ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ କୁଳଦେବତା ଓ ସେ ସଦାସର୍ବଦା ଆଦ୍ୟପୂଜ୍ୟ  | ତାଙ୍କ ସଂସ୍କୃତି ଓଡ଼ିଶାରେ ଆଦୃତ | ତାଙ୍କ ନାମ ନନେଇ ଆମର କୌଣସି ଶୁଭକାର୍ଯ୍ୟ କରାଯାଏନାହିଁ | ତାଙ୍କର ଷୋହଳ ନାମ ରହିଛି; ଯାହାକୁ ଜପିଲେ କାର୍ଯ୍ୟପୂର୍ଣ୍ଣ ହୁଏ | ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ବେଳେ କେଉଁ ନାମ ଜପିବା ବିଧେୟ |
୧. ଶୟନ ବେଳେ ପଦ୍ମନାଭ ଜପିବା ଆବଶ୍ୟକ |
୨. ଭୋଜନ ସମୟରେ ଜନାର୍ଦନ ଜପିବା ଆବଶ୍ୟକ |
୩. ଯାତ୍ରାକାଳରେ ବାମନ ଜପିଲେ ଯାତ୍ରା ଶୁଭଦାୟକ ହୁଏ |
୪. ସଙ୍କଟ ସମୟରେ ଶ୍ରୀମଧୁସୂଦନ ଜପିଲେ ସଙ୍କଟ ଟଳିଯାଏ |
୫. ଵିଵାହକାଳରେ ବ୍ରଜପତି ଜପିଲେ ବିବାହ କାର୍ଯ୍ୟ ଶୁଭ ହୁଏ |
୬. ଯୁଦ୍ଧ ସମୟରେ ଚକ୍ରଧର ଜପିଲେ ବିଜୟପ୍ରାପ୍ତ ହୁଏ |
୭. ପ୍ରଣୟକାଳରେ ଶ୍ରୀଧର ଜପିଲେ ଶୁଭ ହୁଏ |
୮. ଜଳରୁ ଉଦ୍ଧାର ପାଇଁ ବରାହ ଜପିଲେ ବିପଦ ନାଶ ହୁଏ |
୯. ଔଷଧ ସେବନ କାଳରେ ବିଷ୍ଣୁ ଜପିବା ଆବଶ୍ୟକ |
୧୦. ପ୍ରବାସ ସମୟେ ତ୍ରିବିକ୍ରମ ଜପିଲେ ଶୁଭଦାୟକ ହୁଏ |
୧୧. ପର୍ବତାରୋହଣ ବେଳେ ଶ୍ରୀ ରଘୁନନ୍ଦନ ଜପିଲେ ସଫଳ ହେବେ |
୧୨. ଘୋର ଅରଣ୍ୟରେ ଭୟ ଆସିଲେ ନୃସିଂହ ଜପିଲେ ଭୟ ଦୂର ହୁଏ |
୧୩. ଦୁଃସପନ ଦେଖି ବିଚଳିତ ହେଲେ ଗୋବିନ୍ଦ ଜପନ୍ତୁ; ଆଶଙ୍କା ଦୂର ହେଵ |
୧୪. ସବୁ କର୍ମ ବେଳେ ଶୁଭ ହେବା ପାଇଁ ମାଧବ ଜପନ୍ତୁ |
୧୫. ଅଗ୍ନିଭୟରୁ ରକ୍ଷା ପାଇବା ପାଇଁ ସାଇଭାଗବାନ ଜପନ୍ତୁ |
୧୬. ଅନ୍ତିମକାଳରେ ମୋକ୍ଷ ପାଇଁ ନାରାୟଣ ଜପନ୍ତୁ |

LEAVE A REPLY

Please enter your comment!
Please enter your name here