ଜଣେ ୧୬ ବର୍ଷର ଯୁବକ ଉପରେ ମାଛ ଏମିତି ବିପଦଜ୍ଜନକ ଭାବେ ଆକ୍ରମଣ କରିଛି ଯେ, ବେକରେ ମାଛର ମୁନିଆ ପାଟି ଗଳି ଯାଇଛି, ଆଉ କିଛି ସମୟ ଭିତରେ ଯୁବକଙ୍କ ପ୍ରାଣ ବୋଧେ ଚାଲି ଯାଇଥାନ୍ତା; ଏହାର ଫୋଟୋ ଭାଇରାଲ ହେବାରେ ଲାଗିଛି; ଯେଉଁଥିରେ ଦେଖିବାକୁ ମିଳିଛି ଯେ, କେଉଁଭଳି ମାଛ ଇଦୁଲୁଙ୍କ ବେକ ଏପଟୁ ପଶି ସେପଟୁ ବାହାରି ଯାଇଛି

ଏହି ଘଟଣା ଘଟିଛି ଇଣ୍ଡୋନେସିଆର ସୁଲାବେସିରେ; ମହମ୍ମଦ ଇଦୁଲୁ ନିଜର ଅଭିଭାବକଙ୍କ ସହିତ ମାଛ ମାରୁଥିଲା ବେଳେ ଉଡ଼ନ୍ତା ମାଛ ନିଡଲଫିସ ଉଡ଼ି ଆସି ଇଦୁଲୁଙ୍କ ବେକରେ ଆକ୍ରମଣ କରିଥିଲା; ଏଥିରେ ମାଛର ଧାରୁଆ ପାଟି ଇଦୁଲୁଙ୍କ ବେକରେ ପଶି ଆରପଟକୁ ବାହାରି ଯାଇଛି; ସଂଗେ ସଂଗେ ଇଦୁଲୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା; ଘଟଣାର ଦୁଇ ଦିନ ପରେ ତାଙ୍କ ବେକର ସର୍ଜରୀ କରାଯାଇଛି; ତିନି ଡାକ୍ତରଙ୍କ ଦଳ ୨ ଘଣ୍ଟା ଧରି ବେକର ଅପରେସନ କରିଛନ୍ତି; ଇଦୁଲୁଙ୍କ ସ୍ଵାସ୍ଥ୍ୟବସ୍ଥାରେ ଏବେ ସୁଧାର ହେବାରେ ଲାଗିଛି; ଏବେ ବି ତାଙ୍କୁ ହସ୍ପିଟାଲରେ ରଖାଯାଇଛି; ଡାକ୍ତର କହିଛନ୍ତି ଯେ ତାଙ୍କ ବେକରେ ସୃଷ୍ଟି କ୍ଷତ ଶୀଘ୍ର ଭରିଯିବ

LEAVE A REPLY

Please enter your comment!
Please enter your name here