ଯାହାକୁ ବାହା ହୋଇ ସାତ ଜନମର ସାଥି ଭାବେ ପାଇବାକୁ ଚାହୁଁଥିଲା ପ୍ରେମିକା, ସେଇ ପ୍ରେମୀ ପ୍ରେମିକାର ମୁଣ୍ଡ କାଟିଦେଲା ଭାରି ନିର୍ମମ ଭାବେ । ପ୍ରେମିକରୁ ପିଶାଚ ବନିଗଲା ଯୁବକ ହେଲେ କଣ ପାଇଁ କଣ ଥିଲା ଏହାର ରହସ୍ୟ ?
ଚନ୍ଦକା ଜଙ୍ଗଲର ଏହି ଘଟଣା ସମ୍ପୂର୍ଣ୍ଣ ଦେଶକୁ ଚକିତ କରି ଦେଇଛି । ଯାହାକୁ ଏତେ ଭଲପାଉଥିଲା ଯୁବକ ସେ ପୁଣି ନିଜ ହାତରେ ପ୍ରେମିକାର ମୁଣ୍ଡକୁ ଛୁରିରେ କାଟି ଅଲଗା କରିଦେଲା !! ଏ କଥା ଶୁଣିବାକୁ ଯେତିକି ଅଡ଼ୁଆ ଲାଗୁଛି ତା ଠୁ ଅଧିକ ଅଡ଼ୁଆ ଲାଗିବ ଘଟଣାର ଅନ୍ତରାଳକୁ ଗଲେ ।
ଅଭାଗିନୀ ସସ୍ମିତା ଏପରି ଜଣେ ରାକ୍ଷସକୁ ପ୍ରେମ କରୁଥିଲା, ଯାହାକୁ ସେ ସାତ ଜନମର ସାଥି ଭାବେ ଘର ସଂସାର କରିବାକୁ ଚାହୁଁଥିଲା । ଗତ ୧୩ ତାରିଖରୁ ଘରୁ ଫେରାର୍ ହେଇଯାଇଥିଲା ସସ୍ମିତା । ନିଜ ପ୍ରେମିକ ଯୁଧିଷ୍ଠିର ସହିତ ଫେରାର୍ ହୋଇ ଘର ସଂସାର କରିବ ବୋଲି ସ୍ବପ୍ନ ଦେଖୁଥିଲା ସସ୍ମିତା । ସେଇ ସଇତାନ ଖିନଭିନ୍ କରି ମୁଣ୍ଡ କାଟିଛି ସସ୍ମିତାର । ଗତ ୧୩ ତାରିଖରୁ ସସ୍ମିତାକୁ ନେଇ ଯାଇଥିଲା ଅଭିଯୁକ୍ତ ଯୁଧିଷ୍ଠିର । ହେଲେ ବାହା ହବାକୁ ଜିଦି କରୁଥିବା ପ୍ରେମିକାକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦବାକୁ ମନେ ମନେ ସ୍ଥିର କରି ସାରିଥିଲା ସଇତାନ ପ୍ରେମିକ । ସମ୍ପୂର୍ଣ୍ଣ ଜୋଯନା କରିସାରିଥିଲା ଅଭିଯୁକ୍ତ ଯୁଧିଷ୍ଠିର ।
ପରିବାରର ଏଫଆଇଆର ପରେ ତଦନ୍ତ କରିଥିଲା ପୋଲିସ୍ । ଅଭିଯୁକ୍ତ ର ମାଆକୁ ପୋଲିସ୍ ପଚରା ଉଚରା କରିବା ପରେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଯୁଧିଷ୍ଠିର । ତାପରେ ବଖାଣିଥିଲା ହତ୍ୟା ର ଟିକିନିଖି କାହାଣୀ ।
ଛୁରୀରେ କାଟିଥିଲା ସସ୍ମିତାର ମୁଣ୍ଡକୁ ଚନ୍ଦକା ଜଙ୍ଗଲରେ । କାରଣ ଥିଲା ସସ୍ମିତା ଯୁଧିଷ୍ଠିର ସ୍ବାଇଁକୁ ବାରମ୍ବାର କହୁଥିଲା, ଚାଲ ପ୍ରଥମେ ବାହା ହେଇଯିବା ତାପରେ ସବୁ ଠିକ୍ ହେଇଯିବ । ହେଲେ ଯୁଧିଷ୍ଠିର ବାହା ହବାକୁ ରାଜି ନଥିଲା ସେ ଥିଲା ଶରୀର ପିଚାଶ । ସେଥିପାଇଁ ପ୍ରେମିକାର ମୁଣ୍ଡ କାଟି ହତ୍ୟା କରିଥିଲା ସେ ।
ପ୍ରେମ ଆରମ୍ଭ ହୋଇଥିଲା ସତ୍ୟବାଦୀରେ ଆଉ ପ୍ରେମିକାର ହତ୍ୟା ହେଲା ଭୁବନେଶ୍ୱରରେ । ପୋଲିସ୍ ଏ ବିଷୟରେ ତଦନ୍ତ ଜାରି ରଖିଛି ଯେ ଏପରି ହତ୍ୟା କେବଳ ଯୁଧିଷ୍ଠିର କରିଛି ନା ତା ସାଙ୍ଗରେ ଆଉ କିଏ ଥିଲା । ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟ ସେତିକି ଚାଞ୍ଚଲ୍ୟକର ମଧ୍ୟ । ଯୁବତୀର ମୃତ ଗଣ୍ଡି ଓ ମୁଣ୍ଡକୁ ଯବତ କରିଛି ପୋଲିସ୍ ।
ଆଗକୁ ଯାହା ହବ ଆମେ ଜଣେଇବୁ ।

LEAVE A REPLY

Please enter your comment!
Please enter your name here