ଉତ୍ତରପ୍ରଦେଶର ମଥୁରାରେ ଏକ ମନ୍ଦିର ଭିତରେ ନମାଜ ପାଠ କରିଥିବା ଜଣେ ମୁସଲିମ ଯୁବକ ଫୈଜଲ ଖାନକୁ ପୋଲିସ ଗିରଫ କରିଛି; ଏହି ମାମଲାରେ ବର୍ତ୍ତମାନ ୪ ଜଣଙ୍କ ବିରୋଧରେ ଏତଲା ଦାୟର ହୋଇଥିବାବେଳେ ତନାଘନା ଜାରି ରଖିଛିଗତ ଅକ୍ଟୋବର ୨୯ ତାରିକରେ ମଥୁରର ନନ୍ଦ ବାବା ମନ୍ଦିରକୁ ଚାରିଜଣ ବ୍ୟକ୍ତି ଆସିଥିଲେ; ସେମାନଙ୍କ ମଧ୍ୟରେ ଦୁଇଜଣ ମୁସଲିମ୍ ସମ୍ପ୍ରଦାୟର ଥିଲେ; ସେମାନେ ନିଜକୁ ଭଗବାନ କୃଷ୍ଣଙ୍କର ବଡ଼ ଭକ୍ତ କହି ମନ୍ଦିରରେ ପଶିଥିଲେ; ଏହାପରେ ସେମାନେ ପୂଜକଙ୍କୁ ଚକମା ଦେଇ ମନ୍ଦିର ପ୍ରାଙ୍ଗଣରେ ନମାଜ ପାଠ କରିଥିଲେ; ପରେ ସେମାନେ ଏହି ସମୟର ଫଟୋକୁ ସୋସିଆଲ୍ ମିଡିଆରେ ମଧ୍ୟ ସେଆର୍ କରିଥିଲେ; ଯାହାକୁ ନେଇ ବିବାଦ ଘନେଇଥିଲା

ମନ୍ଦିର ପ୍ରଶାସନ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେବା ସହ ଏହାଦ୍ୱାରା ହିନ୍ଦୁ ଭାବନା ଓ ଆସ୍ଥାକୁ ଗଭୀର ଆଘାତ ଲାଗିଥିବା ନେଇ ଏତଲାରେ କୁହାଯାଇଥିଲା; ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରି ଫୈଜଲ ଖାନକୁ ଦିଲ୍ଲୀରୁ ଗିରଫ କରିଛି

କିନ୍ତୁ ଗିରଫ ପରେ ପଚରାଉଚୁରା କରାଯିବାରୁ ଫୈଜଲ ଖାନ ଏହି ଘଟଣାକୁ ଭୁଲ ପ୍ରମାଣିତ କରି କହିଛି ଯେ ସେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରରେ ନମାଜ ପାଠ କରିଥିଲେ; ସେଠାରେ ବହୁତ ଲୋକ ଥିଲେ ସୁଦ୍ଧା କାହାର ଆପତ୍ତି ନଥିଲା; ଯଦି କେହି ଆପତ୍ତି କରିଥାନ୍ତେ ତେବେ ସେ ସେଠାରେ ନମାଜ ପାଠ କରିନଥାନ୍ତେ ବୋଲି କହିଛନ୍ତି

LEAVE A REPLY

Please enter your comment!
Please enter your name here