ନିଜର ପ୍ରେମିକ ସହ ମିଶି ଜଣେ ଝିଅ ତା’ର ମା’କୁ ଗଳା ଚିପି ହତ୍ୟା କରିବା ଘଟଣା ହାଇଦ୍ରାବାଦ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟା କରିବା  ପରେ ମୃତଦେହ ସହିତ ଦୁଇଦିନ ପର୍ଯ୍ୟନ୍ତ ଘର ଭିତରେ ଥିଲା। କେବଳ ସେତିକି ନୁହେଁ ଘର ଭିତରେ ମା’ର ମୃତଦେହ ପଡି ରହିଥିବା ବେଳେ ଝିଅ ନିଜର ପ୍ରେମିକ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲା। ଏଭଳି ଏକ ଅମାନୁଷିକ ହତ୍ୟାକାଣ୍ଡ ହାଇଦ୍ରାବାଦର ହୟାତନଗରର ଦ୍ବାରକା କଲୋନୀରେ ଘଟିଛି। ପୋଲିସ ଏହି ମାମଲାରେ ୧୯ ବର୍ଷୀୟ ଝିଅ ଏବଂ ତା’ର ପ୍ରେମିକକୁ ଗିରଫ କରିଛି।
 ୨୪/୧୦/୧୯  ରେ ମୃତ ମହିଳା ରଞ୍ଜିତାଙ୍କ ସ୍ବାମୀ ଶ୍ରୀନିବାସ ରେଡ୍ଡି ଯେତେବେଳେ ନିଜ ଘରକୁ ଆସିଥିଲେ ଘରେ ତାଲା ପଡିଥିଲା। ସେ ତାଙ୍କର ପତ୍ନୀ ରଞ୍ଜିତାକୁ ଫୋନ କରିଥିଲେ, ହେଲେ ମୋବାଇଲ ସ୍ବିଚ ଅଫ ଆସିଥିଲା। ଏହାପରେ ସେ ତାଙ୍କର ଝିଅ କୀର୍ତ୍ତିକୁ ଫୋନ କରିଥିଲେ। ତେବେ କୀର୍ତ୍ତି କହିଥିଲା ଯେ ସେ ବିଶାଖାପାଟନମ ବୁଲିବାକୁ ଯାଇଛି। ଶ୍ରୀନିବାସ କହିଥିଲେ ରଞ୍ଜିତା ନିଖୋଜ ଅଛନ୍ତି ଓ ସେ ତୁରନ୍ତ ହାଇଦ୍ରାବାଦ ଫେରିଆସିବାକୁ। କୀର୍ତ୍ତି ଶନିବାର ଫେରିବାପରେ ଥାନାକୁ ଯାଇ ନିଜ ମା’ ରଞ୍ଜିତାଙ୍କ(୩୯) ନିଖୋଜ ହୋଇଥିବା ନେଇ ଏଫଆଇଆର ଦେଇଥିଲେ। କୀର୍ତ୍ତି ନିଜର ବାପା, ଯିଏକି ଜଣେ ଟ୍ରକ୍ ଡ୍ରାଇଭର ତାଙ୍କ ଉପରେ ସନ୍ଦେହ କରି କହିଥିଲା, ମୋ ବାପା ସବୁବେଳେ ମା’କୁ ହଇରାଣ କରୁଥିଲେ। ମଦ ନିଶାରେ ତାକୁ ମାରପିଟ୍ ମଧ୍ୟ କରୁଥିଲେ।
ଶ୍ରୀନିବାସ ଘରକୁ ଫେରିବା ପରେ କୀର୍ତ୍ତିକୁ ବିଶାଖାପାଟନମ ବୁଲିଯିବା ସମ୍ପର୍କରେ ପଚାରିଥିଲେ, ସେତେବେଳେ ସେ ଠିକରେ ଜବାବ୍ ଦେଇପାରିନଥିଲା। କୀର୍ତ୍ତିର ହାଭବାଭ ଓ ଜବାବରେ ଶ୍ରୀନିବାସଙ୍କର ତା’ ଉପରେ ସନ୍ଦେହ ହୋଇଥିଲା। ଏହା ଭିତରେ କୀର୍ତ୍ତିର ସାଙ୍ଗ ବାଲ୍ ରେଡ୍ଡୀର ବାପାଙ୍କୁ ଜଣାପଡିଥିଲା ରଞ୍ଜିତା ନିଖୋଜ ଅଛନ୍ତି, ଏହାପରେ ସେ ଶ୍ରୀନିବାସ୍‌କୁ ଦେଖା କରିବାକୁ ତାଙ୍କ ଘରକୁ ଆସିଥିଲେ। ଶ୍ରୀନିବାସଙ୍କୁ ସନ୍ଦେହ ଆହୁରି ବଢିଯାଇଥିଲା, ଯେତେବେଳେ ସେ କହିଥିଲେ, ରଞ୍ଜିତାଙ୍କ କହିବା କହିବାପରେ ମଙ୍ଗଳବାରଠାରୁ କୀର୍ତ୍ତି ତାଙ୍କ ଘରେ ରହୁଥିଲା। ଶ୍ରୀନିବାସ ଏହାପରେ ତୁରନ୍ତ ହୟାତନଗର ପୋଲିସକୁ ମାମଲା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି କୀର୍ତ୍ତିକୁ ଗିରଫ କରିଥିଲା ଓ ପଚରାଉଚରା କରିଥିଲା। ଏହି ସମୟରେ କୀର୍ତ୍ତି ସ୍ବୀକାର କରିଥିଲା ଯେ, ସେ ତା’ର ମା’କୁ ହତ୍ୟା କରିଛି।
Attachments area

LEAVE A REPLY

Please enter your comment!
Please enter your name here