ମାଇକ୍ରୋୱେଭର ବ୍ୟବହାର ଆମେ ପ୍ରାୟ କରିଥାଉ; କମ୍ ସମୟରେ ଏବଂ ସୁବିଧାରେ ଖାଇବା ଜିନିଷ ଗରମ ହୋଇପାରୁଥିବାରୁ ଏହାକୁ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି; ତେବେ ମାଇକ୍ରୋୱେଭରେ ଖାଇବା ଜିନିଷକୁ ବାରମ୍ବାର ଗରମ କରି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ଥ ହୋଇଥାଏ
ବୈଜ୍ଞାନିକଙ୍କ କହିବା ଅନୁସାରେ ମାଇକ୍ରୋୱେଭରେ ଖାଇବା ଜିନିଷ ଗରମ କରିବା ପରେ ମଧ୍ୟ ସେଥିରେ କିଛି ବ୍ୟାକ୍ଟେରିଆ ରହିଯାଇଥାଏ, କର୍କଟ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ; ଏହା ଫୁଡ ପଏଜନିଂ କରିଥାଏ; ତେଣୁ ମାଇକ୍ରୋୱେଭରେ କେଉଁ ଖାଦ୍ୟ ଗରମ କରିବା ସମୟରେ କିଭଳି ସତର୍କ ରହିବା ଦରକାର ତାହା ଜାଣନ୍ତୁ
  • ମାଇକ୍ରୋୱେଭରେ ସିଝା ଅଣ୍ଡାକୁ ଗରମ କରିବା ଦ୍ୱାରା ଅଣ୍ଡାର ନମନୀୟତା ପ୍ରଚୁର ପରିମାଣରେ ଉତ୍ତାପକୁ ଗ୍ରହଣ କରିନେଇଥାଏ; ଯାହା ମାଇକ୍ରୋୱେଭ ଭିତରେ ବି ଫାଟିବାର ଆଶଙ୍କା ଥାଏ; ତେଣୁ ସିଝାଅଣ୍ଡାକୁ ଗରମ କରିବା ସମୟରେ ସବୁବେଳେ ଛୋଟ ଛୋଟ ଖଣ୍ଡ କରି କାଟି ଗରମ କରନ୍ତୁ।
  • ମାଇକ୍ରୋୱେଭରେ ରନ୍ଧାଯାଇଥିବା ଭାତକୁ ପୁଣିଥରେ ଗରମ କରି ଖାଇଲେ ଫୁଡ୍ ପଏଜନିଂ ହୋଇପାରେ; ଭାତରେ ଥିବା ଏକପ୍ରକାର ବ୍ୟାକ୍ଟେରିଆ ଉତ୍ତାପ ଯୋଗୁ ନଷ୍ଟ ହୋଇଯାଆନ୍ତି; କିନ୍ତୁ ଏହାଫଳରେ ଏକ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୋଇଥାଏ; ଯାହା ଫୁଡ ପଏଜନିଂ, ଆଲର୍ଜି ସୃଷ୍ଟି କରେ
  • ମାଇକ୍ରୋୱେଭରେ ଶାଗକୁ ଗରମ କଲେ ସେଥିରେ ଥିବା ନାଇଟ୍ରେଟସ୍ ନଷ୍ଟ ହୋଇଯାଇଥାଏ; ଯାହା କର୍କଟ ରୋଗ ସୃଷ୍ଟିକାରୀ ଯୌଗିକ ତତ୍ତ୍ୱ ସୃଷ୍ଟି କରିଥାଏ
  • ମାଇକ୍ରୋୱେଭରେ ଚିକେନକୁ ଗରମ କଲେ ସମାନ ଭାବେ ଚିକେନର ସବୁ ଅଂଶକୁ ଗରମ କରିପାରେ ନାହିଁ; ତେଣୁ ବ୍ୟାକ୍ଟେରିଆ ରହିଯାଏ; ଏହା ପେଟ ଖରାପ କରିବା ସହିତ କର୍କଟ ରୋଗ ସୃଷ୍ଟି କରେ

LEAVE A REPLY

Please enter your comment!
Please enter your name here