ସୁପର୍ଷ୍ଟାର୍ କମଲ ହାସନ୍ ଓ ଅଭିନେତ୍ରୀ ସାରିକାଙ୍କ ଝିଅ ଶ୍ରୁତି ହାସନ୍ ବଲିଉଡ୍ରେ ଅଭିନୟ କରିବା ସହିତ ତାମିଲ୍ ଓ ତେଲୁଗୁ ଫିଲ୍ମରେ ମଧ୍ୟ ସକ୍ରିୟ ଭାବରେ ଅଭିନୟ କରୁଛନ୍ତି । କେବଳ ଏତିକି ନୁହେଁ, ଶ୍ରୁତି ଜଣେ ଭଲ ଗାୟିକା ମଧ୍ୟ। ଶ୍ରୁତି ବଲିଉଡ୍ରେ ୨୦୦୯ରେ ଫିଲ୍ମ ‘ଲକ୍’ ଜରିଆରେ ଏଣ୍ଟ୍ରି କରିଥିଲେ। କିନ୍ତୁ ବକ୍ସ ଅଫିସ୍ରେ ଫିଲ୍ମଟି ସଫଳ ହୋଇପାରି ନ ଥିଲା।
୨୮ ଜାନୁଆରୀ ୧୯୮୬ ଜନ୍ମ ହୋଇଥିବା ଶ୍ରୁତିଙ୍କର ଆଜି ହେଉଛି ଜନ୍ମଦିନ। ଆସନ୍ତୁ ତାଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା।
ସୌନ୍ଦର୍ଯ୍ୟରେ ବୟସର ଛାପ ପଡ଼ିବାର ନାଁ ଗନ୍ଧ ଧରୁନାହିଁ। ୩୩ ରେ ଲାଗୁଛନ୍ତି ୨୩ ବର୍ଷର ଯୁବତୀଙ୍କ ଭଳି। ବଲିଉଡ୍ର ଦକ୍ଷିଣୀ ସୁନ୍ଦରୀ ତଥା କିମ୍ବଦନ୍ତୀ ଅଭିନେତା କମାଲ୍ ହାସାନ୍ଙ୍କ ସୁପୁତ୍ରୀ ଶ୍ରୁତିଙ୍କର ଆଜି ହେଉଛି ଜନ୍ମ ଦିନ।
‘ବଡେ ପାପା କି ବଡି ବେଟୀ’ ଶ୍ରୁତି ବାପା କମଲ୍ଙ୍କ ଭଳି ଜଣେ ଦକ୍ଷ କଳାକାର। ଟଲିଉଡ୍ ଓ ବଲିଉଡ୍ରେ ନିଜ ସୌଦର୍ଯ୍ୟ ଓ ଅଭିନୟରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଶ୍ରୁତି ହାସନ୍ଙ୍କ ଜନ୍ମ ୨୮ ଜାନୁଆରୀ ୧୯୮୬ ମସିହାରେ ହୋଇଥିଲା। ଶ୍ରୁତି ଜଣେ ଭଲ କଣ୍ଠଶିଳ୍ପୀ ଓ ଦକ୍ଷ ମ୍ୟୁଜିକ୍ କମ୍ପୋଜର୍ ମଧ୍ୟ।

ତେଲ୍ଗୁ ସିନେମା ଜଗତର ବହୁ ହିଟ୍ ଫିଲ୍ମ ଦେଇଥିବା ଶ୍ରୁତି ୨୦୦୯ରେ ଫିଲ୍ମ ‘ଲକ୍’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ମାତ୍ର ୬ବର୍ଷ ବୟସରେ ଶ୍ରୁତି ଫିଲ୍ମରେ ଏକ ଗୀତ ଗାଇବାର ସୁଯୋଗ ପାଇଥିଲେ। ସେ ‘ଚାଚି ୪୨୦’ରେ କମଲ୍ ହାସନ୍ଙ୍କ ସହ ପ୍ରଥମ ଥର ଗୀତ ଗାଇଥିଲେ।
ଶ୍ରୁତି ଚେନ୍ନାଇରୁ ନିଜର ସ୍କୁଲ ପାଠପଢ଼ା ଶେଷ କରିଥିଲେ। ଏହାପରେ ସେ ମୁମ୍ୱାଇର ଏସ୍.ଟି ଆଣ୍ଡ୍ରିଉ କଲେଜ୍ରୁ ସାଇକୋଲୋଜିରେ ଗ୍ରାଜୁଏସନ୍ କରିଥିଲେ। ପିଲାବେଳୁ ଶ୍ରୁତିଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। ଏଥିପାଇଁ ଗ୍ରାଜୁଏସନ୍ ପରେ ସେ ଗୀତ ଶିଖିବା ପାଇଁ କାର୍ଲିଫର୍ଣ୍ଣିଆ ଯାଇଥିଲେ ।
ବଲିଉଡ୍ ଫିଲ୍ମରେ ‘ଦିଲ୍ ତୋ ବଚ୍ଚା ହୈ’, ‘ରମୈୟା ବସ୍ତାବୈୟା’, ‘ୱେଲକମ୍ ବ୍ୟାକ୍’ ଓ ‘ଗବ୍ବର’ ପରି ଫିଲ୍ମରେ କାମ କରିଛନ୍ତି।
ବ୍ୟକ୍ତିଗତ ଜୀବନରେ ଶ୍ରୁତି ଇଟାଲିୟନ୍ ଆକ୍ଟର୍ ମାଇକଲ୍ କୋର୍ସଲ୍ଙ୍କୁ ଡେଟ୍ କରୁଛନ୍ତି। ମାଇକେଲ୍ ଲଣ୍ଡନ୍ରେ ରୁହନ୍ତି। ଶ୍ରୁତି ଖୁବ୍ ଶୀଘ୍ର ତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହିଁଙ୍କର ଫଟୋ ସୋଶାଲ ମିଡିଆରେ ଅନେକ ସମୟରେ ଦେଖିବାକୁ ମିଳିଥାଏ।
କେବଳ ଏତିକି ନୁହେଁ, ଶ୍ରୁତି ହାସନଙ୍କର ନାମ କ୍ରିକେଟର୍ ସୁରେଶ ରୈନାଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା। ଶ୍ରୁତି ଆଇପିଏଲ୍ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗସ୍ଙ୍କୁ ଚିୟର୍ କରୁଥିବା ସମୟରେ ଏପରି ଗୁଜବ ପ୍ରଚାରିତ ହୋଇଥିଲା। କିନ୍ତୁ ପରେ ସୁରେଶ ରୈନା ଏହାକୁ ଖଣ୍ଡନ କରିଥିଲେ।
YOU MAY LIKE
- Advertisement -