ବେଳେ ବେଳେ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ପଇସା ପାଖରେ ରହିନଥାଏ; ହାତ ପ୍ରାୟ ଖାଲି ରହିଯାଏ; ଠିକଣା ସମୟ ବେଳକୁ ପାଖରେ ପଇସା ନଥାଏ; କିନ୍ତୁ ଆମ ହିନ୍ଦୁଶାସ୍ତ୍ରରେ କିଛି ଅମୋଘ ଉପାୟ ରହିଛି, ଯାହାକୁ ଠିକ ରୂପେ କରିବା ଦ୍ୱାରା ଗୃହରେ ଲକ୍ଷ୍ମୀମା’ ବାସ କରିବା ସହ ଗୃହରେ ଟଙ୍କା ପଇସା ଅଭାବ ରହିନଥାଏ; ଆସନ୍ତୁ ଜାଣିବା କି ଉପାୟ ରହିଛି ଯାହା ଫଳରେ ଗୃହରେ ଧନଭାଵ ହୋଇନଥାଏ….
ଶୁକ୍ରବାର ଦିନ ପ୍ରାତଃ ସ୍ନାନ କରି କଦଳୀ ଗଛର ଚେର ସଂଗ୍ରହ କରିଆଣନ୍ତୁ; ସେହି ଚେରକୁ ପ୍ରଥମେ ଗଙ୍ଗାଜଳରେ ଶୋଧନ କରନ୍ତୁ, ପୁନଶ୍ଚ କଞ୍ଚା କ୍ଷୀରରେ ଆଉଥରେ ଶୋଧନ କରନ୍ତୁ; ଏହାପରେ ସେହି ଚେରକୁ ଲାଲସୂତାରେ ୫ ଥର ଗୁଡ଼ାଇ ଦିଅନ୍ତୁ; ‘ଓଁ ଶ୍ରୀଂ ଶ୍ରୀଂ ମହାଲକ୍ଷ୍ମୀ ଶ୍ରୀଂ ଶ୍ରୀଂ ଓଁ ନମଃ’ ଏହି ମନ୍ତ୍ରକୁ ୫ ଥର ଜପନ୍ତୁ; ମନେ ମନେ ମା’ ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜ ମନୋକାମନା ସହ ନିଜ ସମସ୍ୟା ଜଣାନ୍ତୁ; ତାପରେ ନିଜ ପର୍ସ ବା ଆଲମାରୀ କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ; ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିବା ସହ ଗୃହରେ ଧନବର୍ଷା ହୋଇଥାଏ

LEAVE A REPLY

Please enter your comment!
Please enter your name here