Home Uncategorized ଶରତ ପୂର୍ଣ୍ଣିମା ହେଉଛି ଅମୃତ ଯୋଗ ଯଦ୍ୱାରା ହୋଇଥାଏ ଧନ ବର୍ଷା, କିପରି କରିବେ ମା’...

ଶରତ ପୂର୍ଣ୍ଣିମା ହେଉଛି ଅମୃତ ଯୋଗ ଯଦ୍ୱାରା ହୋଇଥାଏ ଧନ ବର୍ଷା, କିପରି କରିବେ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ ଆସନ୍ତୁ ଜାଣିବା…..

0
12

ଶରତ ପୂର୍ଣ୍ଣିମାକୁ କୋଜାଗରୀ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ; ଯାହାର ବିଶେଷ ମହତ୍ତ୍ବ ରହିଛି; ଏହି ଦିନ ଚନ୍ଦ୍ର ପୃଥିବୀରେ ଅମୃତ ବର୍ଷା କରିଥାନ୍ତି। ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର, ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ଅଶେଷ କୃପା ପ୍ରାପ୍ତି ହୋଇଥାଏ; ଚନ୍ଦ୍ରଦେବ ମା’ ଲକ୍ଷ୍ମୀ ଙ୍କ ଭାଇ ବୋଲି ପୌରାଣିକ ତଥ୍ୟ ରହିଛି

କିଛି ସ୍ଥାନରେ ପୌରାଣିକ ବିଶ୍ବାସ ଅନୁସାରେ ଏହି ଦିନ ମା ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା ଏଥିପାଇଁ ଧନ ପ୍ରାପ୍ତି ପାଇଁ ମଧ୍ୟ ଏହି ତିଥି ସବୁଠୁ ଉତ୍ତମ ହୋଇଥାଏ; ଏହି ଦିନ ଭଗବାନ ଶ୍ରୀକୃଷ୍ଣ, ଧନର ଦେବୀ ମା ଲକ୍ଷ୍ବୀ ଏବଂ ୧୬କଳା ଥିବା ଚନ୍ଦ୍ରଙ୍କ ଉପାସନା ଦ୍ବାରା ଭିନ୍ନ ଭିନ୍ନ ବରଦାନ ପ୍ରାପ୍ତ କରାଯାଇଥାଏ; ତେବେ ଦେବୀ ଲକ୍ଷ୍ମୀଙ୍କୁ ଲାଲ ଫୁଲ,ନୈବେଦ୍ୟ ଏବଂ ଅନ୍ୟ ସୁଗନ୍ଧିତ ଦ୍ରବ୍ୟ ଅର୍ପଣ କରିବା ସହ ସୁନ୍ଦର ବସ୍ତ୍ର,ଆଭୂଷଣ ଏବଂ ଅନ୍ୟ ଶୃଙ୍ଗାରରେ ଅଳଙ୍କୃତ କରନ୍ତୁ; ମା ଲକ୍ଷ୍ମୀଙ୍କ ଆହ୍ବାନ କରନ୍ତୁ; ଦେବୀ ଲକ୍ଷ୍ମୀଙ୍କ ମନ୍ତ୍ର ଏବଂ ଲକ୍ଷ୍ମୀ ଚାଳିଶା ପାଠ କରନ୍ତୁ; ଦେବୀ ଲକ୍ଷ୍ମୀଙ୍କ ଗୋ ଘୃତର ଦୀପ ଦାନ କରିବା ମଧ୍ୟ ଆବଶ୍ୟକ ଅଟେ; ଏହା ପରେ ଦେବୀ ଲକ୍ଷ୍ମୀଙ୍କୁ କ୍ଷୀରି ନୈବେଦ୍ୟ ରୂପେ ଅର୍ପଣ କରନ୍ତୁ

ଶରତ ପୂର୍ଣ୍ଣିମାରେ ଚନ୍ଦ୍ର ପୃଥିବୀର ସବୁଠୁ ନିକଟତର ହୋଇଥାଏ; ଏହି ଦିନ ଚନ୍ଦ୍ର ସବୁଠୁ ଚମକଦାର ହୋଇଥାଏ; ଏହି ଦିନ ଚନ୍ଦ୍ରର କିରଣ ଦ୍ବାରା ଅମୃତ ବର୍ଷା ହୋଇଥାଏ; ଆଜି ଦିନରେ ସନ୍ଧ୍ୟା କାଳରେ କିଛି କ୍ଷୀର କାଚ ପାତ୍ରରେ ଚନ୍ଦ୍ର କିରଣରେ ରଖି ପାନ କଲେ ମାନସିକ ଅଶାନ୍ତି ଦୂର ହେବା ସହ ମାନସିକ ସନ୍ତୁଳନ ଠିକ ରହିଥାଏ

NO COMMENTS

LEAVE A REPLY

Please enter your comment!
Please enter your name here