ସୁଶାନ୍ତ ସିଂ ରାଜପୁତ କେସରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗସ ଲିଙ୍କ ସାମ୍ନାକୁ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜେରା ପାଇଁ ପାଖାପାଖି ୧୨ଟାରେ ରିୟା ଏନସିବି ଅଫିସରେ ପହଞ୍ଚିଥିଲେ; ଏହି ସମୟରେ ତାଙ୍କୁ ମିଡିଆ ରିପୋର୍ଟସ ଘେରିଯିବା ସହ ତାଙ୍କଯ ଧକ୍କା ମଧ୍ୟ ମାରିଥିଲେ; ତେବେ ରିପୋର୍ଟର ମାନଙ୍କ ଏଭଳି ଅଶୋଭନୀୟ ବ୍ୟବହାରକୁ ନେଇ କିଛି ବଲିଉଡ ସେଲିବ୍ରିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି

ଅଭିନେତା ପ୍ରକାଶ ରାଜ, ହୁମା କ୍ୟୁରେସି, ଗୌହର ଖାନ, ରିଚା ଚଢାଙ୍କ ଭଳି ସେଲିବ୍ରିଟି ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି; ସେହିପରି ରିୟା ଚକ୍ରବର୍ତ୍ତୀଙ୍କୁ ରିପୋର୍ଟରମାନେ ଧକ୍କା ମାରିବା ଉପରେ ତାପସୀ ପନୁ, ସ୍ୱରା ଭାସ୍କର ଓ ଅନୁଭବ ସିହ୍ନା ସ୍ୱର ଉଠାଇଛନ୍ତି; ତେବେ ରିୟା ନିଜେ ମିଡିଆବାଲାଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି

ତେବେ ପ୍ରକାଶ ରାଜ ଟୁଇଟରରେ ରିୟାଙ୍କୁ ମିଡିଆବାଲା ଘେରିରହିଥିବା ର୍ଫଟୋ ସେୟାର କରି ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି; ସେହିପରି ରିଚା ଚଢା କହିଛନ୍ତି, ‘ସୋସିଆଲ ଡିସଷ୍ଟାନସିଂ ଭାଡ ମେ ଜାଏ’; ଗୌହର ଖାନ କହିଛନ୍ତି, ‘ଏମାନଙ୍କ ସାହସ କେମିତି ହେଲା, ଝିଅର ସମ୍ମାନ କୁଆଡେ ଗଲା’; ହ୍ୟୁମା କ୍ୟୁରେସି କହିଥିଲେ, ‘ଜଣେ ମହିଳା ଦୃଷ୍ଟିରୁ ରିୟାଙ୍କୁ ସ୍ପେସ ଦେବା ଉଚିତ, ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ, ସୋସିଆଲ ଡିସଷ୍ଟାନସିଂ ଏବଂ ସମ୍ମାନ କରିବା କେମିତି ଭୁଲିପାରିବେ’

LEAVE A REPLY

Please enter your comment!
Please enter your name here