ସମାଧାନ ହୋଇଥିଲା; ସେମାନେ ସନ୍ଦେହ କରୁଛନ୍ତି ଯେ ଏହି ଘଟଣାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି; ପୁଲିସ ଆକ୍ରମଣ ହୋଇଥିବା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି; ଆହତ ମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here