ଡିସେମ୍ବର ୨୪ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସୁଛନ୍ତି । ଓଡ଼ିଶା ଆସିବା ପଛରେ ବହୁତ୍ ଗୁଡିଏ କାରଣ ଅଛି ।

ଦିନିକିଆ ଓଡ଼ିଶା ଗସ୍ତରେ ମୋଦି ଓଡ଼ିଶାରେ ମୋଟ ୧୫,୪୫୭ ଟଙ୍କା ରୁ ଉର୍ଦ୍ଧ୍ବ ବ୍ୟୟ ବରାଦ ରଖିବା ସଙ୍ଗେ ଅନେକ ଯୋଯନାର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ଦିନିକିଆ ଗସ୍ତରେ ମୋଦି ଆଇ ଆଇ ଟି ଭୁବନେଶ୍ୱର କୁ ରାଷ୍ଟ୍ର ଉଦ୍ଦେଶ୍ୟ ରେ ସମର୍ପଣ କରିବେ । ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠିତ ହବାକୁ ଥିବା ଆଇଜର- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ର ଭିତ୍ତିପ୍ରସ୍ତର ସ୍ଥାପନ କରେବେ ।

ପାଇକ ବିଦ୍ରୋହ ସ୍ମୃତିରେ ମୁଦ୍ରା ତଥା ଡାକ ଟିକେଟ ଲୋକାର୍ପଣ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ପାଇକ ଗବେଷଣା ଚେୟାର୍ ସ୍ଥାପନ କରିବେ ।

ଭଗବାନ ବୁଦ୍ଧଙ୍କ ସଂଗ୍ରହାଳୟ ଯାହା ଯାଜପୁର ଜିଲ୍ଲା ଲଳିତଗିରୀରେ ନିର୍ମିତ ହୋଇଛି ତାଆର ମଧ୍ୟ ଲୋକାର୍ପଣ କରିବେ ।

ମୋଦି ଦୁଇଟି ଜାତୀୟ ରିଜପଥର ୬ ଲେନକରଣ ଓ ଗୋଟିଏ ରାଜ ମାର୍ଗ ୪ ଲେନକରଣ ତଥା ଖଣ୍ଡଗିରି ଫ୍ଲାଏଓଭର୍ ଭୂମି ପୂଜନ କରିବେ ।

ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇସି ଡାକ୍ତରଖାନାର ଲୋକାର୍ପଣ ସହ ପାରାଦୀପ ହାଇଦ୍ରାବାଦ ୧୨୧୨ କିମି ଦୈର୍ଘ୍ୟ ଇଣ୍ଡିଆନ ଅୟଲ୍ ର ପାଇପ୍ ଲାଇନ୍ ଓ ଗେଲର୍ ୬୬୭ କିମି ଦୈର୍ଘ୍ୟ ଵୋକାରୋ-ଅନୁଗୁଳ ପାଇପଲାଇନ ର ଶିଳାନ୍ୟାସ ମଧ୍ୟ କରିବାର ଯୋଯନା ରହିଛି ।

LEAVE A REPLY

Please enter your comment!
Please enter your name here