ମହାରାଷ୍ଟ୍ରର ସ୍ଥିତି ଏପରି ସଂଗୀନ ହେବାରେ ଲାଗିଛି ଯେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର ଟପିଯାଇଛି; ସେହିପରି ଗୋଟିଏ ଦିନରେ କରୋନାରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି; ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଆଉ ୨୨୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି; ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦, ୭୮୭ ପହଞ୍ଚିଛି

ସେହିପରି ୧୨୦ ଜଣ ପ୍ରାଣ ହରାଇବାରୁ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୮୯ ଛୁଇଁଛି; ତେବେ ୧୬୬୩ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି; ଏହାକୁ ମିଶାଇ ରାଜ୍ୟରେ ଏଯାଏ ୪୨,୬୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି

ସବୁଠାରୁ ମୁମ୍ବାଇ ସ୍ଥିତି ଅଧିକ ଖରାପ ହୋଇଛି; ମୁମ୍ବାଇରେ ଆଜି କରୋନା ୫୮ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛି; ମୁମ୍ବାଇରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧,୧୦୦ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ୧୭୬୦ ରହିଛି; ଏଠାରେ ୨୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

LEAVE A REPLY

Please enter your comment!
Please enter your name here