କେନ୍ଦ୍ର ସରକାର ଆମଦାନୀ କରିଥିବା ଇଜିପ୍ଟ ପିଆଜକୁ ବହୁତ ଶସ୍ତାରେ ଅର୍ଥାତ କିଲୋ ପିଛା ୨୨-୨୩ ଟଙ୍କାରେ ବିକ୍ରି କରି ପାରନ୍ତି; ଏହି ଦର ବର୍ତ୍ତମାନର ବଜାରର ମୂଲ୍ୟ ତୂଳନାରେ ୬୦ ପ୍ରତିଶତ କମ; କେନ୍ଦ୍ର ସରକାର ବର୍ତ୍ତମାନ ରାଜ୍ୟ ସରକାରଙ୍କୁ କିଲୋ ପ୍ରତି ୫୮ ଟଙ୍କାରେ ପିଆଜ ଯୋଗାଉଛନ୍ତି; କେନ୍ଦ୍ର ସରକାର ପରିବହନ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି
ସରକାର ପିଆଜର ଦର ବୃଦ୍ଧି ହେବାରୁ ୨୦୧୯ ନଭେମ୍ବରରେ ଏମଏମଟିସି ଜରିଆରେ ୧.୨ ଲକ୍ଷ ଟନ ପିଆଜ ଆମଦାନୀ କରିବାକୁ ନିର୍ଣ୍ଣୟ ନେଇଥିଲେ; ଅଦ୍ୟାବଧି ଏମଏମଟିସି ବିଦେଶୀ ବଜାରରୁ ୧୪ ହଜାର ଟନ ପିଆଜ ଆମଦାନୀ କରି ସାରିଛି; ସୂଚନା ଅନୁଯାୟୀ ଆମଦାନୀ ପିଆଜର ଅଧିକାଂଶ ଭାଗ ମହାରାଷ୍ଟ୍ର ବନ୍ଦରରେ ପଡ଼ି ରହିଛି; ନୂତନ ଫସଲ ବଜାରକୁ ପହଞ୍ଚିବା ପରେ ପିଆଜ ଦରରେ ହ୍ରାସ ଘଟିଛି; ତେଣୁ ବିଦେଶରୁ ଆମଦାନୀ ହୋଇଥିବା ପିଆଜକୁ କୌଣସି ରାଜ୍ୟ ଉଚ୍ଚ ଦରରେ କିଣିବାକୁ ଚାଁହୁନାହାନ୍ତି; ତେଣୁ କେନ୍ଦ୍ର ସରକାର ଶସ୍ତା ଦରରେ ଏହି ପିଆଜକୁ ରାଜ୍ୟଗୁଡ଼ିକୁ ଦେବାକୁ ବିଚାର କରୁଛନ୍ତି
ଇଜିପ୍ଟ ପିଆଜର ସ୍ଵାଦ ଘରୋଇ ତୂଳନାରେ ଭିନ୍ନ ରହିଛି; ଏହି କାରଣରୁ ଅନେକ ରାଜ୍ୟ ଏହି ପିଆଜକୁ ନେବାକୁ ପ୍ରସ୍ତୁତ ନୁହଁନ୍ତି; ଆମଦାନୀ ପିଆଜର ଚାହିଦା ନଥିବାରୁ ଏମଏମଟିସି ମାତ୍ର ୧୪ ହଜାର ଟନ ପିଆଜ ଆମଦାନୀ କରିଥିବା ବେଳେ ଆହୁରି ୪୦ ହଜାର ଟନ ପିଆଜ ଆମଦାନୀ ହୋଇପାରିନି; ତେଣୁ ଏହି ୪୦ହଜାର ଟନ ବନ୍ଦରରେ ପଡ଼ି ରହିଛି; ଏବେ ନାଫେଡ, ମଦର ଡାଏରୀ ଓ ଇଚ୍ଛୁକ ରାଜ୍ୟ ସରକାର ମଣ୍ଡିରେ ବିତରଣ ପାଇଁ କିଲୋ ପିଛା ୨୨-୨୩ ଟଙ୍କା ଦରରେ ପିଆଜ କିଣି ପାରନ୍ତି

LEAVE A REPLY

Please enter your comment!
Please enter your name here