ଶୁକ୍ର ଗ୍ରହ ଦାନବଙ୍କ ଗୁରୁ ବୋଲି ପୌରାଣିକ ଉଲ୍ଲେଖ ରହିଛି | ଏହି ଗ୍ରହ ସୁନ୍ଦରତାର ପ୍ରତୀକ | ଏହି ଗ୍ରହର ଲକ୍ଷଣ ଥିବା ବ୍ୟକ୍ତି ଆତ୍ମବିଶ୍ଵାସୀ, ଆକର୍ଷକ, ଧନଵାନ, ଐଶ୍ୱର୍ଯ୍ୟବାନ ହୋଇଥାନ୍ତି | ଶୁକ୍ର ଗ୍ରହ ଦୋଷକାରକ ଭାବେ ଥିଲେ ସ୍ତ୍ରୀ ସଂଗେ କଳହ, ଧନହାନି, ମୁଖ ସୌନ୍ଦର୍ଯ୍ୟହାନି, ଗୁପ୍ତ ରୋଗର ଲକ୍ଷଣ ଦେଖାଦିଏ |
ଶୁକ୍ର ଗ୍ରହର ପ୍ରତିକାର
୧. ଲକ୍ଷ୍ମୀ ମା’ ଙ୍କ ଉପାସନା କରନ୍ତୁ | “ଓଁ ଶ୍ରୀଂ ମହାଲକ୍ଷ୍ମଏ ନମଃ” ମନ୍ତ୍ରକୁ ପ୍ରତି ଶୁକ୍ରବାର ଦିନ ୧୦୮ଥର ଜପ କରନ୍ତୁ |
୨. ଶୁଭ୍ର ବସ୍ତ୍ର ପିନ୍ଧନ୍ତୁ |
୩. ନିଜ ଭୋଜନର କିଛି ଅଂଶ ଗାଈ, କୁକୁରକୁ ଖାଇବାକୁ ଦିଅନ୍ତୁ |
୪. ୧୬ ଶୁକ୍ରବାର ବ୍ରତ ରଖନ୍ତୁ | ଏହିଦିନ ଖଟା ଦ୍ରବ୍ୟ ଖାଆନ୍ତୁ ନାହିଁ |
୫. ନିଜ ସ୍ତ୍ରୀକୁ ସମ୍ମାନ କରନ୍ତୁ ଓ ପର ସ୍ତ୍ରୀ ଉପରେ କୁଦୃଷ୍ଟି ଦିଅନ୍ତୁ ନାହିଁ |
୬. ଅତରର ବ୍ୟବହାର କରନ୍ତୁ |
୭. “ଓଁ ଶୁଂ ଶୁକ୍ରାୟ ନମଃ” ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ |

LEAVE A REPLY

Please enter your comment!
Please enter your name here