ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା ”ନିମକି-ନିମ୍ପୁରରୁ ନବୀନ ନିବାସ’ ଆଗମାୀ ୨୩ ତାରିଖରେ ଓଲିଉଡ଼ରେ ରିଲିଜ ହେବାକୁ ଯାଇଛି । ଏହାର ପ୍ରିମିୟରରେ ବଲିଉଡ଼ର ପୁରୁଣା ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ଯୋଗ ଦେବେ ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଓଲିଉଡ଼୍ ଇତିହାସରେ ଏହା ଘଟଣା ପ୍ରଥମ; ଏଥିପାଇଁ ସିନେମାର ପୁରା ଟିମ୍ ଖୁବ ଉତ୍ସାହିତ । ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଗୀତ ମୁକ୍ତିଲାଭ କରିଛି ଯେଉଁଥିରେ ରାଜଧାନୀ ଭୁବନେଶ୍ୱରକୁ ବେଶ୍ ସୁନ୍ଦର ଢ଼ଙ୍ଗରେ ଚିତ୍ରଣ କରାଯାଇଛି । ଏହା ଏକ ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ଯେଉଁଥିରେ ମୁଖ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆକର୍ଷକ “ନିମକି” ଚରିତ୍ରରେ ନଜର ଆସିଛନ୍ତି । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପ୍ରତିଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ବାଣ୍ଟୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି ।

ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ନେଇ ନିର୍ମାଣ ହେଇଚି ଏହି ଚଳଚ୍ଚିତ୍ର । ଏହି ଆଗାମୀ ସିନେମାର ପ୍ରଥମ ଗୀତ ‘ଛୋଟ ମୋର ଗାଁ ଟି’ ମୁକ୍ତିଲାଭ କରିଛି  ଯାହାକୁ ମେକର୍ ପୁଣିଥରେ ରିକ୍ରିଏଟ୍ କରିଛନ୍ତି ଏହି ସିନେମା ପାଇଁ । ଆଉ ଏହି ନୂଆ ଭର୍ସନ୍ ଗୀତ ପାଇଁ ସୋହିନି ମିଶ୍ର କଣ୍ଠଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here