ବଲିଉଡର ରୋମାଣ୍ଟିକ ଅଭିନେତା ଶାହରୁଖ ଖାନ ଏବେ କିଛି ଦିନ ତଳେ ରିଆଲିଟି ସୋ ‘ଡାନ୍ସ ପ୍ଲସ ୫’ ରେ ଅତିଥି ହୋଇଆସିଥିଲେ; ତେବେ ଏହି ଶୋ’ରେ ସେ ନିଜର ପିଲାମାନଙ୍କ ଧର୍ମକୁ ନେଇ ଖୋଲା ରୂପେ ଚର୍ଚ୍ଚା କରିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ଟ୍ୱିଟରରେ ଭାଇରାଲ ହେବାକୁ ଲାଗିଛି; ତାଙ୍କର ଏଭଳି ମନ୍ତବ୍ୟରେ ଫ୍ୟାନସଙ୍କ ପ୍ରଶଂସାର ସୁଅ ଛୁଟିଛି
ତେବେ ଏହି ଭିଡ଼ିଓରେ ଶାହରୁଖ କହିଛନ୍ତି ଯେ “ତାଙ୍କ ପତ୍ନୀ ହିନ୍ଦୁ, ସେ ନିଜେ ମୁସଲମାନ ଏବଂ ତାଙ୍କ ପିଲାମାନେ ହେଲେ ହିନ୍ଦୁସ୍ଥାନ”; ଶାହରୁଖଙ୍କ କଥା ଶୁଣି କରତାଳିରେ ଗୁଂଜି ଉଠିଲା ଡାନ୍ସ ପ୍ଲସ 5 ଶୋର ସେଟ୍’; ଜଜ, ପ୍ରତିଯୋଗୀ ସହ ଦର୍ଶକ ମଧ୍ୟ ତାଙ୍କ ମନ୍ତବ୍ୟ ପାଇଁ ତାଳି ମାରିଥିଲେ; ସେ ଆଗରୁ ମଧ୍ୟ ଅନେକ ଥର କହିଛନ୍ତି ଯେ ତାଙ୍କ ଘରେ ଧର୍ମ ଓ ସମ୍ପ୍ରଦାୟକୁ ନେଇ କୌଣସି ଚର୍ଚ୍ଚା କେବେ ହୋଇନି; ତାଙ୍କ ଘରେ ଉଭୟ ହିନ୍ଦୁ ଓ ମୁସଲମାନ ପର୍ବ ପାଳିତ ହୁଏ ବୋଲି ଶାହୁରଖ ଅନେକ ଥର କହିଛନ୍ତି

ଶୋ’ରେ ଶାହାରୁଖ କହିଥିଲେ, “ସେ ପାଞ୍ଚ ଥର ନମାଜ ପଢ଼ିଲା ଭଳି ଧାର୍ମିକ ନୁହଁନ୍ତି, କିନ୍ତୁ ସେ ଇସ୍ଲାମିକ୍, ସେଇସ୍‌ଲାମର ସିଦ୍ଧାନ୍ତକୁ ବିଶ୍ୱାସ କରନ୍ତି; ସେ ଭାବନ୍ତି ଯେ ଏହା ଗୋଟିଏ ଭଲ ଧର୍ମ ଓ ଭଲ ଅନୁଶାସନ” ; ସେ ମଧ୍ୟ କହିଥିଲେ ଥରେ ସ୍କୁଲରେ ତାଙ୍କ ଝିଅର ସ୍କୁଲର ଫର୍ମ ପୂରଣ କଲାବେଳେ ଝିଅ ତାଙ୍କର ଧର୍ମ କଣ ବୋଲି ପଚାରିଥିଲେ; ସେ ଉତ୍ତର ଦେଇଥିଲେ ଯେ ସେମାନେ ଭାରତୀୟ ଓ ଏହାର କୌଣସି ଧର୍ମ ନାହିଁ; ଶାହରୁଖଙ୍କ ଏହି ଭିଡିଓ ଦର୍ଶକଙ୍କ ମନକୁ ଖୁବ ଛୁଇଁଚି; ତେଣୁ ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି

LEAVE A REPLY

Please enter your comment!
Please enter your name here