ଭାରତୀୟ ଚଳଚ୍ଚିତ୍ର ଯେତିକି ରୋଜଗାର ଦେଶରେ କରେ ତା ଠୁ ଅଧିକ ବିଦେଶରେ କରେ । ଭାରତୀୟ ଚଳଚ୍ଚିତ୍ରକୁ କେବଳ ଦେଶ ବାସି ନୁହେଁ ବିଦେଶୀ ଲୋକ ମଧ୍ୟ ବହୁତ ପସନ୍ଦ କରନ୍ତି କାରଣ ହେଉଛି ଭାରତୀୟ ସବୁ ସିନେମାରେ ପ୍ରାୟ କମେଡି ଛୁଙ୍କ ନିହାତି ଥାଏ ।
ଯଦି ଆମେ କମେଡି କଥା କହିବା ତାହେଲେ କମେଡି ଜଗତର ସୁପର ଷ୍ଟାର ବ୍ରହ୍ମାନନ୍ଦ ସବୁ କମେଡିଆନ ମାନଙ୍କୁଠୁ ଟିକେ ଅଲଗା । ତାଙ୍କ କମେଡି ଆକ୍ସନରେ ସତରେ ଯାଦୁ ଭରିଅଛି । ହେଲେ କିଛି ଦିନ ହବ ସେ ନଜର ଆସୁ ନାହାଁନ୍ତି ଫିଲ୍ମ ଜଗତରେ । ହେଲେ କୁଆଡେ ଗଲେ ବ୍ରହ୍ମାନନ୍ଦ ? ଏ ପ୍ରଶ୍ନ ର ଉତ୍ତର ଏବେ ମିଳିଯିବ ଆପଣଙ୍କୁ ।
୧୯୮୬ ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ବ୍ରହ୍ମାନନ୍ଦଙ୍କ ପ୍ରଥମ ଫିଲ୍ମ ଥିଲା ‘ଅହାନା ପେଲାଂତା’ ଏ ଏକ ତେଲୁଗୁ ଫିଲ୍ମ । ବ୍ରହ୍ମାନନ୍ଦ ଏମିତି ବି ଫିଲ୍ମ କରିଛନ୍ତି ଯେଉଁ ଫିଲ୍ମ ଗିନୀଜ୍ ବୁକ୍ ଅଫ ଓ୍ବାର୍ଲ୍ଡ୍ ରେ ସାମିଲ ହେଇ ପାରିଛି । ହେଲେ କିଛି ଦିନ ହବ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି । ଏ ବିଷୟରେ ପ୍ରଶ୍ନ କରିବାରୁ ତାଙ୍କ ଉତ୍ତର ଥିଲା ଏବେ ଫିଲ୍ମ ଜଗତରେ ଟ୍ୟାଲେଣ୍ଟଡ୍ କମେଡିଆନ ଭର୍ତ୍ତି ଚାଲିଛି । ମତେ ଉପଯୁକ୍ତ ସ୍ଥାନ ଦିଆ ଯାଉ ନାହିଁ ତେଣୁ ମୁଁ ଟିକେ ଦୂରେଇ ଅଛି ମତେ ମୋ ପସନ୍ଦ ର କ୍ୟାରେକ୍ଟର ମିଳିଲେ ମୁଁ ନିଶ୍ଚିତ କରିବି । ଆପଣଙ୍କୁ କହି ଦେଉଛୁ କି ସେ ପ୍ରଭାସ୍ ଷ୍ଟାର୍ର ବଲିଉଡ ସିନେମା ‘ସାହୋ’ ରେ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here