ରସୁଣ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭକାରି ସାବ୍ୟସ୍ଥ ହୋଇଥାଏ; ଆସନ୍ତୁ ଜାଣିବା କଣ ଏହାର ଉପକାରିତା ରହିଛି
  • ରସୁଣ କ୍ଷୀର ଆଜମା, ଆଣ୍ଠୁଗଣ୍ଠି ବାତ ଜନିତ ସମସ୍ୟା, ଜଣ୍ଡିସ, ଫୁସଫୁସର ଯକ୍ଷ୍ମା, କୋଲେଷ୍ଟ୍ରୋଲ, ହୃଦଜନିତ ରୋଗ, ସ୍ନାୟୁଜନିତ ରୋଗ ସମସ୍ୟାକୁ ଦୂର କରିଥାଏ
  • ରସୁଣ କ୍ଷୀର ସେବନ କଲେ ଥଣ୍ଡା, କାଶ କିମ୍ବା ଫ୍ଲୁ ହେବାର ଆଶଙ୍କା କମ ରହିଥାଏ
  • ମୁଖ ଓ ବେକର ନାଲି ବ୍ରଣ ଦୂର କରିବାକୁ ଚାହୁଁଥିଲେ ନିୟମିତ ରୂପରେ ରସୁଣ କ୍ଷୀରକୁ ତ୍ୱଚା ଉପରେ ମାଲିସ୍‌ କରିବେ; ଏହାଦ୍ୱାରା ଖୁବ୍‌ କମ୍‌ ଦିନ ଭିତରେ ମୁଖ ଓ ବେକର ନାଲି ବ୍ରଣ ଦୂର ହୋଇଥାଏ
  • ପିଲା ଜନ୍ମ ହେବା ପରେ ମା’ମାନେ ନିଜ ଶିଶୁଙ୍କୁ ଆବଶ୍ୟକ ମାତ୍ରାରେ କ୍ଷୀର ପିଆଇବା ପାଇଁ ନିଜେ ହିଁ ରସୁଣ କ୍ଷୀର ପିଅନ୍ତୁ; କାରଣ ନିୟମିତ ରୂପରେ ଏହାକୁ ପିଇଲେ ସ୍ତନର କ୍ଷୀରର ପରିମାଣକୁ ବଢ଼ାଇଥାଏ; ତେଣୁ ପିଲା ଜନ୍ମ ପରେ ତୁରନ୍ତ ମା’ଙ୍କୁ ରସୁଣ କ୍ଷୀର ପିଇବାକୁ ଦିଅନ୍ତୁ
  • ରସୁଣ କ୍ଷୀର ନିମୋନିଆ ପାଇଁ ସବୁଠାରୁ ଭଲ ଘରୋଇ ଉପଚାର; ତେଣୁ ଛୋଟ ପିଲାମାନଙ୍କୁ ପିଇବାକୁ ଦେବାରେ କିଛି ଅସୁବିଧା ହୋଇନଥାଏ
  • ରସୁଣ କ୍ଷୀର ପାଚନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ; ରସୁଣ ପାଚନ ରସକୁ ଉତ୍ତେଜିତ କରିଥାଏ; ତେଣୁ ପେଟଜନିତ ସମସ୍ତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ
କିପରି ପ୍ରସ୍ତୁତ କରିବେ ରସୁଣ କ୍ଷୀର ଆସନ୍ତୁ ଜାଣିବା
୫୦୦ ମିଲିଗ୍ରାମ କ୍ଷୀର ନେଇ ସେଥିରେ ୧୦ ଟି ପାଖୁଡା ରସୁଣ ଚୋପା ଛଡ଼େଇ ପକାନ୍ତୁ; ସେଥିରେ ୨୫୦ ମିଲିଲିଟର ପାଣି ମିଶାନ୍ତୁ; ସେହି ମିଶ୍ରଣକୁ ଧିମା ଆଞ୍ଚରେ ଚୁଲିରେ ବସାନ୍ତୁ; ସେ ମିଶ୍ରଣ ଯେପରି ଅଧା ହୋଇଯାଏ, ସେ ଯାଏଁ ଫୁଟାନ୍ତୁ; ସେଥିରେ ୨-୩ ଚାମଚ ଚିନି ମିଶାନ୍ତୁ; ଚିନିକୁ କ୍ଷୀରରେ ଗୋଲେଈ ପୁରା ମିଶେଇ ଦିଅନ୍ତୁ; ଏବେ ପ୍ରସ୍ତୁତ ହୋଇଗଲା ରସୁଣ କ୍ଷୀର; ଅଳ୍ପ ଉଷୁମ ଥିବା ସମୟରେ ଏହାକୁ ପିଅନ୍ତୁ

LEAVE A REPLY

Please enter your comment!
Please enter your name here