କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ ଲତା ମଙ୍ଗେଶକରଙ୍କ ମୁମ୍ୱାଇରେ ଥିବା ପ୍ରଭୁକୁଞ୍ଜ ବିଲ୍‌ଡିଂକୁ ଶନିବାର ବିଏମ୍‌ସି ସିଲ୍‌ କରିଛି; ଦକ୍ଷିଣ ମୁମ୍ୱାଇରେ ଥିବା ପେଡାର୍‌ ରୋଡ୍‌ ସ୍ଥିତ ପ୍ରଭୁକୁଞ୍ଜ ଭବନରେ ଲତାଜୀ ରୁହନ୍ତି; ଏହି ବିଲ୍‌ଡିଂରେ ଅନେକ ବରିଷ୍ଠ ନାଗରିକ ରହୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଲତାଙ୍କ ପରିବାର ଲୋକ କହିଛନ୍ତି; ତେବେ ଲତାଙ୍କ ପରିବାର ପରିବାର ସୁସ୍ଥ ଥିବା ଜଣାପଡ଼ିଛିଲତାଜୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଆମ ପାଖରୁ ଶନିବାର ସଂନ୍ଧ୍ୟାରେ ଫୋନ ଆସିଥିଲା ଯେ ଆପଣଙ୍କ ବିଲ‌ଡିଂରେ ରହୁଥିବା ସୋସାଇଟିରେ କିଛି ଲୋକ କରୋନାରେ ଆକ୍ରାନ୍ତ ହେବା ପରେ ଏହାକୁ ସିଲ୍‌ କରାଯାଉଚି; ଏପରିକି ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆମ ପାରମ୍ପରିକ ଗଣେଶ ପୂଜା କେବଳ ପରିବାର ସଦସ୍ୟଙ୍କୁ ନେଇ ଆୟୋଜନ କରାଯାଇଥିଲା

ତେବେ ଲତାଙ୍କ ପରିବାର ଲୋକ ସୁସ୍ଥ ଥିବାରୁ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଗୁଜବକୁ ବିଶ୍ୱାସ ନକରିବା ପାଇଁ କୁହାଯାଇଛି; ଲତାଙ୍କ ପରିବାର ଲୋକ ଆହୁରି ମଧ୍ୟ କହିଛନ୍ତି, ଏଠାରେ ଥିବା ବରିଷ୍ଠ ନାଗରିକମାନେ ସାବଧାନତା ଅବଲମ୍ୱନ କରିବା ସହ ଅନ୍ୟ ସଦସ୍ୟଙ୍କ ସୁରକ୍ଷା ପାଇଁ ସହଯୋଗ କରୁଛନ୍ତି; ଇଶ୍ୱରଙ୍କ କୃପାରୁ ଲୋକଙ୍କ ଶୁଭକାମନା ପାଇଁ ଆମ ପରିବାର ସୁରକ୍ଷିତ ଅଛନ୍ତି ବୋଲି ସେମାନେ କହିଛନ୍ତି

LEAVE A REPLY

Please enter your comment!
Please enter your name here