ସପୁରୀରେ ଭିଟାମିନ୍‌-ସି ଭରପୁର ମାତ୍ରାରେ ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏହା ବେଶ୍ ଉପଯୋଗୀ ହୋଇଥାଏ; ସପୁରିରେ ଭିଟାମିନ୍ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍ – ସି ପ୍ରଚୁର ପରିମାଣର ଅଛି; ତେଣୁ ଏହାକୁ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ହୋଇଥାଏ
ସପୁରୀର ଔଷଧୀୟ ଗୁଣ କଣ ରହିଛି ଆସନ୍ତୁ ଜାଣିବା……
ରକ୍ତଚାପ
ସପୁରିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ; ସୋଡିୟମ ମାତ୍ରା କମ୍ ଥିବାରୁ ନିୟମିତ ଭାବରେ ସପୁରି ଖାଇଲେ ରକ୍ତଚାପ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ; ଗୋଟିଏ କପ୍‌ ସପୁରି ରସରେ ୧ ମିଲିଗ୍ରାମ ସୋଡିୟମ ଥିବାବେଳେ ୧୯୫ ମିଲିଗ୍ରାମ ପୋଟାସିୟମ ରହିଥାଏ; ଅଧିକ ମାତ୍ରାରେ ପୋଟାସିୟମ ଥିବାରୁ ରକ୍ତଚାପ କମ୍ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ
ଦାନ୍ତରୁ ରକ୍ତ ପଡ଼ୁଥିବା ସମସ୍ୟା
ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକ ଘଣ୍ଟା ପୂର୍ବରୁ ସପୁରି ରସରେ କିଛି ଲୁଣ ପକାଇ ଖାଇଲେ ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ
ବାର୍ଦ୍ଧକ୍ୟଜନିତ ସମସ୍ୟା
ବାର୍ଦ୍ଧକ୍ୟଜନିତ ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ସପୁରି ରସ ପାନୀୟ ଭାବେ ଗ୍ରହଣ କରିବା ଉଚିତ୍
ହାଡ଼ ମଜବୁତ୍
ସପୁରିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ରହିଥିବାରୁ ଏହାକୁ ଖାଇଲେ ହାଡ଼ ମଜଭୂତ ହୋଇଥାଏ; ଦିନକୁ ଏକ କପ୍ ସପୁରି ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମ ୭୫ପ୍ରତିଶତ ମିଳିଥାଏ
ମଧୁମେହ
୧୦୦ଗ୍ରାମ୍ ସପୁରି ରସ ସହ ଅଁଳା ମଞ୍ଜି, ଜାମୁ ମଞ୍ଜିକୁ ୧୦ ଗ୍ରାମ୍ ଲେଖାଏଁ ଭଲ ଭାବରେ ଗୁଣ୍ଡ କରି ମିଶାଇ ଦିନକୁ ଦୁଇ ଥର ପିଇଲେ ମଧୁମେହ ରୋଗ ଭଲ ହୋଇଥାଏ
ଆଖି ସମସ୍ୟା
ଭିଟାମିନ୍‌ ସି ଭରପୁର ମାତ୍ରାରେ ଥିବାରୁ ପ୍ରତିଦିନ ସପୁରି ରସ ପିଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଏ
ମୁଖର ସୌନ୍ଦର୍ଯ୍ୟତା ବଢ଼ାଏ
ସପୁରି ରସରେ ଭିଟାମିନ ସି ଥିବାରୁ ଏହା ମୁଖର ମୃତ କୋଶିକାଗୁଡିକୁ ନଷ୍ଟ କରି କୋମଳ ତ୍ଵଚା ଗଠନ କରିବାରେ ସାହାଯ୍ୟ କରିଥାଏ

LEAVE A REPLY

Please enter your comment!
Please enter your name here