ଶରୀର ମଧ୍ୟରେ ମୁଁହ ସବୁଠାରୁ ବେଶୀ ଆକର୍ଷଣୀୟ ରହିବା ଉଚିତ | ଯାହାର ମୁଁହ ଯେତେ ସୁନ୍ଦର ସେ ଦେଖିବାକୁ ସେତେ ସୁନ୍ଦର ହୋଇଥାଏ | ବେଶୀ ଝିଅ ମାନେ ତାଙ୍କ ତ୍ୱଚାକୁ ନେଇ ଚିନ୍ତିତ ଥାନ୍ତି | ସର୍ବଦା ସେମାନେ ଚାହାନ୍ତି କିପରି ସୁନ୍ଦର ଦେଖାଯିବେ | ତେଣୁ ବଜାରରୁ ଅନେକ ପ୍ରକାର କ୍ରିମ, ପାଉଡର ଆଣି ଲଗାନ୍ତି | ବେଳେ ବେଳେ ସେଗୁଡିକ ହାନିକାରକ ସାବ୍ୟସ୍ଥ  ହୋଇଥାଏ | ଆପଣ ଜାଣନ୍ତି କି କିଛି ଘରୋଇ ଉପଚାର ଦ୍ୱାରା ଖୁବ ସରଳ ଉପାୟରେ ବି ଆପଣ ସୁନ୍ଦର ଲାଗିପାରିବେ | ତେବେ ଆସନ୍ତୁ ଜାଣିବା କି ଉପାୟ କଲେ ତ୍ୱଚା ଆକର୍ଷଣୀୟ ରହିବା ସହ ସୁନ୍ଦର ଦେଖାଯିବେ I

୧. ତୈଳଯୁକ୍ତ ତ୍ୱଚାରୁ ମୁକ୍ତି ପାଇଁ ଲେମ୍ବୁ ସବୁଦିନ ମୁଁହରେ ଲଗାନ୍ତୁ | ଏହା ନାଚୁରାଲ କ୍ଲିଂଜେର ରୂପେ କାମ ଦିଏ |

୨. ୧ ଚାମଚ ମୁଲତାନି ମାଟି, ୧ ଚାମଚ ଗୁଲାବ ଜଳ, ଅଧା ଚାମଚ ମହୁ ଓ କିଛି ଲେମ୍ବୁ ରସ ମିଶେଇ ପେଷ୍ଟ କରି ମୁହଁରେ ଲଗାନ୍ତୁ | ଏହା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଦାଗ ଦୂର ହୋଇଥାଏ |

୩. ମସୁର ଡାଲି ବା ଜିରାକୁ ବତୁରେଇ କ୍ଷୀର ସହ ମିଶି ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏହି ପେଷ୍ଟ କୁ ମୁଁହରେ ଲଗେଇ ଥଣ୍ଡା ପାଣିରେ ଧୋଇଦିଅନ୍ତୁ | ଏହାଦ୍ୱାରା ତ୍ୱଚାରୁ ବ୍ରଣ ଦାଗ ଦୂର ହୁଏ |

୪. ୧ ଚାମଚ ଚନ୍ଦନ ପାଉଡର, ଅଧା ଚାମଚ ଗ୍ଲିସେରିନ, ୫-୬ ବୁନ୍ଦା ମହୁ ଓ ୧ ଚାମଚ ମସୁର ଡାଲି ପାଉଡରକୁ କ୍ଷୀରରେ ମିଶେଇ ପେଷ୍ଟ କରି ମୁଁହରେ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା ନମନୀୟ ହୋଇଥାଏ |

୫. ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ଗୋଲାପ ଜଳ ସହ ଗ୍ଲିସେରିନ ମିଶେଇ ମାଲିସ କରନ୍ତୁ | ଏହାଦ୍ୱାରା ତ୍ୱଚାର ଶୁଷ୍କତା ହ୍ରାସ ପାଏ |

୬. ନିମ୍ବ ପତ୍ରରେ ମୁଲତାନି ମାଟି ମିଶେଇ ଲଗାନ୍ତୁ | ଏହାଦ୍ୱାରା ତ୍ୱଚାରୁ ବ୍ରଣ ଦୂର ହୁଏ |

୭. କମଳା ଲେମ୍ବୁ ଚୋପାକୁ ଖରାରେ ଶୁଖେଇ ଗୁଣ୍ଡ କରି ସେଥିରେ କ୍ଷୀର ମିଶେଇ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା କାନ୍ତିମୟ ହୋଇଥାଏ |

୮. ଅଳ୍ପ ବେସନ, କଞ୍ଚା କ୍ଷୀର ଓ ହଳଦୀ ଗୁଣ୍ଡ ମିଶେଇ ତ୍ୱଚାରେ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା ମୁଲାୟମ ଓ ପରିସ୍କାର ହୋଇଥାଏ |

