ଏହି ବର୍ଷ ମାନେ ୨୦୧୮ ରେ ରିଲିୟାନ୍ସ୍ ଇଣ୍ଡଷ୍ଟ୍ରିଜ୍ ର ଜବରଦସ୍ତ ପ୍ରଦର୍ଶନ ଦ୍ବାରା ଭାରତର ଅରବପତି ମୁକେଶ ଅମ୍ବାନୀ ଅଲିବାବା ଗ୍ରୁପର ଫାଉଣ୍ଡର୍ ଜୈକ୍ ମା କୁ ପଛରେ ଛାଡ଼ି ଏସିଆ ର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଦୁନିଆର ସବୁଠୁ ଶୀଘ୍ର ବିକାଶ କରୁଥିବା ଏସିଆର ଅର୍ଥ ବ୍ୟବସ୍ଥାରେ ମୋଟ ୧୨୮ ଜଣ ଅରବପତିଙ୍କୁ ୨୦୧୮ ରେ ବଡ଼ ଝଟକା ଲାଗିଛି । ଏ ବର୍ଷ ସେୟାର ବଜାରରେ ଏମାନଙ୍କୁ ୧୩୭ ଅରବ ଡଲାର କ୍ଷତି ହୋଇଛି ।
ଚିନ୍ ର ଅରବପତି ମାନଙ୍କୁ ଶକ୍ତ ଧକା ଲାଗିଛି-
ବ୍ଲୁମବର୍ଗର ଅରବପତି ର୍ୟାକିଂକ୍ ରେ ୪୦ ଜଣ ଚାଇନା ଅରବପତିରୁ ପ୍ରାୟ ୩୦ ଜଣଙ୍କ ସମ୍ପତ୍ତି ରେ କ୍ଷୟ ଘଟିଛି । ବାଂଡା ଗ୍ରୁପ ର ଵାଂଗ୍ ଜିୟାନଲିନ୍ ଙ୍କୁ ୧୦.୮ ଅରବ ଡଲାରର କ୍ଷତି ହୋଇଛି ।
ଭାରତୀୟ ଧନକୁବେର ମାନଙ୍କର ୨୧ ଅରବ ଡଲାର ବୁଡ଼ି ଯାଇଛି । ଦୁନିଆର ସବୁଠୁ ବଡ଼ ଷ୍ଟିଲ୍ ନିର୍ମାତା ଲକ୍ଷ୍ମୀ ମିତ୍ତଲ୍ ଙ୍କୁ ୫.୬ ଅରବ ଡଲାର କିମ୍ବା ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ୨୯ ପ୍ରତିଶତ କ୍ଷତି ହୋଇଛି ।
ଭାରତର ଅରବପତି ଦିଲ୍ଲୀପ ସାଙ୍ଘବିଙ୍କର ୪.୮ ଅରବ ଡଲାରର କ୍ଷତି ହୋଇଛି ।
ଏଥିସହିତ ଦକ୍ଷିଣ କୋରିଆ ଏବଂ ହଂକଂ ର ବି ଅରବପତି ମାନଙ୍କୁ ଶକ୍ତ ଧକ୍କା ଲାଗିଛି ।

LEAVE A REPLY

Please enter your comment!
Please enter your name here