ଲକଡାଉନ ପାଇଁ ଏବେ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି; କିଛିଜଣ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି; ତେବେ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ରତନ ରାଜପୁତଙ୍କ ଲକଡାଉନ ଯୋଗୁ ବିହାରର ଏକ ଗାଁରେ ଫସି ରହିଛନ୍ତି; ସେଠାର ସେ କିପରି ଜୀବନ ବିତାଉଛନ୍ତି ତା’ର ଭିଡିଓ କରି ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି; ନିକଟରେ ଏକ ଭିଡିଓ ସେ ଶେୟାର କରିଛନ୍ତି; ଯେଉଁଥିରେ ସେ ଚୁଲିରେ ଦହିଭାତ କିପରି ତିଆରି ହେବ ତାହା ପ୍ରଶଂସକଙ୍କୁ ଶିଖାଉଛନ୍ତି; ସେ ସହଜରେ ରୋଷେଇ କରୁଥିବା ବେଳେ ଚୁଲି ଲଗାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି

ବିହାରରେ ଏବେ ଖୁବ୍‌ ବର୍ଷା ହେଉଛି; ଏହି ବର୍ଷାରେ ରତନ ରୋଷେଇ କରୁଥିବା ଚୁଲି ଓଦା ଯୋଗୁଁ ଖାଦ୍ୟ ପ୍ରସ୍ତୁତ କରିବା କଷ୍ଟକର ହୋଇପଡୁଛି; ଏହା ପୂର୍ବରୁ ରତନଙ୍କ ଆଉ ଏକ ଭିଡିଓ ସେୟାର କରିଥିଲେ; ଯେଉଁଥିରେ ଦେଖିବାକୁ ମିଲିଥିଲା ଯେ କିପରି ଗାଁରେ ଲାଇନ ଚାଲିଗଲେ ଫୋନ ଟର୍ଚ୍ଚରେ ଜୀବନ ବିତାଇ ହୋଇପାରିବ; ରତନ ଛୋଟପରଦାର ଟିଭି ସିରିଆଲ ‘ରାଧା କି ବେଟିୟା କୁଛ୍ କରଦିଖାଏନଂଗୀ’, ‘ଅଗ୍ଲେ ଜନମ ମୋହେ ବିଟିୟା ହି କିଯୋ’, ‘ସ୍ୱୟମ୍ବର’, ‘ଜୟ ସନ୍ତୋଷୀ ମା’ ଆଦିରେ ଅଭିନୟ କରି ଚର୍ଚ୍ଚିତ ହୋଇସାରିଛନ୍ତି

LEAVE A REPLY

Please enter your comment!
Please enter your name here