କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି; ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ମିଳିବା ଛଡା ଆଉ କିଛି ମିଳୁନାହିଁ; ତେବେ ହିନ୍ଦୁସ୍ଥାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମାତ୍ର କିଛି ଦିନ ମଧ୍ୟରେ କଣ୍ଡୋମ ବିକ୍ରି ୨୫ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି

ତେବେ ଏଭଳି ପରିସ୍ଥିତିରେ ଏହି ଖବର ଆସିବା ଆଶ୍ଚର୍ଯ୍ୟଜନକ ନୁହେଁ; ଜଣେ ଔଷଧ ଦୋକାନୀଙ୍କ କହିବାନୁସାରେ ‘ଲୋକମାନେ ଏବେ ଘରେ ବହୁତ ସମୟ ପାଉଥିବାରୁ ଘରେ ବୋର ହେଉଛନ୍ତି’; ଗତ ସପ୍ତାହରେ ଲୋକମାନେ ପ୍ରାୟ ୧୦ରୁ ୨୦ ପ୍ୟାକେଟ୍ କିଣିଥିଲେ; ‘ଜରୁରୀକାଳୀନ ପରିସ୍ଥିତି ପାଇଁ ଔଷଧ ଦୋକାନ ଖୋଲା ରହୁଛି; ତେବେ ଔଷଧ ଅପେକ୍ଷା ଅଧିକ କଣ୍ଡୋମ ବିକ୍ରି ହେଉଛି’ ; ଆଉ ଜଣେ ଦୋକାନୀ କହିବା ଅନୁସାରେ ‘ଆଗରୁ ଯେଉଁମାନେ ୧-୧ ପ୍ୟାକେଟ୍ ନେଉଥିଲେ ଏବେ ସେମାନେ ୩-୩ ପ୍ୟାକେଟ୍‌ କିଣୁଛନ୍ତି; ବିଗତ ୧-୨ ସପ୍ତାହ ହେବ କଣ୍ଡୋମ ବିକ୍ରିରେ ବୃଦ୍ଧି ଘଟିଛି’

ରିପୋର୍ଟ ମୁତାବକ ସାରା ବିଶ୍ୱରେ ସେକ୍ସ ଟଏଜର ବିକ୍ରି ମଧ୍ୟ ବଢିବାରେ ଲାଗିଛି; ସୂଚନାଯୋଗ୍ୟ PornHub ନିଜ ପ୍ରିମିୟମ୍ ଆକ୍ସେସକୁ ମଧ୍ୟ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ସାରା ବିଶ୍ୱ ପାଇଁ ଫ୍ରି ଆକ୍ସେସ ଥିବା ଘୋଷଣା କରିଛି; ଏହାର ଉଦ୍ଦେଶ୍ୟ ଲୋକମାନେ ଘରେ ରହିଲେ ମଧ୍ୟ ବୋର୍ ହେବେନି

LEAVE A REPLY

Please enter your comment!
Please enter your name here