ବିବାହିତା ନାରୀର ୧୬ଟି ଶୃଙ୍ଗାର ମଧ୍ୟରୁ ସିନ୍ଦୁର ଲଗେଇବା ମୁଖ୍ୟ ଶୃଙ୍ଗାର ହୋଇଥାଏ | ମଥାର ସିନଥିରେ ସିନ୍ଦୁର, ମୁଣ୍ଡର କପାଳରେ ସିନ୍ଦୁର, ବେକରେ ସିନ୍ଦୁର ଓ ଶଙ୍ଖା ଚୁଡ଼ିରେ ସିନ୍ଦୁର ଲଗେଇବାର ବିଧି ରହିଥାଏ | କିନ୍ତୁ ଆଜିକାଲି ସିନ୍ଦୁର ନ ଲଗେଇବା କିମ୍ବା ମୁଣ୍ଡ ବାଳରେ ଲୁଚେଇକି ଲଗେଇବା ଫ୍ୟାସନରେ ପରିଣତ ହେଲାଣି | ସିନ୍ଦୁର ନ ଲଗେଇବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କରେ ନିବିଡ଼ତା କମିବା ସହ ମନୋମାଳିନ୍ୟ ଦେଖାଦିଏ | ସିନ୍ଦୁର ଲଗେଇଲେ ବିବାହିତା ନାରୀ ମାନେ ସୁନ୍ଦର ଦେଖାଯିବା ସହ ଅଖଣ୍ଡ ସୌଭାଗ୍ୟବତି ହୋଇଥାନ୍ତି | ତାହା ସହ ନିଜ ସ୍ୱାମୀଙ୍କ ଆୟୁ ମଧ୍ୟ ଏହାଦ୍ୱାରା ଲମ୍ବା ହୋଇଥାଏ | ତେବେ ଆସନ୍ତୁ ଜାଣିବା ସିନ୍ଦୁର ଲଗେଇବାର ପ୍ରଚଳନ କେବେ ହୋଇଥିଲା ଏବଂ ଏହା ପଛରେ କି ପ୍ରକାର ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି |
ସିନ୍ଦୁର ଲଗେଇବାର ବିଧି ହିନ୍ଦୁ ଧର୍ମରେ ବହୁତ ଦିନରୁ ପ୍ରଚଳିତ ଅଛି ଏବଂ ଏହାର ବିଶିଷ୍ଟ ପ୍ରମାଣ ରାମାୟଣରୁ ମିଳିଥାଏ | ମାତା ସୀତା ଯେବେ ପ୍ରତିଦିନ ଶୃଙ୍ଗାର ସମୟରେ ସିନ୍ଦୁର ଲଗାନ୍ତି; ହନୁମାନ ତାଙ୍କୁ ଏହାର କାରଣ କଣ ବୋଲି ପଚାରିବାରୁ ମାତା କହିଥିଲେ ପ୍ରତିଦିନ ସିନ୍ଦୁର ଲଗେଇଲେ ଶ୍ରୀରାମଙ୍କୁ ପ୍ରସନ୍ନତା ପ୍ରାପ୍ତି ହୋଇଥାଏ | ପ୍ରସନ୍ନତା ମିଳିବା ଦ୍ୱାରା ଶାରୀରିକ ସୁସ୍ଥତା ସହ ଆୟୁ ବୃଦ୍ଧି ହୋଇଥାଏ |
ମଝି ସିନଥିରେ ସିନ୍ଦୁର ଲଗେଇଲେ ନିଜ ସ୍ୱାମୀଙ୍କ ଅକାଳ ମୃତ୍ୟୁରୁ ରକ୍ଷା ମିଳିବା ସହ ସଙ୍କଟରୁ ମୁକ୍ତି ମିଳିଥାଏ | ସ୍ୱାମୀ-ସ୍ତ୍ରୀ ମଧ୍ୟରେ ନିବିଡ ସମ୍ପର୍କ ସ୍ଥାପନ ହୋଇଥାଏ | ନବରାତ୍ର, ଦୀପାବଳିରେ ନିଜ ସ୍ୱାମୀଙ୍କ ହାଥରୁ ସିନ୍ଦୁର ଲଗେଇଲେ ଦାମ୍ପତ୍ୟଜୀବନ ଶୁଭ ଓ ସୁଖମୟ ହୋଇଥାଏ | ମଝି ସିନଥିରେ ସିନ୍ଦୁର ଲଗେଇଲେ ମାତା ପାର୍ବତୀଙ୍କ ଠାରୁ ଅଖଣ୍ଡ ସୌଭାଗ୍ୟବତି ହେବା ପାଇଁ ଆଶୀର୍ବାଦ ମିଳିଥାଏ | ମଥାର କପାଳରେ ସିନ୍ଦୁର ଲଗେଇବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଠାରୁ ନିଜ ସ୍ୱାମୀ ଧନଵାନ, ଐଶ୍ୱର୍ଯ୍ୟବାନ ହେବା ଗୃହରେ ସୁଖ-ଶାନ୍ତି ବଜାୟ ରହିଥାଏ | ବେକରେ ସିନ୍ଦୁର ଲଗେଇଲେ ନିଜ ସ୍ୱାମୀଙ୍କୁ ପରମେଶ୍ୱର ଭାବି ଭଗବାନଙ୍କ ପାଖରେ ତାଙ୍କୁ ପ୍ରତି ସଙ୍କଟରୁ ରକ୍ଷା ସହ ଲମ୍ବା ଆୟୁ ପାଇଁ କାମନା କରି ଲଗାନ୍ତି | ଶଙ୍ଖାଚୁଡ଼ିରେ ସିନ୍ଦୁର ଲଗାଇବା ଦ୍ୱାରା ଶଙ୍ଖାଚୁଡ଼ି ବଜ୍ର ହୋଇଯାଉ, ସ୍ୱାମୀଙ୍କୁ ପ୍ରତି ସଙ୍କଟରୁ ରକ୍ଷା ମିଳୁ ଓ ଅଖଣ୍ଡ ସୌଭାଗ୍ୟବତି ହୋଇ ରହିବା ପାଇଁ କାମନା କରି ଲଗାନ୍ତି  |
ବୈଜ୍ଞାନିକ କାରଣ ହିସାବରେ ସିନ୍ଦୁର ଲଗେଇବା ଦ୍ୱାରା ନକାରାତ୍ମକ ଉର୍ଜା ନଷ୍ଟ ହେବା ସହ ମୁଣ୍ଡବିନ୍ଧା, ଅନିଦ୍ରା ଦୂର ହୋଇଥାଏ | ସିନ୍ଦୁରର ଧାତବୀୟ ଗୁଣ ମୁଖରେ ଆସୁଥିବା ବାର୍ଦ୍ଧକ୍ୟପଣକୁ ରୋକିଥାଏ | ମଥାର କପାଳରେ ସିନ୍ଦୁର ଲଗେଇବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ ଏବଂ ମାନସିକ ଶାନ୍ତି ଅନୁଭବ ହୁଏ | ଏହାର ଧାତବୀୟ ଗୁଣ ହରମୋନ ସନ୍ତୁଳିତ ରଖିବା ସହ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ଦୃଢ ହେବାରେ ସାହାଯ୍ୟ କରିଥାଏ |

LEAVE A REPLY

Please enter your comment!
Please enter your name here