ଆଜି ବି ମନେ ପଡେ ସେହିଦିନ,ଯେବେ ନାସ୍ତିକରୁ ଆସ୍ତିକ ପାଲଟିଥିଵା ଗୋଟିଏ ଝିଅ ଜୀଵନର ନିଛକ ସତ୍ୟ କାହାଣୀ।

        ମୋର ଵାନ୍ଧବୀ ନିରୁପମା ।ଗୋଟିଏ ଏମିତି ଝିଅ ଯିଏକି ପିଲାଟି ଦିନରୁ ବହୁତ ଭଲପାଏ ମାଳ ଗୁନ୍ଥିବାକୁ, ଜେଜେମା ସହ ଵସି ପୂଜା ଘରେ ପାର୍ଥନା କରିଵାକୁ, ଭାଗବତ ବହି ପଢିବାକୁ, ସନ୍ଧ୍ୟାରେ ସନ୍ଧ୍ୟା ଦେବାକୁ । ଧୀରେ ଧୀରେ ବଡ ହେବା ପରେ ସେମିତି ସବୁ ଚାଲି ଥାଏ । ତାର ଆଗ୍ରହ ଉଚ୍ଚ ଶିକ୍ଷାରେ ।ସଵୁବେଳେ ଉଚ୍ଚ ଆଶା । କେମିତି ଦିନେ ସେ ଗୋଟିଏ ଉଚ୍ଚଶିକ୍ଷିତା ହୋଇପାରିବ ତାର ପ୍ରୟାସ ଜାରି ରଖିଥାଏ । ଏହିପରି ଭାଵେ ସ୍କୁଲ ଜୀଵନ, ପରେ କଲେଜ ଜୀବନ ଵି ସମାପ୍ତ ହୁଏ । ଆଜି ଆସି ପହଚିଛି ସେହିଦିନ ଯେଉ ଦିନକୁ ସେ ପାଗଳ ପରି ଅପେକ୍ଷା କରିଥିଲା । ଭଗବାନଙ୍କ ଉପରେ ଗଭୀର ଵିଶ୍ଵାସ ଥାଏ ଦିନେ ଭଗବାନ ତା ଡ଼ାକ ଶୁଣିଵେ, ସେ ଵି ଦିନେ ଉଚ୍ଚଶିକ୍ଷିତା ହୋଇ ମା,ଵାପାକର ଗୌରବ ହେବ । ହେଲେ ଭାଗ୍ୟର ଵିଡମ୍ବନା ଆଗରେ ଵା କାହାର ଜୋର ଚାଲେ । ପାଠ ପଢିବାର ଆଶା ଅଶୁମାରୀ ଏବଂ ସଵୁକିଛି ଠିକ୍ ଵି ହୋଇସାରିଥାଏ, ଭୁବନେଶ୍ୱରର Utkal University ରେ p.g କରିବା ପାଇଁ ଘର ଛାଡିବାକୁ ଆଉ ୮ ଦିନ ବାକି, ହେଲେ ଜୀବନରେ ଏମିତି ଏକ ମୋଡ ଆସେ ଯାହା ନିରୁପମାର ସପ୍ନକୁ ଅଧାରେ ରଖିବାକୁ ପଡେ ।ଆଖିରୁ ଲୁହ ଶୁଖେନି, ମନର କୋହକୁ ମା ପଣତରେ ଅଜାଡି ଦିଏ । ଏହିପରି କେତେଦିନ ଯିବା ପରେ ନିରୁପମା ଆସ୍ଥା ହରାଇଦିଏ ଭଗବାନଙ୍କ ଠୁ ।  ନା ସେ ସେଵେଠୁ ମନ୍ଦିର ଯାଏ, ନା ପୂଜା କରେ ।ଏମିତିକି ଠାକୁରଙ୍କ ଆଗେ ମଥାଵି ଝୁକାଏନି । ଭାଵିନିଏ ମୋ ଭାଗ୍ୟରେ ଯାହା ଅଛି ମୁଁ ହି ଭୋଗିଵି ତେଵେ ଭଗଵାନଙ୍କୁ ପୂଜି ଲାଭ ଵା କଣ ?ସେଠୁ ଆରମ୍ଭ ହୁଏ ଜୀବନ ସଘର୍ଷ ।ଗୋଟିଏ teacher ହିସାବରେ ନିଜ ଜୀବନର ନୂଆ ପର୍ଯ୍ୟାୟ ଆରମ୍ଭ ହୁଏ । ହଠାତ୍ ଦେଖା ହୁଏ ନିରୁପମାର ଜଣେ ସାଇ ଭକ୍ତଙ୍କ ସହ । ସେ ନିରୁପମା ର ପାଠ ପଢାପାଇଁ ଵହୁତ ଖୁସି ଥାନ୍ତି ତେଣୁ ସେ ସଵୁବେଳେ ନିରୁପମାକୁ ଉତ୍ସାହିତ କରାନ୍ତି ସାଇ ଦର୍ଶନ ମାନେ ଶିରିଡି ଯିଵାକୁ ।ନିରୁପମା ଅତ୍ୟନ୍ତ ସ୍ବାଭିମାନୀ । କେବେ ରାଜି ହୁଏନି ଯିବା ପାଇଁ । ଵହୁ ବାଧ୍ୟତା ପରେ ଅଚାନକ ସେହି ଭକ୍ତ ଜଣକ ନିରୁପମା ପାଇଁ ଟିକେଟ କାଟନ୍ତି ଶିରିଡି ପାଇଁ ।

