Home Odisha ଲାଲି ଦିଦିଙ୍କର କଲେଜ ପଢା ସରିଯାଇଥିଲା ମୁଁ ସେ ସମୟରେ ଷଷ୍ଠ ପଢୁଥିଲି…….

ଲାଲି ଦିଦିଙ୍କର କଲେଜ ପଢା ସରିଯାଇଥିଲା ମୁଁ ସେ ସମୟରେ ଷଷ୍ଠ ପଢୁଥିଲି…….

0
932

ପଢ଼ନ୍ତୁ ସୁନ୍ଦର ଗପଟିଏ…. ଚକିଲେଟ
ମୁଁ ତୃତୀୟ କିମ୍ବା ଚତୁର୍ଥ ପଢ଼ୁଥିବି, ମୋର ଠିକ୍ସେ ମନେ ନାହିଁ । ସେ ସମୟରେ ଚକିଲେଟ୍ ନିଶା ପ୍ରବଳ ଥିଲା ମୋର । ଆମ ଘରର ତିନି ଚାରିଟା ଘର ଛାଡ଼ି ଲାଲି ଦିଦିଙ୍କ ଘର ଲାଲି ଦିଦି ସେତେବେଳେ କଲେଜରେ ପଢ଼ୁଥିଲେ । ଆମ ଗାଁ’ର ଶେଷ ଭାଗକୁ ରହୁଥିବା ଅଶୋକ ଭାଇଙ୍କର କଲେଜ୍ ପଢା ସରିଯାଇ ଥିଲା । ମୁଁ ସ୍କୁଲରୁ ଫେରିବା ସମୟରେ କେତେବେଳେ କେତେବେଳେ ମତେ ଅଶୋକ ଭାଇ ଗୋଟେ ଚିଠି ଦିଅନ୍ତି ମୁଁ ଆଣି ଲାଲି ଦିଦିଙ୍କୁ ଦେଇଦିଏ ଆଉ ସ୍କୁଲ ଗଲାବେଳେ କେବେ କେବେ ଲାଲି ଦିଦି ଚିଠି ଦିଅନ୍ତି ମୁଁ ଯାଇ ଅଶୋକ ଭାଇଙ୍କୁ ଦେଇଦିଏ ତା ବଦଳରେ ମତେ ଦୁଇ ଜଣଙ୍କ ତରଫରୁ ମିଳିଥାଏ ଦାମୀ ଦାମୀ ଚକିଲେଟ୍ ବହୁତ ସାରା ।
ଲାଲି ଦିଦିଙ୍କ କଲେଜ୍ ପଢ଼ା ବି ସରିଯାଇଥିଲା ଆଉ ମୁଁ ବି ଷଷ୍ଠ ରେ ପଢ଼ୁଥିଲି ସେ ସମୟରେ ଅଶୋକ ଭାଇ ସଂଧ୍ୟା ହେଲେ ଆମ ପଟକୁ ଆସନ୍ତି ଆଉ ଗୋଟେ ଦୋକାନ ପାଖରେ ବସି ମତେ ଅପେକ୍ଷା କରନ୍ତି ମୁଁ ଯେମିତି ଯାଏ ମତେ ଗୋଟେ ଚକିଲେଟ୍ ଧରେଇ ଦେଇ କୁହନ୍ତି ଯା ଲାଲିକି କହିବୁ ଠିକ୍ ସାତଟା ବେଳେ ମୁଁ ତାଙ୍କ ବାଡିରେ ଥିବି ସେ ଆସିବ । ମୁଁ ଛୋଟ ଥିଲି ମୁଁ ଲାଲି ଦିଦିଙ୍କ ସହିତ କଥାହେଲେ କେହି ଡାଉଟ୍ କରନ୍ତିନି ସେଥିପାଇଁ ମୁଁ ଆରମସେ ଯାଇ କହିଦିଏ ଲାଲି ଦିଦିଙ୍କୁ ।
ମୋର ପରୀକ୍ଷା ସରିଯାଇଥାଏ ସ୍କୁଲ ବି ଛୁଟି ଥାଏ ସେଥିପାଇଁ ମୁଁ ଯାଇଥିଲି ମାମୁଁ ଘରକୁ ବୁଲି, କିଛି ଦିନ ପରେ ଫେରିଲି ଆଉ ତାପରେ ଜାଣିଲି ଯେ ଲାଲି ଦିଦି ଦଉଡି ଲଗେଇ ମରିଯାଇଛନ୍ତି କିଛି ଦିନ ତଳେ । ମୋର ବହୁତ ମନଦୁଃଖ ହେଲା