ଭଗବାନ ଶିବଙ୍କୁ ଆରାଧନା କରିବା ଦ୍ୱାରା ମନ ଶାନ୍ତ ଏବଂ ସନ୍ତୁଳିତ ରହିବା ସହ ଅନେକ ପ୍ରକାର କୁପ୍ରଭାବର ଅବସାନ ମଧ୍ୟ ଘଟିଥାଏ; ଶିବଙ୍କୁ ଉଚିତ ବିଧିରେ ଭକ୍ତିର ସହ ପୂଜା କଲେ ଶୀଘ୍ର ପ୍ରସନ୍ନ ହେବା ସହ ମନୋକାମନା ପୂର୍ଣ୍ଣ କରିଥାନ୍ତି; ଯାହାଫଳରେ ସୁଖର ପରିଣାମ ଶୀଘ୍ର ମିଳିଥାଏ

ଶିବଙ୍କ ପ୍ରିୟ ବାର ହେଉଛି ସୋମବାର ଓ ପ୍ରିୟ ତିଥି ହେଉଛି ଚତୁର୍ଦ୍ଦଶୀ; ଏହି ଦିନରେ ଭୋଳାନାଥଙ୍କ ସଠିକ ବିଧିରେ ଭକ୍ତିର ସହ ପୂଜା କଲେ ଅନେକ ମନସ୍କାମନା ପୂରଣ ହୋଇଥାଏତେବେ ଏହି ବିଶିଷ୍ଟ ଉପାୟ ସହ ଶିବ ମନ୍ତ୍ର ଜପନ୍ତୁ; ଏହା ଭାଗ୍ୟୋଦୟ ସହ ଜୀବନସାଥୀ, ରୋଜଗାର କିମ୍ବା ଲକ୍ଷ୍ୟ ପାଇବାର କାମନାକୁ ଶୀଘ୍ର ପୂରଶ କରିଥାଏ

ସୋମବାର ଓ ଚତୁର୍ଦ୍ଦଶୀ ତିଥିରେ ଦିନରେ ଥରେ ଶୁଦ୍ଧ ଭୋଜନ ଏବଂ ବ୍ରତ ସଙ୍କଳ୍ପ ସହ ଶିବାଳୟରେ ଯାଇ ଶିବଲିଙ୍ଗକୁ ଗଙ୍ଗା ଜଳାଭିଷେକ କରନ୍ତୁ; ଅଭିଷେକ ସମୟରେ ‘ଓଁ ମହାଶିବାୟ ସୋମାୟ ନମଃ’ ମନ୍ତ୍ରକୁ ଜପ କରନ୍ତୁ

ସ୍ନାନ ସମାପ୍ତି ପରେ ଭଗବାନ ଶିବଙ୍କୁ ଗୋ କ୍ଷୀର ଅର୍ପଣ କରନ୍ତୁ; ଏହି ଉପାୟ ଦେହ,ମନ ଏବଂ ଧନ ଭଳି ଅନେକ ସମସ୍ୟାର ସମାପ୍ତି ଘଟିଥାଏ; ଶିବଙ୍କୁ ମହୁ ଅର୍ପଣ କରନ୍ତୁ; ଏହାଦ୍ୱାରା ଚାକିରୀ ଏବଂ ବ୍ୟବସାୟରେ ଆସୁଥିବା ସମସ୍ୟାର ଅନ୍ତ ହୋଇଥାଏ; ଏହାପରେ ପୁନଶ୍ଚ ଜଳଦ୍ୱାରା ସ୍ନାନ କରି ଶିବଙ୍କୁ ଲାଲ ଚନ୍ଦନ ଲଗାନ୍ତୁ ଏବଂ ଶୃଙ୍ଗାର କରନ୍ତୁ

ଚନ୍ଦନର ପ୍ରକୃତି ଶୀତଳ ଅଟେ; ଶିବଙ୍କ ଉପରେ ଏହା ଲଗାଇବାଦ୍ୱାରା ଜୀବନରେ ଶାନ୍ତି ଏବଂ ସୁଖର ବର୍ଷା ହୋଇଥାଏ ବୋଲି ମାନ୍ୟତା ରହିଛି; ତେବେ ଯଥାଶକ୍ତି ଗନ୍ଧ, ଅକ୍ଷତ, ଫୁଲ, ବେଲପତ୍ର, ନୈବେଦ୍ୟ ଅର୍ପଣ କରି ଶିବଙ୍କ ଆରଧନା କରନ୍ତୁ; ଏହାସହ ଶିବଙ୍କୁ ଅର୍ପଣ କରାଯାଇଥିବା କ୍ଷୀର, ମହୁକୁ ଚରଣାମୃତ ରୂପେ ଗ୍ରହଣ କରନ୍ତୁ ଏବଂ ଚନ୍ଦନ ଲଗାଇ ମନସ୍କାମନା ପୂରଣ ହେବା ପାଇଁ ପ୍ରାର୍ଥନା କରନ୍ତୁ

LEAVE A REPLY

Please enter your comment!
Please enter your name here