ସୋନିଆ ଏବଂ ରଜିବ୍ ଗନ୍ଧିଂକ କନ୍ୟା ତଥା ଗାନ୍ଧି ପରିବାରର ସଦସ୍ୟ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଉତ୍ତରପ୍ରଦେଶର ପ୍ରଭାରୀ କରାଯାଇଛି ଏବଂ ତାଂକୁ ନିଯୁକ୍ତି କରାଯିବା ପରେ ରାଜନୈତିକ ମହଲରେ ତାଙ୍କୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏପରିକି ଆଗାମୀ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥଭାବେ ଉପସ୍ଥାପିତ କରାଯିବାର ସମ୍ଭାବନା ଅଛି ।

ଏହି ଘଟଣାକୁ ନେଇ ରାଜନୈତିକ ରଣନୀତିକାର ତଥା ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋରଙ୍କ କହିବା ଅନୁସାରେ ମୋଦିଙ୍କ ବିରୋଧରେ ପ୍ରିୟଙ୍କାଙ୍କୁ ଉପସ୍ଥାପିତ କରିବା କଂଗ୍ରେସର ଭୁଲ ହେବ । ଏଥିପାଇଁ ପ୍ରିୟଙ୍କାଙ୍କୁ କିଛି ଅଭିଜ୍ଞତା ହାସଲ କରିବା ପାଇଁ ସମୟ ଦିଆଯିବା ଆବଶ୍ୟକତା ଅଛି । ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ପାଇଁ ଉତ୍ତରପ୍ରଦେଶ ନିର୍ବାଚନ ସମୟରେ ପ୍ରଶାନ୍ତ କିଶୋର ମତ ଦେଇଥିଲେ।

ରାଜନୀତିକୁ ଓହ୍ଲାଇବା ପରେ ସମର୍ଥକଙ୍କ ମଧ୍ୟରେ ଖୁବ‍୍‌ ଉତ୍ସାହ ସୃଷ୍ଟି ହୋଇଛି ଏହି ଘଟଣାକୁ ନେଇ । ବିଜେପି ସହିତ କଡା ଟକ୍କର ଦେବା ପାଇଁ ଏବେଠାରୁ ଲାଗିପଡ଼ିଲେଣି ।

 ଯେଉଁ କଂଗ୍ରେସ ନେତା ଓ କର୍ମୀମାନେ ରାହୁଲ ଗାନ୍ଧିଙ୍କୁ ନେଇ ସନ୍ଦେହ ଭିତରେ ଥିଲେ ସେମାନେ ଏବେ ଆତ୍ମବିଶ୍ୱାସ ଫେରିପାଇଲେ ବୋଲି ମତ ଦେବାରେ ଲାଗିଛନ୍ତି । ପ୍ରିୟଙ୍କାଙ୍କ ରାଜନୀତିକୁ ପ୍ରବେଶ କରିବା ଘଟଣାକୁ ସେମାନେ ଇନ୍ଦିରା ଗାନ୍ଧି ଆଉଥରେ ଫେରିଲେ  ବୋଲି କହୁଛନ୍ତି । ବିଗତ ପାଂଚ ବର୍ଷ ହେଲା ଶାସକ ବିଜେପି ରହୁଲ ଗାନ୍ଧିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଉପହାସ କରିଆସୁଥିଲା  କିନ୍ତୁ ପ୍ରିୟଙ୍କାଙ୍କ କ୍ଷେତ୍ରରେ ଏହା ସମ୍ଭବ ହେବ ନାହିଁ ବୋଲି ରାଜନୀତିକ ମହଲରେ ମତପ୍ରକାଶ ପାଇଛି ।

ପ୍ରିୟଙ୍କା ଗାନ୍ଧି ଏବେ ରାଜନୀତିକୁ ଆସିଥିଲେ ହେଁ ରାଜନୈତିକ ବିଚକ୍ଷଣତା ରହିଛି । କେଉଁ ନେତାଙ୍କୁ କିପରି ଓ କେଉଁ ସମୟରେ କିପରି ଉତ୍ତର ଦିଆଯିବ ତାହା ସେ ବେଶ୍ ଭଲଭାବେ ଜାଣିଛନ୍ତି । ଗତ ନିର୍ବାଚନରେ ମୋଦିଙ୍କୁ ୫ ଥର କଡ଼ା ଜବାବ ଦେଇ ତାଙ୍କ କହିବା ବନ୍ଦ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here