ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଓ୍ଵିକେଟ୍ କିପର ଋଷଭ ପନ୍ତଙ୍କ ମୁଣ୍ଡରେ ବଲ୍ ବାଜିବାରୁ ସେ ଆଉ ଫିଲ୍ଡିଂ କରି ପାରିନଥିଲେ; ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ଜାନୁଆରୀ ୧୭ରେ ରାଜକୋଟରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଦିନିକିଆରୁ ସେ ବାଦ୍ ପଡ଼ିଲେ
ତାଜା ସୂଚନା ଅନୁଯାୟୀ, ମୁଣ୍ଡରେ ବଲ୍ ବାଜିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଖେଳାଳିଙ୍କୁ ନଜରରେ ରଖାଯାଏ; ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତର ବ୍ୟାଟିଂର ୪୪ତମ ଓଭରରେ ପାଟ୍ କମିନ୍ସଙ୍କ ଏକ ବାଉନ୍ସର ବଲ୍ ତାଙ୍କ ହେଲମେଟରେ ବାଜିଥିଲା, ଯାହାଫଳରେ ସେ ଆଉଟ୍ ମଧ୍ୟ ହୋଇଥିଲେ; ତେଣୁ ସେ ଅନୁମତି ନେଇ ଖେଳରୁ ବାହାରି ଯାଇଥିଲେ ଏବଂ ତାଙ୍କ ସ୍ଥାନରେ କେ.ଏଲ. ରାହୁଲ ଓ୍ଵିକେଟ୍ କିପିଂ କରିଥିଲେ; ଋଷଭ ପନ୍ତଙ୍କୁ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ବେଙ୍ଗାଲୁରୁଙ୍କୁ ନିଆଯାଇ ସେଠାରେ ଆବଶ୍ୟକୀୟ ଚିକିତ୍ସା କରାଯିବ; ବିସିସିଆଇ କହିବା ଅନୁସାରେ ରିହାବିଲିଟେସନ ପ୍ରୋଟୋକଲ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି

LEAVE A REPLY

Please enter your comment!
Please enter your name here