ବହୁ ଚର୍ଚିତ  ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ ଲେଖିଥିବା ପତ୍ରକାର ପ୍ରଶାନ୍ତ କନୌଜିୟା ଗିରଫ ହେବା ପରେ ଏବେ ଏହି ମାମଲା ଚର୍ଚ୍ଚାରେ ରହିଛି । ତେବେ ଏହାକୁ ଅଭିବ୍ୟକ୍ତ କରିବା ପାଇଁ ସ୍ୱତନ୍ତ୍ରତା ଅଧୀକାର ଆଧାରରେ ଅଦାଲତ ଖଣ୍ଡନ କରିଛନ୍ତି । ଏହା ସହ ପତ୍ରକାରଙ୍କୁ ଜାମିନ ଦେବା ପାଇଁ ତୁରନ୍ତ ଆଦେଶ ଦେଇଛନ୍ତି । ତେବେ ଏହି ଘଟଣା ପରେ  ରାହୁଲ ଗାନ୍ଧୀ ଟିପ୍ପଣୀ କରିଛନ୍ତି । ସେ ଲେଖିଛନ୍ତି କି, ଯଦି ମୋ ବିରୁଧରେ ଲେଖୁଥିବା ପତ୍ରକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଯିବ ତେବେ ମିଡିଆ ହାଉସରେ ଷ୍ଟାପ୍ ସଂଖ୍ୟା କମିଯିବେ ।
କଂଗ୍ରେସ ଅଧକ୍ଷ  ରାହୁଲ ଗାନ୍ଧୀ ଟ୍ୱିଟ୍ କରିଛନ୍ତି କି, ଯଦି ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଥିବା ପତ୍ରକାର ଆରଏସଏସ ଏବଂ ବିଜେପିର ପ୍ରେଯାଜିତ ଆଜେଣ୍ଡା ଚଳଉଛନ୍ତି , ଯଦି ତାଙ୍କୁ ଜେଲ ପଠାଯିବ ତେବେ ମିଡିଆ ହାଉସରୁ ଷ୍ଟାପ୍ ସବୁ କମିଯିବେ । ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମୂର୍ଖତାପୂର୍ଣ୍ଣ ପନ୍ଥା ଆପଣୋଉଛନ୍ତି ବୋଲି ଯୁବରାଜ କହିଛନ୍ତି |

LEAVE A REPLY

Please enter your comment!
Please enter your name here