ଲୋକପ୍ରିୟ ବଲିଉଡ ଅଭିନେତା ବାଦଶାହ ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି; କ୍ୱାରେଣ୍ଟାଇନ ଓ୍ୱାର୍ଡ ପ୍ରସ୍ତୁତ କରିବା ପାଇଁ ସେ ମୁମ୍ବାଇ ମହନଗର ନିଗମ (ବିଏମସି)କୁ ନିଜର ୪ ମହଲା ବିଶିଷ୍ଟ ଅଫିସ ପ୍ରଦାନ କରିଛନ୍ତି; ଏଠାରେ କ୍ୱାରେଣ୍ଟାଇନରେ ରହୁଥିବା ଶିଶୁ, ବୃଦ୍ଧ ଓ ମହିଳାଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ
ଏପ୍ରିଲ ୨ ତାରିଖରେ ଶାହରୁଖଙ୍କ କମ୍ପାନୀ ‘ରେଡ୍ ଚିଲିଜ୍’ ତରଫରୁ ଶାହରୁଖଙ୍କ ସହ ପତ୍ନୀ ଗୌରୀ, ଜୁହି ଚାଓ୍ୱଲା ଓ ଜୟ ମେହେତା ପିଏମ କେୟାର୍ସ ଫଣ୍ଡକୁ ଅର୍ଥଦାନ କରିବେ ଜଣାଇଛନ୍ତି; ସେ ମେଡିକାଲ କର୍ମଚାରୀଙ୍କ ପାଇଁ ୫୦ ହଜାର ପିପିଆଇ, ମୀର ଫାଉଣ୍ଡେସନ ତରଫରୁ ୫ ହଜାର ପରିବାରକୁ ଏକ ମାସ ଯାଏଁ ଖାଦ୍ୟ, ଶ୍ରମିକ ଓ ଗରିବଙ୍କୁ ଏକ ମାସ ଯାଏଁ ଖାଦ୍ୟ ଓ ବସ୍ତ୍ର ଦେବାକୁ ଘୋଷଣା କରିଥିଲେ
In these times it’s imp to make everyone around u working tirelessly for u.. not related to u.. perhaps even unknown to u… to feel they are not alone and by themselves. Let’s just make sure we all do our little bit to look after each other. India and all Indians are One Family. https://t.co/LWz4wQGaPe
— Shah Rukh Khan (@iamsrk) April 2, 2020
ବିଏମସି ନିଜ ଟ୍ୱିଟରରେ ଉତ୍ତର ଦେଇ ଲେଖିଥିଲା ଯେ, ‘ଏହି ମହତ ଦାନ ପାଇଁ ଶାହରୁଖ ଓ ଗୌରୀଙ୍କୁ ଧନ୍ୟବାଦ; ସେ କରୋନା ସଂକ୍ରମିତଙ୍କ ପାଇଁ ନିଜ ଅଫିସ ଦାନ କରିଥିବାରୁ ଧନ୍ୟବାଦ’

LEAVE A REPLY

Please enter your comment!
Please enter your name here