ଗ୍ରହ ମଧ୍ୟରେ ବୃହସ୍ପତି ଗ୍ରହ ସବୁଠୁ ପ୍ରଭାବଶାଳୀ ଅଟେ | ତାଙ୍କୁ ଦେବଗୁରୁ ବୋଲି ପୌରାଣିକ ଆଖ୍ୟା ଦିଆଯାଇଛି | ଧନୁ ଓ ମୀନ ରାଶିର ସ୍ୱାମୀ ବୃହସ୍ପତି ଅଟନ୍ତି | କର୍କଟ ରାଶିରେ ଉଚ୍ଚ ଓ ମକର ରାଶିରେ ନୀଚ୍ଚ ଥାନ୍ତି | ସୂର୍ଯ୍ୟ, ମଙ୍ଗଳ ଓ ଚନ୍ଦ୍ର ହେଉଛନ୍ତି ମିତ୍ର ଗ୍ରହ | ଶୁକ୍ର, ବୁଧ ହେଉଛନ୍ତି ଶତ୍ରୁ ଗ୍ରହ | ଯଦି ବୃହସ୍ପତି ଶୁଭ ସ୍ଥାନରେ ଥିଲେ ବୈବାହିକ ଜୀବନ ସୁଖପ୍ରଦ ହୁଏ | ଏହାସହ ଜୀବନରେ ଧନ, ମାନ, ସମ୍ମାନ, ପ୍ରତିଷ୍ଠା, ସ୍ଵର୍ଣ ଆଭୂଷଣ, ଯାନବାହାନ ସୁଖ, ଗୃହ, ଜମି ପ୍ରାପ୍ତି ସହ ମାଲି ମକଦ୍ଦମାରେ ବିଜୟୀ କରାଏ | ଯଦି ଗୁରୁ କିମ୍ବା ବୃହସ୍ପତି ଦୋଷକାରକ ଭାବେ ଥାଏ ଏହି ଦିଗରେ ବ୍ୟକ୍ତି ଅସଫଳତା ଦେଇ ଗତି କରେ | ତାସହ ମୁଣ୍ଡରୁ ବାଳ ଝଡ଼ିବା, ଗଳା, ଶ୍ୱାସ, ଫୁସଫୁସ ସମ୍ବଧୀୟ ରୋଗ, ଚକ୍ଷୁପୀଡ଼ା, ମିଥ୍ୟା ଅପପ୍ରଚାରର ସାମ୍ନା କରିବା, ବିନା କାରଣରୁ ଶିକ୍ଷା ଅଟକିଯିବା, ଅଯଥା ଶତ୍ରୁ ସୃଷ୍ଟିହେବା, ସୁନା ହଜିବା ଇତ୍ୟାଦି ଲକ୍ଷଣ ମଧ୍ୟ ସେହି ବ୍ୟକ୍ତିଠାରେ ଦେଖାଦିଏ | ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଦ୍ୱାରା କିପରି କରିବେ ଗୁରୁ କିମ୍ବା ବୃହସ୍ପତିଙ୍କୁ ସନ୍ତୁଷ୍ଟ……….
୧. ଗୁରୁବାର ବ୍ରତ ରଖନ୍ତୁ, ଶୁଦ୍ଧ ନିରାମିଷ ଲୁଣ ବିହୀନ ଭୋଜନ କରନ୍ତୁ | ଖାଦ୍ୟରେ ହଳଦିଆ ଖାଦ୍ୟଦ୍ରବ୍ୟ ଯେମିତି ବେସନ ଲଡୁ, ଆମ୍ବ, କଦଳୀକୁ ଗ୍ରହଣ କରନ୍ତୁ | ହଳଦିଆ ବସ୍ତ୍ର ପରିଧାନ କରନ୍ତୁ |
୨. କଦଳୀ ବୃକ୍ଷ, ବ୍ରହ୍ମଯଷ୍ଟି ବୃକ୍ଷ ମୂଳରେ ହଳଦୀ ଜଳ, କେଶର ଚନ୍ଦନ, ହଳଦୀ ରଙ୍ଗ ଫୁଲ ଦେଇ ପୂଜା କରନ୍ତୁ |
୩. ଶିବଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ |
୪. ଗୁରୁଙ୍କ ମନ୍ତ୍ର “ଓଁ ଗ୍ରାଂ ଗ୍ରୀଂ ଗ୍ରୋଂ ସଃ ବୃହସ୍ପତୟେ ନମଃ” କିମ୍ବା “ଓଁ ବୃଂ ବୃହସ୍ପତୟେ ନମଃ” | ଏହି ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ |
୫. ହଳଦିଆ ଦ୍ରବ୍ୟ (ହଳଦୀ ଗଣ୍ଠି, ସୁନା, ହଳଦିଆ ସୋରିଷ), ହଳଦିଆ ଖାଦ୍ୟଦ୍ରବ୍ୟ (ବେସନ ଲଡୁ, କଦଳୀ, ଆମ୍ବ), ହଳଦିଆ ବସ୍ତ୍ର ଆଦି ଦାନ କରନ୍ତୁ |
୬. ଶ୍ରୀ ବିଷ୍ଣୁ କିମ୍ବା କୃଷ୍ଣଙ୍କୁ ପୂଜା କରନ୍ତୁ | ବିଷ୍ଣୁ ସହସ୍ର ନାମ କିମ୍ବା କୃଷ୍ଣଙ୍କ ମନ୍ତ୍ର “ଓଁ କ୍ଲୀଂ କ୍ରୀଷ୍ଣାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପନ୍ତୁ |
୭. ଜ୍ୟୋତିଷଙ୍କ ପରାମର୍ଶ ନେଇ ପୋଖରାଜ ତର୍ଜନୀ ଆଙ୍ଗୁଳିରେ ସୁନାମୁଦୀରେ ଧାରଣ କରନ୍ତୁ |

LEAVE A REPLY

Please enter your comment!
Please enter your name here