Home Uncategorized “ଶ୍ରୀଯନ୍ତ୍ର” ହେଉଛି କଳି ଯୁଗର କାମଧେନୁ ଯାହାକୁ ପୂଜା କଲେ ଗୃହ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ;...

“ଶ୍ରୀଯନ୍ତ୍ର” ହେଉଛି କଳି ଯୁଗର କାମଧେନୁ ଯାହାକୁ ପୂଜା କଲେ ଗୃହ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ; ଆସନ୍ତୁ ଜାଣିବା କିଛି ସେ ବିଷୟରେ

0
472

ଆମ ହିନ୍ଦୁ ଧର୍ମରେ ଦେବୀ ଦେବତାଙ୍କୁ ପୂଜା କରିବା ବିଧି ରହିଛି; ପ୍ରତ୍ୟେକ ଦେଵୀ ଦେବତାଙ୍କର ମନ୍ତ୍ର ଓ ଯନ୍ତ୍ର ରହିଛି; ତନ୍ମଧ୍ୟରୁ ଯନ୍ତ୍ରର ରାଜା ହେଉଛି “ଶ୍ରୀଯନ୍ତ୍ର“; ଏହାକୁ “ଯନ୍ତ୍ରଶିରୋମଣି” ମଧ୍ୟ କୁହାଯାଏ; କଳି ଯୁଗରେ ସାକ୍ଷାତ କାମଧେନୁ ଭଳି ଯାହା ପୂଜା କରୁଥିବା ବ୍ୟକ୍ତିଙ୍କୁ ଅଶେଷ ମାନ-ସମ୍ମାନ, ପ୍ରତିଷ୍ଠା ପ୍ରଦାନ କରିବା ସହ ମନୋବାଞ୍ଛା ପୂର୍ଣ୍ଣ କରିଥାଏ; ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଷୋଡ଼ଶୀ ଦେବୀ; ଏହି ଯନ୍ତ୍ର ବିଶେଷ କରି ମା’ ଲକ୍ଷ୍ମୀଙ୍କ ପ୍ରତୀକ;
ଯଦି ପୂର୍ଣ୍ଣ ଶ୍ରଦ୍ଧାରେ ଓ ଉଚିତ ବିଧିରେ ଗୃହରେ ବା କାର୍ଯ୍ୟାଳୟରେ ଏହି ଯନ୍ତ୍ରକୁ ପୂଜା କରାଯାଇ ପ୍ରତିଷ୍ଠା କରାଯାଏ, ତେବେ ଧନ, ଐଶ୍ୱର୍ଯ୍ୟ, ସମୃଦ୍ଧି, ପ୍ରତିଷ୍ଠା ମିଳିଥାଏ; ଶ୍ରୀ ଯନ୍ତ୍ର ତାଳପତ୍ର, ଭୁଜପତ୍ର, ରୌପ୍ୟ ବା ସ୍ଵର୍ଣ୍ଣରେ ବନାଯାଇପାରେ; ଏହାର ସ୍ଥାପନ ଗୃହ ବା କାର୍ଯ୍ୟାଳୟରେ ଗୁରୁଯୋଗ, ରବି-ପୁଷ୍ୟାଯୋଗ, ନବରାତ୍ର, ଧନତେରସ, ଦୀପାବଳି, ବସନ୍ତ ପଞ୍ଚମୀ, ଅକ୍ଷୟ ତୃତୀୟାରେ କରାଯାଇଥାଏ; ଏହାକୁ ଗୃହର ଐଶାନ୍ୟ କୋଣରେ ଲାଲ କପଡାରେ ଏକ ପିତ୍ତଳ ଥାଳିରେ ବା ଆସନରେ ସ୍ଥାପନ କରିବା ଆବଶ୍ୟକ; ସ୍ଥାପନ ବେଳେ ପଞ୍ଚାମୃତ, ଗଙ୍ଗାଜଳରେ ଉପଯୁକ୍ତ ଶୋଧନ କରାଯାଇଥାଏ; ତାପରେ ଏହି ଯନ୍ତ୍ରରେ ଧଳା ଗୋଲାପ, ହଳଦିଆ ଗେଣ୍ଡୁ ବା ସୁବାସିତ ଧଳା ଫୁଲ ଦେଇ ବିଧିପୂର୍ବକ ପୂଜା କରି ଶ୍ରୀସୁକ୍ତମ, କନକ ଧାରା ସ୍ତୋତ୍ରମ ପାଠ କରି ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ଘୃତ ଦୀପ ଜଳାନ୍ତୁ; ପ୍ରତି ଗୁରୁବାର ଦିନ ଏହି ଯନ୍ତ୍ର ଲେମ୍ବୁ ପାଣି ଓ ଗଙ୍ଗାଜଳରେ ଶୋଧନ କରି ଏହି ଯନ୍ତ୍ର ସମ୍ମୁଖରେ ଶ୍ରୀସୁକ୍ତମ, କନକଧାରା ସ୍ତୋତ୍ରମ ପାଠ କଲେ ଗୃହ ବା କାର୍ଯ୍ୟାଳୟରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ
ଓଁ ଶ୍ରୀଂ ଶ୍ରୀୟେ ନମଃ” ଏହି ମନ୍ତ୍ରକୁ ଗୁରୁବାର ଦିନ ଧଳା ଆସନରେ ବସି ଶ୍ରୀଯନ୍ତ୍ର ସାମ୍ନାରେ ୧୦୮ ଥର ଜପ କଲେ ମା’ ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତ ହେବା ସହ ଧନବୃଦ୍ଧି ହୋଇଥାଏ

NO COMMENTS

LEAVE A REPLY

Please enter your comment!
Please enter your name here