ଓଡ଼ିଶାରେ ରଜ ପର୍ବ ମିଥୁନ ସଂକ୍ରାନ୍ତିର ଆଗ ଦିନ ଠାରୁ ୩ ଦିନ ବ୍ୟାପି ପାଳନ ହୋଇଥାଏ; ପହିଲି ରଜ, ରଜ ସଂକ୍ରାନ୍ତି ଓ ବାସି ରଜ; ଏହି ତିନି ଦିନ ବ୍ୟାପି ବସୁମତୀ ମାତା ବା ଧରଣୀ ମାତା ରଜସ୍ୱଳା ହୋଇଥାନ୍ତି; ଚତୃର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ; ମୌସୁମୀର ଆଗମନର ସ୍ୱାଗତ ହେତୁ ରଜ ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ; ଏହି ତିନି ଦିନ ଭୂମିକୁ ଆଘାତ ଦେବା ସହ ଭୂମି ଖୋଦନ କାର୍ଯ୍ୟ ଆଦି ବନ୍ଦ ରହିଥାଏ; ଏହି ତିନି ଦିନି ଦିନ ବ୍ୟାପି ନାରୀ ମାନେ ଗୃହ କାର୍ଯ୍ୟରୁ ବିରତି ନେଇଥାନ୍ତି; ଯେପରି ମସଲା ବଟା, କୁଟିବା କାର୍ଯ୍ୟ ଆଦି ବନ୍ଦ ରହିଥାଏ; ଏହି ତିନିଦିନ ନାରୀ ମାନେ ନୂତନ ବସ୍ତ୍ର ପରିଧାନ କରିବା ସହ ସଜବାଜ ହୋଇ ପାଦରେ ଅଳତା ଲଗେଇଥାନ୍ତି; ଏହି ସମୟରେ ଖାଲି ପାଦରେ ଭୂଇଁରେ ଚାଲିବାକୁ ମନା କରାଯାଇଥାଏ
ସବୁ ନାରୀ ମାନେ ସଜବାଜ ହୋଇ ଦୋଳି ଖେଳିଥାନ୍ତି; ଅନେକ ପ୍ରକାର ଦୋଳି ଯେପରି ଚକ୍ର ଦୋଳି, ପଟା ଦୋଳି, ରାମ ଦୋଳି ଇତ୍ୟାଦି ନାରୀ ମାନେ ଖେଳିଥାନ୍ତି; ଦୋଳି ଖେଳିବା ସମୟରେ ମଧ୍ୟ ଗୀତ ଗାଇଥାନ୍ତି; କିଛି ସ୍ଥାନରେ ନାରୀ ମାନେ ମଧ୍ୟ ପୁଚିଖେଳ ପ୍ରତିଯୋଗିତା, କବାଡି ଖେଳ ପ୍ରତିଯୋଗିତା ଆୟୋଜନ କରିଥାନ୍ତି; ପୋଡ଼ପିଠାର ରଜରେ ବିଶେଷ ମହତ୍ୱ ଥାଏ; ରଜରେ ପାନ ଖାଇବା ମଧ୍ୟ ଏକ ବିଧାନ ରହିଛି; ତେଣୁ ସମସ୍ତେ ରଜରେ ପାନ ଖାଇଥାନ୍ତି;ଏହି ରଜ ପର୍ବରେ ଘରେ ଘରେ ପୋଡପିଠା ଖିଆଯାଏ; ଚତୁର୍ଥ ଦିନ ଅର୍ଥାତ ବସୁମତୀ ସ୍ନାନ ଦିନ ନାରୀମାନେ ହଳଦୀ ଲଗେଇ ଗାଧେଇବା ସହ ମା ଲକ୍ଷ୍ମୀଙ୍କୁ ଶିଳରେ ବସାଇ ହଳଦୀ ଲଗେଇ ଶୁଦ୍ଧ ହୋଇ ସ୍ନାନ କରିବାର ନିୟମ ରହିଛି; ଏହି ସମୟରେ ମଧ୍ୟ ଅନେକ ଗ୍ରାମାଞ୍ଚଳରେ ବିଶେଷ କାର୍ଯ୍ୟକ୍ରମ ଯେପରି ନାଚଗୀତ ଆଦି ଅନୁଷ୍ଠିତ ହୋଇଥାଏ

LEAVE A REPLY

Please enter your comment!
Please enter your name here