୯. ୧ ଚାମଚ ବେସନରେ ୨ ଚାମଚ ଦହି ମିଶେଇ ଲଗାନ୍ତୁ କିମ୍ବା ୧ ଚାମଚ ଚନ୍ଦନ ପାଉଡରରେ ଅଳ୍ପ କ୍ଷୀର ଓ ହଳଦୀ ଲଗାନ୍ତୁ | ଏହାଦ୍ୱାରା ତ୍ୱଚା ଉଜ୍ୱଳ ହୋଇଥାଏ |

୧୦. ମଝିରେ ମଝିରେ କ୍ଷୀରରେ ବା ୧ ଚାମଚ ଦହିରେ କିଛି ଲେମ୍ବୁ ରସ ମିଶେଇ ନିଜ ମୁଁହକୁ ଏକ ତୁଳା ଦ୍ୱାରା ପୋଛନ୍ତୁ | ଏହା କ୍ଲିଂଜେର ଭଳି କାମ ଦିଏ |

୧୧. ତ୍ୱଚାକୁ ନମନୀୟ କରିବା ପାଇଁ ପ୍ରତିଦିନ ଗାଧେଇବା ଆଗରୁ ନଡ଼ିଆ ତେଲ ବା ବାଦାମ ତେଲ ମାଲିସ କରନ୍ତୁ |

୧୨. ତୈଳମୁକ୍ତ ତ୍ୱଚା ପାଇଁ ଉଷୁମ ମହୁରେ ଅଳ୍ପ ଲେମ୍ବୁ ରସ ମିଶେଇ ଲଗାନ୍ତୁ |

୧୩. ଖରା ତେଜରେ ତ୍ୱଚା ଜ୍ୱଳନରୁ ମୁକ୍ତି ଟମାଟୋ ରସରେ ଦହି ମିଶେଇ ଲଗାନ୍ତୁ |

୧୪. ଆଳୁକୁ ବାଟି ତ୍ୱଚାରେ ଲଗେଇବା ଦ୍ୱାରା ତ୍ୱଚା କୋମଳ ହୋଇଥାଏ |

୧୫. ତ୍ୱଚାର ମଳିନ ରଙ୍ଗ ଦୂର ପାଇଁ ପାଚିଲା ଅମୃତଭଣ୍ଡା ରସ ମୁଁହରେ ଲଗାନ୍ତୁ |

୧୬. ବହୁତ ଦିନରୁ ମୁଁହରେ ଥିବା ଦାଗ ଲିଭେଇବା ପାଇଁ ନଡ଼ିଆର ପାଣି ମୁଁହରେ ଲଗାନ୍ତୁ |

୧୭. ମୁଁହରେ ଲୋଚାକୋଚା ପଣ ଦୂର କରିବା ପାଇଁ ଅଳ୍ପ ମେଥିକୁ ବାଟି ୫ ମିନିଟ ପାଇଁ ମୁଁହରେ ଲଗାନ୍ତୁ | ତାପରେ ମୁଁହକୁ ଥଣ୍ଡା ପାଣିରେ ଧୁଅନ୍ତୁ |

୧୮. ମୁଁହରେ ନେଇଥିବା ମେକଅପକୁ ଛଡ଼େଇବା ପାଇଁ କ୍ଷୀରରେ ଅଳ୍ପ ହଳଦୀ ଗୁଣ୍ଡ ମିଶେଇ ୧୦-୧୫ ମିନିଟ ପର୍ଯ୍ୟନ୍ତ ଲଗେଇ ଥଣ୍ଡା ପାଣିରେ ମୁଁହକୁ ଧୋଇଦିଅନ୍ତୁ |

୧୯. ପାଣିରେ ଲେମ୍ବୁ ରସ ମିଶେଇ ମିଶେଇ ମଝିରେ ମଝିରେ ଗାଧାନ୍ତୁ | ଏହାଦ୍ୱାରା ତାଜା ଅନୁଭବ କରିବେ |

୨୦. ପ୍ରତିଦିନ ରାତିରେ ଶୋଇବା ଆଗରୁ କଞ୍ଚା କ୍ଷୀର ସହ ଅଳ୍ପ ଲୁଣ ମିଶେଇ ଏକ ତୁଳା ଦ୍ୱାରା ମୁଁହକୁ ପୋଛନ୍ତୁ ଏବଂ ଥଣ୍ଡା ପାଣିରେ ମୁଁହକୁ ଧୋଇଦିଅନ୍ତୁ | ଏହାଦ୍ୱାରା ତ୍ୱଚା ପରିସ୍କାର ରହିବା ସହ ଉଜ୍ୱଳ ହୋଇଥାଏ |

LEAVE A REPLY

Please enter your comment!
Please enter your name here