ମୃତ୍ୟୁ ପରେ ଶରୀର ନିର୍ଜୀବ ପାଲଟିଯାଏ; ମାତ୍ର ଆତ୍ମା ସହ କ’ଣ ହୁଏ ଓ ଆତ୍ମା ମୃତ୍ୟୁ ପରେ ନିଜ ଅସ୍ଥିତ୍ୱ ବଜାୟ ରଖିପାରେ କି ନାହିଁ ସେ ନେଇ ଦ୍ୱନ୍ଦ ଏବେ ମଧ୍ୟ ଲାଗି ରହିଛି; ଏକବିଂଶ ଶତାଦ୍ଧୀର ବିଜ୍ଞାନ ମଧ୍ୟ ବିନା ଦ୍ୱନ୍ଦରେ ଏ ପ୍ରଶ୍ନ ଉତ୍ତର ଦେବାରେ ଅସମର୍ଥ; ବିଜ୍ଞାନର ତର୍କ କେବଳ ଏତିକି ଯେ, ବ୍ରହ୍ମାଣ୍ଡରେ ଥିବା ସମସ୍ତ ଜୀବ ଓ ନିର୍ଜୀବ ସମୟକ୍ରମେ କ୍ଷୟଶୀଳ ଓ ଶେଷରେ ନିଜ ଅସ୍ଥିତ୍ୱ ହରାନ୍ତି; ଏଣୁ ମନୁଷ୍ୟର ମୃତ୍ୟୁ ମଧ୍ୟ ଏହିଭଳି ହୋଇଥାଏ; କିନ୍ତୁ ଯେକୌଣସି ଧର୍ମ ଗ୍ରନ୍ଥର ପୃଷ୍ଠା ଓଲଟାଇଲେ ଜଣାପଡେ ଯେ ଆତ୍ମା ଅମର; ତେବେ ଶରୀର ଛାଡିବା ପରେ ଆତ୍ମା ଯାଏ କୁଆଡେ ? ଏ ପ୍ରଶ୍ନର ଉତ୍ତର ଅନେତ ବିଦ୍ୱାନ ଓ ଧର୍ମଗ୍ରନ୍ଥରେ ମିଳେଗାୟତ୍ରୀ ପରିବାରର ପ୍ରତିଷ୍ଠାତା ପଣ୍ଡିତ ଶ୍ରୀରାମ ଶର୍ମା ନିଜ ପୁସ୍ତକରେ ଲେଖିଛନ୍ତି ଯେ, ଶରୀର ଛାଡିବା ପରେ ଆତ୍ମା କିଛି ସମୟ ବିଶ୍ରମ ସ୍ଥିତିରେ ରହିଥାଏ; ଏହାପରେ ନୂଆ ଶରୀରରେ ପ୍ରବେଶ କରିଥାଏ; ପରଲୋକ ବିଜ୍ଞାନରେ ମଧ୍ୟ ଆତ୍ମାର ଅବସ୍ଥିତି ନେଇ ସମାନ ତଥ୍ୟ ଦିଆଯାଇଛି; ପ୍ରାଚୀନ ବେବିଲୋନ୍ ଓ ମିଶ୍ର ସଭ୍ୟତାରେ ମଧ୍ୟ ଆତ୍ମାର ଅସ୍ଥିତ୍ୱକୁ ଗ୍ରହଣ କରାଯାଇଛି ଯେ ମୃତ୍ୟୁ ପରେ ସେମାନେ ବ୍ୟକ୍ତିର ଶରୀର ଉପରେ ସ୍ୱତନ୍ତ୍ର ଲେପ ଲଗାଯାଇ କବରରେ ରଖାଯାଇଥାଏ; ବିଶ୍ୱାସ ଥିଲା ଯେ କିଛି ସମୟ ପରେ ଆତ୍ମା ପୁଣି କିଛି ସମୟ ପରେ ଆତ୍ମା ପୁଣି ଥରେ ଶରୀରକୁ ଫେରି ଆସିଥାଏ
ସେହିଭଳି ପରମହଂସ ଯୋଗାନନ୍ଦଙ୍କ ଆତ୍ମକଥା ଯୋଗୀ ଆତ୍ମକଥାରେ ମଧ୍ୟ ଆତ୍ମା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି; କୁହାଯାଇଛି ଯେ, ମୃତ୍ୟୁ ପରେ ଆତ୍ମା ସୂକ୍ଷ୍ମଲୋକକୁ ଯାଇଥାଏ; ସେଠାରେ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଉନ୍ନତ ବ୍ୟକ୍ତିଙ୍କ ଆତ୍ମାକୁ ହରିଣ୍ୟଲୋକ ପଠାଯାଇଥାଏ; ଏହି ଆତ୍ମାକୁ ପୁର୍ନଜନ୍ମରୁ ମୁକ୍ତି ମିଳି ଯାଇଥାଏ; ପରମହଂସଙ୍କର ଏହି ପୁସ୍ତକରେ ପୁର୍ନଜନ୍ମରୁ କିଭଳି ମୁକ୍ତି ମିଳେ ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି; ପୁସ୍ତକଟି ଏଯାବତ୍ ୨୦ଟି ଭାଷାରେ ଅନୁବାଦ ହୋଇ ସାରିଛି; ଅନେକ ସମୟରେ ଏଭଳି ଉଦାହରଣ ମଧ୍ୟ ସାମ୍ନାକୁ ମଧ୍ୟ ଆସିଛି ଯେ ବ୍ୟକ୍ତି ଅପମୃତ୍ୟୁ ଘୋଷିତ ହେବା ପରେ ପୁଣି ଥରେ ଜୀବିତ ହୋଇଛନ୍ତି; ଏହା ଆତ୍ମାର ପୁନଃସ୍ଥାପନାକୁ ପ୍ରମାଣ କରେ; ଉଭୟ ଋକ୍ ବେଦ ଓ ଗୀତା ମଧ୍ୟ ଆତ୍ମାକୁ ଅଜୟ ଓ ଅମର ବୋଲି ବର୍ଣ୍ଣନା କରାଯାଇଛି

LEAVE A REPLY

Please enter your comment!
Please enter your name here