ରାଧେ ମା’ ଏ ଶବ୍ଦ କିଛି ବର୍ଷ ହବ ସମସ୍ତଙ୍କ ମୁହଁରେ ଅଛି । କଣ ଆପଣ ଜାଣିଛନ୍ତି ରାଧେ ମା’ଙ୍କ ପ୍ରକୃତ ନାମ ?
ତାଙ୍କ ନାଁ ସୁଖବିନ୍ଦର୍ କୋର୍, କେମିତି ହେଲେ ସେ ସୁଖବିନ୍ଦର କୋର୍ ରୁ ରାଧେ ମା’ ! ଏହି ଭଳି ପ୍ରଶ୍ନ ସମସ୍ତଙ୍କୁ ଚକିତ କରେ । ଆମେ ଆପଣଙ୍କୁ ବିସ୍ତାରରେ ବୁଝେଇ ଦବୁ: ସୂଚନା ଅନୁସାରେ ସୁଖବିନ୍ଦର୍ କୌର୍ ୨୧ ବର୍ଷ ବୟସରେ ରାମାଧୀନ୍ ପରମହଂସ ଙ୍କ ଶରଣାର୍ଥୀ ହେଇଥିଲେ । ମାହାତ୍ମା ପରମହଂସ ସୁଖବିନ୍ଦର୍ ଙ୍କୁ ଛଅ ମାସ ପର୍ଯ୍ୟନ୍ତ ଶିକ୍ଷା ଓ ଦୀକ୍ଷା ଦେଇଥିଲେ । ଦୀକ୍ଷା ଦବାପରେ ପରମହଂସ ସୁଖବିନ୍ଦର ରୁ ରାଧେ ମା ରଖିଥିଲେ ।
ରାଧେ ମା ର ନାମ କରଣ ସରିବା ପରେ ସେ ପଞ୍ଜାବ ଆଉ ହିମାଚଳ ରେ ଅନେକ ଜାଗା ପ୍ରବଚନ ଦେଇ ଅନେକ ଭକ୍ତ ସାଉଁଟି ଥିଲେ । ଆଜିଠୁ ପ୍ରାୟ ୧୪ ବର୍ଷ ପୂର୍ବରୁ ସେ ଯାଇ ମୁମ୍ବାଇରେ ପହଞ୍ଚି ଥିଲେ । ମୁମ୍ବାଇରେ ତାଙ୍କର ପୁଞ୍ଜିପତି  ଏମ୍ ଏମ୍ ଗୁପ୍ତାଙ୍କ ସହ ସାକ୍ଷାତ ହୋଇଥିଲା । ଏମ୍ ଏମ୍ ଗୁପ୍ତା ହେଉଛନ୍ତି ମୁମ୍ବାଇର ପ୍ରସିଦ୍ଧ ଏମ୍ ଏମ୍ ମିଠାଇବାଲାର ମାଲିକ । ରାଧେ ମା ର ପ୍ରଥମ ସାକ୍ଷାତ ରେ ସେ ତାଙ୍କର ଭକ୍ତ ବନିଗଲେ ଆଉ ରାଧେ ମା ପାଖରେ ଚମତ୍କାର ଶକ୍ତି ଅଛି କହି କେହିଜଣେ ତାଙ୍କ କାନ ଭରିଦେଲେ । ତାପରେ ରାଧେ ମା କୁ ସେ ତାଙ୍କ ବଙ୍ଗଳାକୁ ନେଇଗଲେ । ପ୍ରଥମ ଦୁଇ ମହଲାରେ ସେ ରହିଲେ ଆଉ ଉପର ଦୁଇ ମହଲା ରାଧେ ମା ଙ୍କୁ ଦେଇଦେଲେ ।
ଗୁପ୍ତାଙ୍କ କହିବା ଅନୁସାରେ: ରାଧେ ମା ପ୍ରଥମ ବଡ଼ ବଡ଼ ନେତା ଆଉ ଫିଲ୍ମ କଳାକାର ମାନଙ୍କୁ ପଇସା ଦେଇ ନିମନ୍ତ୍ରଣ କରନ୍ତି । ବଡ଼ ବଡ଼ ଲୋକଙ୍କୁ ଦେଖଗ ଭକ୍ତ ମାନଙ୍କର ସୁଅ ଛୁଟେ ରାଧେ ମା ପାଖକୁ । ବଡ଼ ବଡ଼ ଭକ୍ତ ଆସିଲେ ରାଧେ ନିଜେ ଅର୍ଧନଗ୍ନ ନୃତ୍ୟ ପରିବେଶଣ କରନ୍ତି ଗୁପ୍ତ କକ୍ଷରେ ତାପରେ ଭିଡିଓ ବନେଇ ପର ମୂହୁର୍ତ୍ତରେ ସେମାନଙ୍କୁ ବ୍ଲାକ୍ ମେଲ୍ କରେ ।
କିନ୍ତୁ ବିଶ୍ବ ହିନ୍ଦୁ ପରିସଦର ପୂର୍ବ ସଦସ୍ୟ ସୁରେନ୍ଦ୍ର ମିତ୍ତଲ୍ ସବୁ ଘଟଣାର ପର୍ଦାଫାସ୍ କରିଦେଲେ ସେତେବେଳେ ଯେତେବେଳେ ରାଧେ ମା ମିତ୍ତଲ୍ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ, ବାରମ୍ବାର ଆଇ ଲବ୍ ୟୁ କହି ତାଙ୍କୁ ଉତେଜିତ କରୁଥିଲେ । ଏତିକି ରେ ଶାନ୍ତ ହେଲେନି ରାଧେ ମା ତାପରେ କହିଲେ ମୋ ସହିତ ଶାରୀରିକ ସମ୍ପର୍କ ରଖିଲେ ମୁଁ ତୁମକୁ ସ୍ବର୍ଗ ର ଦର୍ଶନ କରେଇବି ।
ଲ୍ୟାବ୍ ଟେଷ୍ଟ ପରେ ରାଧେ ମାଙ୍କ ଭୟସ ସେଇ ରେକଡ଼ିଂ ସହିତ ମ୍ୟାଚ୍ କରିଛି ଯେଉଁ ରେକଡ଼ିଂ ରେ ରାଧେ ମା ମିତ୍ତଲ୍ ଙ୍କୁ ଫୋନ୍ ରେ ଧମକ ଦେଉଥିଲେ ।
ଏବେ ରାଧେ ମା ଙ୍କ ସମସ୍ୟା ଆହୁରି ଜଟିଳ ହବାକୁ ଯାଉଛି ଏଥିପାଇଁ ନ୍ୟାୟାଳୟ ଶୀଘ୍ର ଶୁଣାଣି କରିବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here