ମଦ ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜାଣିମଧ୍ୟ ଯାହାକୁ ମଦ ପିଇବାର ନିଶା ଲାଗିଯାଇଥାଏ ସେମାନେ ଏହାକୁ ସହଜରେ ଛାଡିପାରନ୍ତି ନାହିଁ; ମଦ ପିଇବା ଦ୍ୱାରା କିଡ଼ନୀ ସହ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଉପରେ ଏହାର ହାନିକାରକ ପ୍ରଭାବ ପଡିଥାଏ; କିନ୍ତୁ ଏହି କୁଅଭ୍ୟାସକୁ ଛାଡିବା ପାଇଁ କିଛି ଘରୋଇ ଉପଚାର ରହିଛି ଯାହା ଆପଣଙ୍କୁ ମଦ ପିଇବାରୁ ଦୂରେଇବାରେ ସହାୟକ ହୋଇପାରିବ
ଦୃଢ ଇଛାଶକ୍ତି
ଏହି କୁଅଭ୍ୟାସକୁ ଦୂରେଇବାକୁ ହେଲେ ପ୍ରଥମେ ନିଜ ଖାଦ୍ୟପେୟ ଓ ମନ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ
ଗାଜର ରସ
ବଜାରରେ ମିଳୁଥିବା ଗାଜରକୁ ଜୁସ କରି ପିଇବା ଦ୍ୱାରା ନିୟମିତ ମଦ ପିଇବା ଇଛାଶକ୍ତି କମ ହେବାକୁ ଲାଗିଥାଏ
କିସମିସ
ଯଦି କେବେ ଆପଣଙ୍କ ମଦ ପିଇବାକୁ ଇଚ୍ଛା ହେବ ୨ରୁ ୪ଟି କିସମିସ ଧୀରେ ଧୀରେ ଚୋବାନ୍ତୁ; ଏହାକୁ ନିୟମିତ ଖାଇବା ଦ୍ୱାରା ମଦ ପିଇବାକୁ ହେଉଥିବା ଇଚ୍ଛା କମିବାକୁ ଲାଗିଥାଏ
ତୁଳସୀ ପତ୍ର
ତୁଳସୀ ପତ୍ରରେ ଆଣ୍ଟିଆକ୍ସିଡେଣ୍ଟରେ ଭରପୁର ଥିବାରୁ ଏହାକୁ ଖାଇବା ଦ୍ୱାରା ମଦ ପିଇବାକୁ ଇଚ୍ଛା କମ ହେବାରେ ଲାଗିଥାଏ; ଶରୀରରେ ଥିବା ଦୂଷିତ ପଦାର୍ଥ ବାହାରିଯାଇଥାଏ
କଲରା ପତ୍ର ରସ
କଲରା ପତ୍ରର ରସ ମଧ୍ୟ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ; ଏହାର ସେବନ କରିବା ଦ୍ୱାରା ମଦ ପିଇବା ଇଚ୍ଛାଶକ୍ତି କମିଥାଏ
ଅଦା ରସ
ମହୁରେ କିଛି ଅଦା ରସ ମିଶି ପିଇବା ଦ୍ୱାରା ମଦ ପିଇବା ଅଭ୍ୟାସରୁ ମୁକ୍ତି ମିଳିଥାଏ; ଏହି ମିଶ୍ରଣକୁ ନିୟମିତ ନେଲେ ମଦ ପିଇବାକୁ ଇଚ୍ଛା ହୋଇନଥାଏ

LEAVE A REPLY

Please enter your comment!
Please enter your name here