କାରଣ ମୁଁ ବହୁତ ଭଲ ପାଉଥିଲି ଲାଲି ଦିଦିଙ୍କୁ, ଯେତେବେଳେ ମୁଁ କିଛି ଗଣିତ ବୁଝି ପାରେନି ଲାଲି ଦିଦି ମତେ ବୁଝେଇ ଦିଅନ୍ତି । ପ୍ରାୟ ସମୟରେ ମତେ ସେ ପଢ଼ାନ୍ତି । ଏ ଖବର ଶୁଣି ମୁଁ ବହୁତ କାନ୍ଦିଥିଲି ସେଦିନ । ତାପରେ ଜାଣିଲି ଯେ ଅଶୋକ ଭାଇ ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ଅଶୋକ ଭାଇ ଲାଲିଦିଦିଙ୍କୁ ମନା କରିଥିଲେ ବାହା ହବାକୁ ଆଉ ଲାଲି ଦିଦି ବି ପ୍ରେଗ୍ନେଟ୍ ଥିଲେ । ଏସବୁ କଥା ଶୁଣିଲା ପରେ ମତେ ନିଜକୁ ଦୋଷୀ ଦୋଷୀ ଲାଗୁଥିଲା । ବହୁତ୍ ଦିନ ମୁଁ ନିଜକୁ କ୍ଷମା କରିପାରୁନଥିଲି ।
ଦଶମ ପରେ ମୁଁ ଗାଁ ଛାଡ଼ି ଦେଇଥିଲି ଏବେ ତ ବହୁତ୍ ବର୍ଷ ହେଇଗଲାଣି ସେ କଥାକୁ ମୁଁ ସହରରେ ରହି ପଢ଼ିଲି ତାପରେ ଚାକିରୀ ବି କଲି । କାଲି ଆସି ଆମ ଗାଁରେ ପହଞ୍ଚିଲି ଆଉ ଆଜି ସକାଳୁ ବାହାରେ ବୁଲୁ ବୁଲୁ ଅଶୋକ ଭାଇଙ୍କ ସହିତ ଦେଖା ହେଲା । ସେ ପୁରା ଶୁଖିଯାଇଛନ୍ତି କଳା ପଡ଼ି ଯାଇଛନ୍ତି, ଦୁଇଟା ପୁଅ ଜଣେ ପାଠସାଠ ପଢୁନି ବାଳୁଙ୍ଗା ହେଇ ଗାଁରେ ବୁଲୁଛି ଆଉ ଜଣେ ଗାଁ ସ୍କୁଲରେ ଦିତୀୟରେ ପଢ଼ୁଛି । ତାଙ୍କ ସ୍ତ୍ରୀ ଗାଁ ସ୍କୁଲରେ ରୋଷେଇ କରି ପରିବାର ଚଳଉଛନ୍ତି । ଅଶୋକ ଭାଇଙ୍କର ଦୁଇଟା ଗୋଡ଼ ପାରାଲିସେସ୍ ହେଇଯାଇଛି ସେ ଗୋଟେ ଠେଲାଗାଡିରେ ବସି ଗାଁ ଏପଟ ସେପଟ ହେଇ ଭିକ ମାଗୁଛନ୍ତି ଆଉ ଯାହା ମିଳୁଛି ସେଥିରେ ଆସ୍କା ଫର୍ଟି ପିଉଛନ୍ତି ସଂଧ୍ୟାରେ ।
ମୁଁ ତାଙ୍କୁ ପଚାରିଲି ଭାଇ କଣ ଭଲ ସବୁ ? ସେ କହିଲେ ଦେଖୁଛୁ ତ ଏମିତି ଅବସ୍ଥା ପଚାରୁଛୁ ଭଲ !! ମୁଁ କହିଲି ଅଶୋକ ଭାଇ କିଏ କହିଲା ଭଗବାନ ନାହାନ୍ତି ଦୁନିଆରେ, ଯିଏ ଯେମିତି କର୍ମ କରେ ତାକୁ ସେମିତି ଫଳ ମିଳେ ।
Attachments area

NO COMMENTS

LEAVE A REPLY

Please enter your comment!
Please enter your name here