ପ୍ରାୟ ଅଭିଯୋଗ ଆସୁଛି ଯେ ବିଦ୍ୟାଳୟ ଗୁଡ଼ିକରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଚି; ତେବେ ଏବେ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ଅନୁଯାୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ;

ପ୍ରଥମେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ; ଏଥିରେ ସେଣ୍ଟ୍ରାଲ କିଚେନ ଦ୍ୱାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ପ୍ରଭାବିତ ହେବ ନାହିଁ; ଡିଇଓ ଏସଏଚଜି ଗ୍ରୁପକୁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ କରାଯାଇଥିବା ଅର୍ଥ ଦେବେ

ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ବିଦ୍ୟାଳୟର ଶିକ୍ଷକଙ୍କୁ ମୁକ୍ତ କରାଯାଇଛି; କିନ୍ତୁ ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ; ଆଗରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ

LEAVE A REPLY

Please enter your comment!
Please enter your name here