ସର୍ବଦା ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି; ସେ ୱାର୍ଲଡ କୋପ ବେଳେ ଭାରତ ଜିତିଲେ ଉଲଗ୍ନ ହେବେ ବୋଲି କହି ଚର୍ଚ୍ଚାରେ ରହିଥିଲେ; ତ କେତେବେଳେ ନିଜ ଅର୍ଧ ନଗ୍ନ ଶରୀରକୁ ନେଇ ଫ୍ୟାନ୍ସକୁ ପ୍ରଶ୍ନ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ରୁହନ୍ତି;

ଆଉ ଏବେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଓ ତାଙ୍କ ବଏଫ୍ରେଣ୍ଡ ସାମ ଅହମଦଙ୍କ ବିରୁଦ୍ଧରେ ଲକଡାଉନ ନିୟମ ଉଲଂଘନ କରିବାରୁ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି; ଯାହା ପୁଣି ଚର୍ଚ୍ଚାକୁ ଆସିଛି

ସୂଚନା ଅନୁଯାୟୀ ପୁନମ ପାଣ୍ଡେ ଏବଂ ତାଙ୍କ ପୁରୁଷ ବନ୍ଧୁ ବିନା କୌଣସି କାରଣରେ ବାହାରେ ବୁଲୁଥିଲେ; ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ଉଭୟଙ୍କ ବିରୁଦ୍ଧରେ ଆଇପିସି ଧାରା ୧୮୮, ୨୬୯ ଏବଂ ୫୧(B) ଅନୁଯାୟୀ ମାମଲା ରୁଜୁ ହୋଇଛି

ପୁନମ ପାଣ୍ଡେ ଲକଡାଉନରେ ନିଜର ପୁରୁଷ ବନ୍ଧୁଙ୍କ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି; ନିକଟରେ ତାଙ୍କ ବୟ ଫ୍ରେଣ୍ଡକୁ ମୁଁହରେ ରୁମାଲ ବାନ୍ଧି କିସ କରୁଥିବାର ନଜର ଆସିଛି; ଏହାସହ ନିକଟରେ ସୋସିଆଲ ମିଡିଆରେ ପୁନମ ପାଣ୍ଡେ ଏକ ଭିଡିଓ ସେୟାର କରିଥିଲେ; ଯେଉଁଥିରେ ତାଙ୍କ ବଏଫ୍ରେଣ୍ଡଙ୍କ ସହିତ ସେକ୍ସ କରୁଥିବାର ନଜର ଆସିଥିଲେ; ଯାହାପରେ ସେ ଖୁବ ଚର୍ଚ୍ଚାରେ ଆସିଥିଲେ

LEAVE A REPLY

Please enter your comment!
Please enter your name here