ଗନ୍ଧୀଜୀଂକ ସହିଦ୍ ଦିବସରେ ଗାନ୍ଧୀଂକ ଫଟୋକୁ ଗୁଳି ମାରିବାର ଭିଡିଓ ପ୍ରାୟ ସମସ୍ତେ ଦେଖିଥିବେ । ସେହି କାଣ୍ଡ ଘଟାଇ ଥିବା ସମସ୍ତ କାର୍ଯ୍ୟକର୍ତ୍ତାଂକୁ ପୋଲିସ୍ ଆଜି ଗିରଫ କରିଛି । ଘଟଣାର ବିବରଣୀ ଉପରେ ନଜର ପକାନ୍ତୁ ;-

ଉତ୍ତରପ୍ରଦେଶର ଅଲିଗଡରେ, ସହିଦ ଦିବସ ଅବସରରେ ମହାତ୍ମା ଗାନ୍ଧୀଙ୍କ ଚିତ୍ରରେ ହିନ୍ଦୁ ମହାସଭାର କିଛି ସଦସ୍ୟ ଗୁଳି ମାରୁଥିବା ଭିଡିଓ ବହୁ ପରିମାଣରେ ଭାଇରାଲ ହୋଇଥିଲା । ଏପରି ମାନସିକତାକୁ ଅଧିକାଂଶ ଲୋକ ନିନ୍ଦା କରିବା ସହିତ ଅନେକ ଟିପ୍ପଣୀ ମଧ୍ୟ କରିଥିଲେ । ଏହି ଘଟଣାରେ ପୁଲିସ ୧୩ ଜଣଙ୍କ ନାମରେ ମାମଲା ରୁଜୁ କରି ଆହୁରି ତଥ୍ୟ ସଂଗ୍ରହ କରୁଛି ।

ଫଟୋକୁ ଗୁଳି ମାରିବା ଘଟଣାର ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି । ଏହି ଲୋକମାନେ ଗାନ୍ଧୀଙ୍କୁ ଫଟୋକୁ ସର୍ବ ସାଧାରଣରେ ଗୁଳି ମାରି ଅପବାଦକୁ ଆମନ୍ତ୍ରଣ କରିଥିଲେ । ଏଥିରେ ମହାସଭାର ସମ୍ପାଦିକା ପୂଜା ସକୁନ ପାଣ୍ଡେ ଥିବାର ଦେଖିବାକୁ ମିଳିଥିଲା । ଆଲିଗଡର ନୌରଙ୍ଗାବାଦ ଅଞ୍ଚଳରେ ଏହି ଘଟଣା ଘଟିଥିଲା ।

LEAVE A REPLY

Please enter your comment!
Please enter your name here