ଆମ ଦେଶର ସଂସ୍କୃତି ବି ଅଶୁଦ୍ଧ ହେଇ ସରିଲାଣି , ଦେଶରେ ଏମିତି ଏମିତି ଘ୍ଟଣା ଘଟୁଛି ଯାହା ଶୁଣିବାକୁ ମଧ୍ୟ ଲାଜ ଲାଗୁଛି , କେଉଂଠି ୯ ବର୍ଷର ନାବାଳିକାକୁ ତ କେଉଂଠି ୯ ବର୍ଷର ନାବାଳକକୁ , ଏମିତି ଏକ ଘଟଣା ଘଟିଛି ଯାହା ଶୁଣିବାକୁ କି ପଢିବାକୁ ବି ଲାଜ ଲାଗିବ ।
ଶିକ୍ଷାରେ ଅଗ୍ରସର ରାଜ୍ୟ କେରଳର ତେନିପଲମରେ ଜଣେ ୩୬ ବର୍ଷିୟ ମହିଳା ବିରୁଦ୍ଧରେ ବଳାତ୍କାର କେସ ରୁଜୁ ହୋଇଛି , ଖବର ଅନୁଯାୟୀ; ଜଣେ ମହିଳା, ୯ ବର୍ଷର ଶିଶୁ ସହିତ ଅନେକ ମାସ ପର୍ଯ୍ୟନ୍ତ ଯୌନ ଶୋଷଣ କରୁଥିଲା ବୋଲି ଅଭିଯାଗ ହୋଇଛି । ଚାଇଲ୍ଡଲାଇନ ଦ୍ୱାରା ଏହି ମାମଲା ରୁଜୁ କରାଯାଇଛି। ଉକ୍ତ ମହିଳା ଶିଶୁ ସହିତ ଯୌନ ଶୋଷଣ କରିବା କାରଣରୁ ତା’ର ମାନସିକ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିଥିଲା। ତେନିପଲମ ପୁଲିସ ମହିଳା ବିରୁଦ୍ଧରେ ବଳାତ୍କାର କେସ ରୁଜୁ କରି ମହିଳାକୁ ଗିରଫ କରିବା ଜଣାପଡିଛି , ମାମଲାଟି ଗତ ସପ୍ତାହର ! ଯେତେବେଳେ ଶିଶୁଟି ଏକ ଲୋକାଲ କ୍ଲିନିକର ଡକ୍ଟର ସମ୍ମୁଖରେ ଏହି ସବୁ କଥା କହିଥିଲା । ତା’ ପରେ ଡାକ୍ତର ଚାଇଲ୍ଡଲାଇନକୁ ଆଲର୍ଟ କରିଥିଲେ, ସେମାନେ ଶିଶୁର ବୟାନ ରେକର୍ଡ କରି ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ପୋକ୍ସୋ ଆକ୍ଟ ର ଧାରା ୫ ଏବଂ ୬ ଅନୁଯାୟୀ ମାମଲା ରେକର୍ଡ଼ କରି ମହିଳାକୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଦେଇଛି ।

LEAVE A REPLY

Please enter your comment!
Please enter your name here