      ଏପଟେ ନିରୁପମା ମନରେ ସାଇଙ୍କ ପ୍ରତି ଭକ୍ତି ଜାଗ୍ରତ ହୁଏ ହେଲେ ସେ ସଵୁବେଳେ ଭାବେ ସାଇ ସଵୁବେଳେ ଧନୀ ଲୋକଙ୍କ ପାଖରେ ଥାନ୍ତି, ସେମାନଙ୍କ ଡାକ ଶୁଣନ୍ତି, ଆମର ଵା ସେ ଭାଗ୍ୟ କାହିଁ?ହଠାତ ଏଭଳି ଏକ ପ୍ରସ୍ତାବ ପାଇଵା ପରେ ସାଇ ଭକ୍ତଙ୍କ ଠୁ ନିରୁପମା ନିଜ ପରିବାର ସହ ଆଲୋଚନା ପରେ ଶିରିଡି ଯାଏ । ଏବଂ ସେଠାରେ ସାଇ ଦର୍ଶନ କରି ଫେରିବା ପରେ ଆରମ୍ଭ ହୁଏ ନାସ୍ତିକରୁ ଆସ୍ତିକ ର ଭାବନା ।ସେଵେଠୁ ନେଇ ଆଜି ଯିଏ ଵାଵାଙ୍କ ର ଭକ୍ତି ରେ ସେ ଏଭଳି ମସଗୁଲ୍ ତାର ପ୍ରତ୍ୟେକ ସୁଖ ଦୁଃଖର ସାଥି “ସାଇ” କହିଲେ ଅତ୍ୟୁକ୍ତି ହେବନି।କେତେ କେତେ ବିପଦରୂ ଯେ ସାଇଙ୍କ ର କୃପାର ଆଭାସ ପାଇଛି ତାହା ବର୍ନନା କଲେ ହୁଏତ ଖାତାରୁ କାଗଜ ସରିଯାଇ ପାରେ,କଲମରୁ କାଳି ସରିଯାଇ ପାରେ ହେଲେ “ସାଇ” ମହିମାର ନିଛକ ସତ କାହାଣୀ ଯାହା ନିରୁପମା ଜୀବନ ର ଗୋଟିଏ ଗୋଟିଏ ଫର୍ଦ୍ଦ  ତାହା ଵର୍ଣ୍ଣନା କରାଯାଇ ନ ପାରେ।

      ଓମ୍ ସାଇ ରାମ୍..।

Note: ଯଦି ଆପଣଙ୍କ ସହିତ ଏମିତି କିଛି ଘଟିଛି ତାହେଲେ ଆମକୁ ଆପଣଙ୍କ ସହିତ ଘଟିଥିବା ଘଟଣାର ବିବରଣୀ ଦିଅନ୍ତୁ ଆମେ ଆମ website ଦ୍ବାରା ଆପଣଙ୍କ ନାମ ସହିତ ଘଟିଥିବା ଘଟଣା ବିଷୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଜଣେଇବୁ ।

ଯୋଗାଯୋଗ: ODNews24.com ଓଡିଶା Facebook page ରେ ସନ୍ଦେଶ ପଠାନ୍ତୁ ।

LEAVE A REPLY

Please enter your comment!
Please enter your name here