ସୂଚନା ମୁତାବକ, ଶନିବାରଦିନ ସକାଳ ପାଞ୍ଚଟା ୪୩ ମିନଟରେ ଆମେରିକାର ଲସଏଞ୍ଜେଲ୍ସରେ ଏକ ଷ୍ଟୋରରୁ ଚୋରୀ କରିବା ଉଦ୍ଦେଶ୍ୟରେ ପଶିଥିବା କିଛି ଦୁର୍ବୃତ୍ତ ଭାରତୀୟ ନାଗରିକ ମନିନ୍ଦର ସିଂହ ସାହୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି; ଷ୍ଟୋର ଭିତରେ ଉପସ୍ଥିତ ଦୁଇ ଅନ୍ୟ ଲୋକ ମଧ୍ୟ ଆହତ ହୋଇଛନ୍ତି; ପୋଲିସ ଘଟଣା ସ୍ଥଳରେ ପହଂଚି ମାମଲାର ତନାଘନା ଆରମ୍ଭ କରିଛି; ମନିନ୍ଦର ସିଂହ ସାହୀ ଆମେରିକା ଛଅ ମାସ ପୂର୍ବରୁ ଆସିଥିଲେ; ସେ ହରିୟାଣାର କରନାଲର ବାସିନ୍ଦା; ମନିନ୍ଦର ସିଂହ କାଲିଫର୍ଣ୍ଣିଆର ଲସଏଞ୍ଜେଲ୍ସ କାଉଂଟୀର ବିଟ୍ଟେୟର ସିଟି ସ୍ଥିତ ୭-ଇଲେଭେନ ଗ୍ରୋସରୀ ଷ୍ଟୋରରେ କାମ କରୁଥିଲେ; ସେ ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ; ସେ ପତ୍ନୀ ଏବଂ ପିଲାମାନଙ୍କ ପାଇଁ ଘରକୁ ଟଙ୍କା ପଠାଉଥିଲେ; ପୁଲିସ ଜାଞ୍ଚରେ ଅନୁସାରେ ଜଣାପଡୁଛି ଯେ ଯେ ସଂଦିଗ୍ଧ ଚୋରୀ କରିବା ଉଦ୍ଦେଶ୍ୟରେ ହତିଆର ସହିତ ଦୋକାନରେ ପ୍ରବେଶ କରିଥିଲେମୃତକର ଶବକୁ ଭାରତ ପଠାଇବା ପାଇଁ ସାହୀର ଭାଇ ପଇସା ଏକାଠି କରିବା ପାଇଁ ‘ଗୋ-ଫଣ୍ଡ ପେଜ’ ତିଆରି କରିଛନ୍ତି; ସେଥିରେ ସେ ଅପିଲ କରିଛନ୍ତି ଯେ ‘ମୃତକଙ୍କ ପରିବାରରେ ମାତା-ପିତା, ପତ୍ନୀ ତଥା ପାଞ୍ଚ ଏବଂ ନଅ ବର୍ଷର ଦୁଇଜଣ ଛୋଟ ସନ୍ତାନ ଅଛନ୍ତି, ସେ ତାଙ୍କର ଶବ ସ୍ୱଦେଶ ପଠାଇବା ପାଇଁ ସହାୟତା ମାଗୁଛନ୍ତି, ପଇସା ମିଳିବା ଦ୍ୱାରା ତା’ର ପତ୍ନୀ ଏବଂ ପିଲାମାନେ ଶେଷଥର ପାଇଁ ତାଙ୍କୁ ଦେଖିପାରିବେ’

LEAVE A REPLY

Please enter your comment!
Please enter your name here