ନାରୀ ଯଦି ଶୃଙ୍ଗାର କରେ ତେବେ ମଥାରେ ବିନ୍ଦି ଲଗାଇଲେ ଆହୁରି ତା ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ; ଝିଅ ମାନେ ମଧ୍ୟ ମଥାରେ ବିନ୍ଦି ଲଗାନ୍ତି; କିନ୍ତୁ ଆଜିକଲି ବିନ୍ଦି ନ ଲଗେଇବା ଏକ ଫେସନ ହେଇଗଲାଣି; କିନ୍ତୁ ବିନ୍ଦି ଲଗାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ମାନସିକ ଏକାଗ୍ରତା ବୃଦ୍ଧି ପାଇଥାଏ; ତେବେ ଆସନ୍ତୁ ଜାଣିବା ବିନ୍ଦି ଲଗାଇବାର ମହତ୍ୱ ବିଷୟରେ
ଶାସ୍ତ୍ର ଅନୁଯାୟୀ ନାରୀର ଷୋହଳ ଶୃଙ୍ଗାର ମଧ୍ୟରୁ ବିନ୍ଦି ଲଗେଇବା ଏକ ମୁଖ୍ୟ ଶୃଙ୍ଗାର; ବିନ୍ଦି ବିନା ଷୋହଳ ଶୃଙ୍ଗାର ଅଧୁରା; ବିବାହ ପୂର୍ବରୁ ଝିଅମାନେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲଗେଇଥାନ୍ତି କିନ୍ତୁ ବିବାହ ପରେ ନାରୀ ମାନେ ମଥାରେ ବିନ୍ଦି ଲଗେଇବା ଅପରିହାର୍ଯ୍ୟ ହୋଇଯାଏ; ବିନ୍ଦି ଏକ ସଧବା ନାରୀ ସହ ସୌଭାଗ୍ୟବତି ହେବାର ପ୍ରମାଣ ଦେଇଥାଏ; ବିବାହ ପରେ ନାରୀମାନେ ମଥାରେ ଲାଲ ବିନ୍ଦି ଲଗେଇଥାନ୍ତି; ସଧବା ସ୍ତ୍ରୀ ମାନେ ଲାଲ ବିନ୍ଦି ଲଗେଇବା ଆମ ଭାରତୀୟ ପରମ୍ପରାର ମୁଖ୍ୟ ଅଙ୍ଗ
ଯୋଗବିଜ୍ଞାନ ଅନୁଯାୟୀ ଯେଉଁଠାରେ ନାରୀ ମାନେ ମଥାରେ ବିନ୍ଦି ଲଗେଇଥାନ୍ତି ସେଠାରେ ଆଜ୍ଞା ଚକ୍ର ଅବସ୍ଥାନ କରିଥାଏ; ଯାହାକୁ ତୃତୀୟ ନେତ୍ର ହିସାବରେ ପରିକଳ୍ପନା କରାଯାଇଥାଏ; ଏହି ଆଜ୍ଞା ଚକ୍ର ଆମ ମନକୁ ନିୟନ୍ତ୍ରିତ କରିଥାଏ; ଧ୍ୟାନ କରିବା ସମୟରେ ଆମର ଏହି ଚକ୍ରକୁ କେନ୍ଦ୍ରିତ କରିଥାନ୍ତି; ମନକୁ ଏକାଗ୍ର କରିବା ପାଇଁ ଏହି ଚକ୍ରର କାର୍ଯ୍ୟ ମହତ୍ଵପୂର୍ଣ୍ଣ; ସେଇଠାରେ ହିଁ ନାରୀମାନେ ବିନ୍ଦି ଲଗେଇଥାନ୍ତି; ପ୍ରାୟ ମହିଳାମାନେ ଚଞ୍ଚଳମନା; ପ୍ରତି ମୁହୂର୍ତ୍ତରେ ମହିଳାମାନଙ୍କର ମନ ବଦଳୁଥାଏ; ତେଣୁ ଏହି ବିନ୍ଦି ଲଗେଇବା ଦ୍ୱାରା ମନ ଶାନ୍ତ, ନିୟନ୍ତ୍ରିତ ଓ ସ୍ଥିର ରହିବା ପାଇଁ ସୁବିଧା ହୋଇଥାଏ; ସେଥିପାଇଁ ପ୍ରାଚୀନ କାଳରୁ ବିନ୍ଦି ଲଗେଇବାର ପରମ୍ପରା ରହିଛି
ବିନ୍ଦି ଲଗେଇବାର ଉତ୍ତମ ସ୍ଥାନ ହେଉଛି ମଥାର ଦୁଇ ଭ୍ରୂଲତାର ମଝି ସ୍ଥାନ; ଏହି ସ୍ଥାନରେ ବିନ୍ଦି ଲଗେଇବା ଦ୍ୱାରା ଆକ୍ୟୁପ୍ରେସର ପ୍ରକ୍ରିୟାରେ ସେହି ସ୍ଥାନ ଭାରି ହୋଇଯିବାରୁ ଶିରାପ୍ରଶିରାର ରକ୍ତକୋଷିକା ସକ୍ରିୟ ହୋଇ ମୁଣ୍ଡବିନ୍ଧାରୁ ଉପଶମ ମିଳିଥାଏ; ସାଇନସ ରୋଗୀ ପାଇଁ ବିନ୍ଦି ଲଗେଇବା ଦ୍ୱାରା ଅଶେଷ ଲାଭପ୍ରଦ ସାବ୍ୟସ୍ଥ ହୋଇଥାଏ; ବିନ୍ଦି ଲଗେଇବା ଦ୍ୱାରା କଠିନ ଶ୍ରମ ହେତୁ ଅନିଦ୍ରା ସମସ୍ୟା ଦୂର ହୋଇଥାଏ; ଆହୁରି ମଧ୍ୟ ବିନ୍ଦି ଲଗେଇବା ଦ୍ୱାରା ଆଖି ସହ କାନ ସୁସ୍ଥ ରହିଥାଏ ଏବଂ ତ୍ୱଚାର ଲୋଚାକୋଚା ପଣ ମଧ୍ୟ ଦୂର ହୋଇଥାଏ

LEAVE A REPLY

Please enter your comment!
Please enter your name here