ରାହୁ ଓ କେତୁ ଗ୍ରହକୁ ଛାୟା ଗ୍ରହ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାପୀ ଗ୍ରହ ବୋଲି ଆଖ୍ୟା ଦିଆଯାଇଛି | ଏହି ଗ୍ରହର କୌଣସି ଅସ୍ତିତ୍ଵ ନଥାଏ | ଏମାନେ ଯେଉଁ ଗ୍ରହ ସହ ରୁହନ୍ତି ସେହି ଅନୁସାରେ ଫଳ ଦେଇଥାନ୍ତି | ଯଦି ଏହି ଗ୍ରହ ଶୁଭ ସ୍ଥାନରେ ଜାତକରେ ଥାନ୍ତି ତେବେ ଅପ୍ରତ୍ୟାଶିତ ଲାଭ ମିଳିଥାଏ ଏବଂ ଯଦି ଭଲ ସ୍ଥିତିରେ ନଥାଏ ତେବେ ଏହାର ପ୍ରତିକୂଳ ପ୍ରଭାବ ତୀବ୍ରତର ହୋଇଥାଏ |
ପୌରାଣିକ ତଥ୍ୟ ଅନୁସାରେ ଦେବତାମାନଙ୍କୁ ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତ ବାଣ୍ଟିଲା ବେଳେ ଛଳ ଦ୍ୱାରା ଦେବତା ରୂପ ଧାରଣ କରି ଜଣେ ଅସୁର ଦେବତାଙ୍କ ସହ ବସି ଅମୃତ ପାନ କରିଥିଲେ | ଏହାକୁ ସୂର୍ଯ୍ୟ ଓ ଚନ୍ଦ୍ରଦେବ ଜାଣିପାରଥିଲେ ଓ ବିଷ୍ଣୁଙ୍କୁ ଜଣାଇବାରୁ ତତକ୍ଷଣାତ ବିଷ୍ଣୁ ସୁଦର୍ଶନ ଚକ୍ର ପେଷି ମୁଣ୍ଡ ଗଣ୍ଡି ଅଲଗା କରିଥିଲେ | ଅମୃତ ପାନ କରଥିବାରୁ ଜୀବିତ ରହିଯାଇ ମୁଣ୍ଡଭାଗକୁ ରାହୁ ଓ ଗଣ୍ଡିଭାଗକୁ କେତୁ ନାମରେ ନାମିତ କରାଗଲା |
ରାହୁଙ୍କ ବକ୍ରଦୃଷ୍ଟି ଯୋଗୁଁ ବ୍ୟକ୍ତିର ବିବେକ-ବୃଦ୍ଧି ହ୍ରାସ ହେବା ସହ ଓଲଟା-ସିଧା ନିର୍ଣ୍ଣୟ ନେଇଥାନ୍ତି | ଏହାସହ ସେମାନେ ଅନୈତିକ, ଅଧର୍ମ କାର୍ଯ୍ୟରେ ଲିପ୍ତ ରହିବା ସହ ନିଷ୍ଠାହୀନ,  କଟୁବାଚନ କହିବା, ମିଛ କହିବା, ମାୟା କରିବା, ଛଳନା କରିବା ପ୍ରବୃତିର ହୋଇଥାନ୍ତି | ରାହୁ ଗ୍ରହ କୁପ୍ରଭାବ ଫଳରେ ଆକସ୍ମିକ ଦୁର୍ଘଟଣା, ଭୟ, କୁବିଚାର, ଅଲସର, ହାଡଗୋଡ ଦରଜ ସହ ଆଣ୍ଠୁ ଜନିତ ଯନ୍ତ୍ରଣା ଅନୁଭବ ହୋଇଥାଏ | ରାହୁଙ୍କ ପ୍ରିୟ ରଙ୍ଗ କଳା ସହ ଆରାଧ୍ୟ ଦେବତା ସରସ୍ୱତୀ ହୋଇଥାନ୍ତି | ଦଶମହାବିଦ୍ୟା ଅନୁସାରେ ଆରାଧ୍ୟ ଦେବୀ ମା’ ଛିନ୍ନମସ୍ତI ହୋଇଥାନ୍ତି | ରାହୁ ଗ୍ରହ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଜଣକ ଶ୍ରେଷ୍ଠ ସାହିତ୍ୟିକ, ଦାର୍ଶନିକ, ବୈଜ୍ଞାନିକ, ପୁଲିସ, ପ୍ରଶାସନିକ ଅଧିକାରୀ, ରହସ୍ୟମୟ ବିଦ୍ୟାରେ ପାରଙ୍ଗମ ହୋଇଥାନ୍ତି | ଅପରପକ୍ଷରେ କେତୁ ହେଉଛନ୍ତି ମୋକ୍ଷ ଗ୍ରହ | ଏହି ଗ୍ରହ କୁପ୍ରଭାବ ଫଳରେ ଗୃହ ତ୍ୟାଗୀ ହେବା ସହ ଚାକିରୀ, ଖାଦ୍ୟପେୟରେ କଷ୍ଟ ଅନୁଭୂତ ହୋଇଥାଏ | ଏହା ସହ ବ୍ୟକ୍ତିଜଣକ ଅନିଦ୍ରା ରୋଗ, ପରିସ୍ରାଜନିତ ରୋଗ, ଫୁସଫୁସ ସମ୍ବଧୀୟ ରୋଗ, ପେଟଜନିତ ସମସ୍ୟା, ସନ୍ତାନ ଉତ୍ପତିରେ ସମସ୍ୟା, ଘରୋଇ କଳହ ଇତ୍ୟାଦି ସମସ୍ୟା ଦେଇ ଗତି କରିଥାଏ | କେତୁଙ୍କ ପ୍ରିୟ ରଙ୍ଗ ଧଳା ସହ ଆରାଧ୍ୟ ଦେବତା ଶ୍ରୀଗଣେଶ ହୋଇଥାନ୍ତି | ଦଶମହାବିଦ୍ୟା ଅନୁସାରେ ଆରାଧ୍ୟ ଦେବୀ ମା’ ଧୂମାବତୀ ହୋଇଥାନ୍ତି | କେତୁ ଗ୍ରହ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଜଣଙ୍କ ପଦ, ପ୍ରତିଷ୍ଠା, ସନ୍ତାନ ସୁଖ ପ୍ରାପ୍ତି ହେବା ସହ ସୁଖ ନିଦ୍ରା ମିଳିଥାଏ |
ରାହୁ ଓ କେତୁ ଗ୍ରହ ଅଶୁଭ ସ୍ଥିତିରେ ଥିଲେ ତାହାର ନିରାକରଣ ପାଇଁ ଉପାୟ ରହିଛି | ତେବେ ଆସନ୍ତୁ ଜାଣିବେ କି ପ୍ରକାର ଉପାୟ ଦ୍ୱାରା ରାହୁ ଓ କେତୁ ଗ୍ରହ ଶାନ୍ତି କରାଯାଇପାରେ………
ରାହୁ ଗ୍ରହ କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଉପାୟ :-
୧. ଶନିବାର ଦିନ ବ୍ରତ ରଖନ୍ତୁ ଏବଂ ଶୁଦ୍ଧ ନିରାମିଷ ଭୋଜନ ଗ୍ରହଣ କରନ୍ତୁ |
୨. ପ୍ରତିଦିନ ସକାଳେ ମିଠା ରୁଟି କାଉଙ୍କୁ ଖାଇବାକୁ ଦିଅନ୍ତୁ |
୩. ବ୍ରାହ୍ମଣ ଓ ଗରିବ ଲୋକଙ୍କୁ ଅନ୍ନ ଖାଇବାକୁ ଦିଅନ୍ତୁ |
୪. ଗରିବ ବ୍ୟକ୍ତିଙ୍କ କନ୍ୟାର ବିବାହ ଆୟୋଜନ କରାନ୍ତୁ |
୫. କୁଷ୍ଠ ରୋଗୀଙ୍କୁ ସାହାଯ୍ୟ ତଥା ଦାନ କରନ୍ତୁ |
୬. ଶନିବାର ଦିନ ରାତ୍ର କାଳରେ ମୂଳା ମୁଣ୍ଡ ଉପରେ ରଖି ଶୁଅନ୍ତୁ ; ତା’ପରଦିନ ମନ୍ଦିରରେ ଦାନ କରନ୍ତୁ |
୭. ମଥାରେ ଚନ୍ଦନ ଲଗାନ୍ତୁ |
୮. ଭୋଜନ କକ୍ଷରେ ଭୋଜନ କରନ୍ତୁ |
୯. କୋଇଲା ଜଳରେ ପ୍ରବାହିତ କରନ୍ତୁ |
୧୦. ଚାନ୍ଦିର ଚନ୍ଦ୍ରମା ସର୍ବଦା ନିଜ ପାଖରେ ରଖନ୍ତୁ |
୧୧. ଜ୍ୟୋତିଷଙ୍କ ପରାମର୍ଶ ନେଇ ଗୋମେଦ ମଧ୍ୟମା ଆଙ୍ଗୁଳିରେ ଧାରଣ କରନ୍ତୁ |
୧୨. ସରସ୍ୱତୀ ମା’, ମା’ ଛିନ୍ନମସ୍ତIଙ୍କୁ ଆରାଧନା କରିବା ସହ ରାହୁଙ୍କ ବୀଜମନ୍ତ୍ର “ଓଁ ଭ୍ରାଂ ଭ୍ରୀଂ ଭ୍ରୈାଂ ସଃ ରାହବେ ନମଃ” କୁ ୧୦୮ ଥର ଜପ କରନ୍ତୁ |
କେତୁ ଗ୍ରହ କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଉପାୟ :-
୧. କମ୍ବଳ, ଲୁହା ହତିଆର, ରାଶି, ଲେମ୍ବୁ, କଦଳୀ, ବାଛୁରୀ ଛୁଆ ଦାନ କରନ୍ତୁ |
୨. ମଙ୍ଗଳବାର ଓ ଶନିବାର ଦିନ ବ୍ରତ ରଖି ଶୁଦ୍ଧ ନିରାମିଷ ଭୋଜନ ଗ୍ରହଣ କରନ୍ତୁ |
୩. ପ୍ରତିଦିନ ମାଟିଆ ରଙ୍ଗ କୁକୁରଙ୍କୁ ଖାଦ୍ୟ ଦିଅନ୍ତୁ |
୪. ବ୍ରାହ୍ମଣ ଓ ଗରିବ ଲୋକଙ୍କୁ ଅନ୍ନ ଖାଇବାକୁ ଦିଅନ୍ତୁ |
୫. ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସେବା କରିବା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରନ୍ତୁ |
୬. ଚରିତ୍ରବାନ ହେବା ସହ ପାପ, ଅନୈତିକ କାର୍ଯ୍ୟ, ଜୁଆ, ସଟ୍ଟା, ଋଣ, ମଦ-ମାଂସ, ବାପା-ମା’ଙ୍କ ଅପମାନରୁ ଦୂରେଇ ରୁହନ୍ତୁ |
୭. ଜ୍ୟୋତିଷଙ୍କ ପରାମର୍ଶ ନେଇ ବୈଦୁରଜ୍ୟ ମଣି ଧାରଣ କରନ୍ତୁ |
୮. ଶ୍ରୀ ଗଣେଶ ଓ ମା’ ଧୂମାବତୀଙ୍କୁ ଆରାଧନା କରିବା ସହ କେତୁଙ୍କ ବୀଜମନ୍ତ୍ର “ଓଁ ସ୍ତ୍ରାଂ ସ୍ତ୍ରୀଂ ସ୍ତ୍ରୈାଂ ସଃ କେତବେ ନମଃ” ୧୦୮ ଥର ଜପ କରନ୍ତୁ |

LEAVE A REPLY

Please enter your comment!
Please enter your name here